ଫ୍ଲୋରିଡ଼ା: ଆମେରିକାର ମିୟାମୀରେ ଫ୍ଲୋରିଡା ଅନ୍ତରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ପାଦ ଚଲା ପୋଲ ଭୁଶୁଡ଼ି ପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଅନୁସାରେ, ପୋଲଟି ଭୁଶୁଡ଼ି ପଡ଼ିବାରୁ ୮ଟି ଗାଡି ଦବି ଯିବାରୁ ଏଭଳି ସ୍ଥିତି ହୋଇଥିଲା। ଏହି ଦୁର୍ଘଟଣାରେ ଅନେକ ଲୋକ ମଧ୍ୟ ଆହତ ହୋଇଛନ୍ତି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ଟ୍ୱିଟ୍ରେ ଲେଖିଛନ୍ତି,“ ଏହି ଘଟଣା ଉପରେ ଦୃଷ୍ଟି ରଖାଯାଇଛି। କିଛି ସାହସୀ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତାଙ୍କ ସାହସ ପାଇଁ ଧନ୍ୟବାଦ ଜଣାଉଛି।”
ସୂଚନାଯୋଗ୍ୟ, ଏହି ବ୍ରିଜ୍ର ଓଜନ ୯୫୦ ଟନ୍ ଓ ଲମ୍ୱ ୧୭୪ ଫୁଟ୍ । ୨୦୧୯ ମସିହାରେ ଏହି ପୋଲ ଉଦ୍ଘାଟନ ହୋଇଥାଆନ୍ତା। ୧.୪୨ କୋଟି ଡଲାରରେ ଏହି ପୋଲ ନିର୍ମାଣ ହୋଇଥିଲା।