କରୋନା ମୁକାବିଲା: ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ପ୍ୟାକେଜ

ନୂଆଦିଲ୍ଲୀ: କରୋନା ଭାଇରସ ବିରୋଧରେ ଲଢ଼େଇ କରିବା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହାର ସିଧାସଳଖ ପ୍ରଭାବ ଦେଶର ଆର୍ଥିକ ବ୍ୟବସ୍ଥା ଓ ଲୋକଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏହି ସମସ୍ୟାକୁ ଦୂର କରିବା ଓ ଲୋକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମୋଦି ସରକାର ଆଜି ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା […]

uyf

Hemant Lenka
  • Published: Thursday, 26 March 2020
  • , Updated: 26 March 2020, 02:01 PM IST

ନୂଆଦିଲ୍ଲୀ: କରୋନା ଭାଇରସ ବିରୋଧରେ ଲଢ଼େଇ କରିବା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହାର ସିଧାସଳଖ ପ୍ରଭାବ ଦେଶର ଆର୍ଥିକ ବ୍ୟବସ୍ଥା ଓ ଲୋକଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ଏହି ସମସ୍ୟାକୁ ଦୂର କରିବା ଓ ଲୋକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମୋଦି ସରକାର ଆଜି ଗରିବଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏହି ପ୍ୟାକେଜ ଘୋଷଣା କରିଛନ୍ତି।

ଲକଡାଉନରେ ଗିରବ ଓ ଦିନ ମଜୁରିଆ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧିନରେ ଏହି ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି। ଗରିବ ଓ ଦିନ ମଜୁରିଆମାନଙ୍କ ଖାତାକୁ ଏହା ସିଧା ସଳଖ ଯିବ।

ଏଥିସହ କରୋନା ସହ ଲଢ଼େଇ କରୁଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୋଦି ସରକାର ୫୦ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି। ସ୍ୱାସ୍ଥ୍ୟକର୍ମୀଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ କୋଭିଡ୍‌ ଯୋଦ୍ଧା ନାଁରେ ନାମିତ କରିଛନ୍ତି। ଏହି ବୀମାର ଫାଇଦା ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ଆଶାକର୍ମୀ ଓ ସଫେଇ କର୍ମୀ ଉଠାଇ ପାଇପାରିବେ। ଏହାଦ୍ୱାରା ପ୍ରାୟ ୨୦ ଲକ୍ଷ ସ୍ୱାସ୍ଥ୍ୟ କର୍ମଚାରୀ ଲାଭବାନ ହେବେ।

ଅନ୍ୟପକ୍ଷରେ ଲକଡାଉନ ବେଳେ ଯେମିତି କେହି ଭୋକିଲା ନ ରହିବେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିବା ସମ୍ପର୍କରେ ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଗରିବ ଅନ୍ନ ଯୋଜନା ଅଧିନରେ ଲୋକମାନଙ୍କୁ ଆସନ୍ତା ୩ ମାସ ଯାଏ ମାଗଣାରେ ୫ କେଜି ଚାଉଳ ଓ ଗହମ ପାଇବେ। ସେହିପରି ମାଗଣାରେ ୧ କେଜି ଲେଖାଏ ଡାଲି ମଧ୍ୟ ଯୋଗାଇ ଦିଆଯିବ। ପରିବାରରେ ମୁଣ୍ଡପିଛା ହିସାବରେ ଏହି ସବୁ ସାମଗ୍ରୀ ମିଳିବ। ଏହାର ଅର୍ଥ ପରିବାରରେ ମୁଣ୍ଡପିଛା ୫ କେଜି ଚାଉଳ, ଗହମ ଓ ଗୋଟିଏ କେଜି ଡାଲି ମିଳିବ। ପ୍ରାୟ ୮୦ କୋଟି ଲୋକ ଏହାଦ୍ୱାରା ଲାଭବାନ ହେବେ।

ଚାଷୀଙ୍କୁ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ୨ ହଜାର ଟଙ୍କା ଲେଖାଏ ଦିଆଯିବ। ଏହାଦ୍ୱାରା ୮ କୋଟି ୭୦ ଲକ୍ଷ ଚାଷୀ ଲାଭବାନ ହେବ।

Related story