‘ଭୋଟ ଦିଅନ୍ତୁ, ପିଲାଙ୍କ ମାର୍କ ବଢ଼ାନ୍ତୁ’

କର୍ଣ୍ଣାଟକ: ମତଦାନ ହାର ବଢ଼ାଇବା ପାଇଁ କର୍ଣ୍ଣାଟକରେ ଥିବା ଘରୋଇ ସ୍କୁଲ ଅଭିନବ ଉପାୟ ଆପଣାଇଛନ୍ତି। ସାଧାରଣ ନିର୍ବାଚନରେ ଅଭିଭାବକ ମାନେ ନିଜ ନିଜର ମତଦାନ ସାବ୍ଯସ୍ତ କରି ନିଜ ପିଲାଙ୍କ ପରୀକ୍ଷାରେ ମାର୍କ ବଢ଼ାଇବା ପାଇଁ ନିୟମ କରିଛନ୍ତି ଘରୋଇ ସ୍କୁଲ। ସୂଚନାଯୋଗ୍ଯ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ଏପରି ନିୟମ ଆପଣାଇ ସଫଳ ହେବା ପରେ ସାଧାରଣ ନିର୍ବାଚନ ବେଳେ ସମାନ ରଣନୀତି ଆପଣାଇଛି ଘରୋଇ ସ୍କୁଲ ସଙ୍ଘ। ଗ୍ରୀଷ୍ମ ଅବକାଶ ସମୟରେ […]

INK

Subhransu Sekhar
  • Published: Monday, 01 April 2019
  • , Updated: 01 April 2019, 11:13 AM IST

କର୍ଣ୍ଣାଟକ: ମତଦାନ ହାର ବଢ଼ାଇବା ପାଇଁ କର୍ଣ୍ଣାଟକରେ ଥିବା ଘରୋଇ ସ୍କୁଲ ଅଭିନବ ଉପାୟ ଆପଣାଇଛନ୍ତି। ସାଧାରଣ ନିର୍ବାଚନରେ ଅଭିଭାବକ ମାନେ ନିଜ ନିଜର ମତଦାନ ସାବ୍ଯସ୍ତ କରି ନିଜ ପିଲାଙ୍କ ପରୀକ୍ଷାରେ ମାର୍କ ବଢ଼ାଇବା ପାଇଁ ନିୟମ କରିଛନ୍ତି ଘରୋଇ ସ୍କୁଲ। ସୂଚନାଯୋଗ୍ଯ ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ଏପରି ନିୟମ ଆପଣାଇ ସଫଳ ହେବା ପରେ ସାଧାରଣ ନିର୍ବାଚନ ବେଳେ ସମାନ ରଣନୀତି ଆପଣାଇଛି ଘରୋଇ ସ୍କୁଲ ସଙ୍ଘ।

ଗ୍ରୀଷ୍ମ ଅବକାଶ ସମୟରେ ନିର୍ବାଚନ ହେଉଥିବାରୁ ଅନେକ ଅଭିଭାବକ ଛୁଟିରେ ବାହାରକୁ ବୁଲିବାକୁ ଯିବାକୁ ଯୋଜନା କରିଥାନ୍ତି। ହେଲେ ନିର୍ବାଚନ ଥିବାରୁ ଅଭିଭାବକ ମାନେ କିଭଳି ନିଜ ନିଜର ମତାଧିକାର ସାବ୍ଯସ୍ତ କରିବେ ଭାବି ଏପରି ଲୋଭନୀୟ ରଣନୀତି ଆପଣାଇଛି ଘରୋଇ ସ୍କୁଲ ସଙ୍ଘ।

ଯେଉଁ ଅଭିଭାବକମାନେ ମତଦାନ ଦେଇଥିବେ ସମାନ ଦିନ ତାଙ୍କ ପିଲା ପଢ଼ୁଥିବା ସ୍କୁଲକୁ ଯାଇ ଅଙ୍ଗୁଳିରେ ଲାଗିଥିବା କାଳି ଦେଖାଇବାକୁ ପଡ଼ିବ, ନହେଲେ ଦାଗ ଲିଭିବା ଆଗରୁ ସ୍କୁଲରେ ଯାଇ ଦେଖାଇବାକୁ ହେବ ବୋଲି ନିୟମ ରହିଛି। ତେବେ କର୍ଣ୍ଣାଟକରେ ହୋଇଥିବା ଅନ୍ତିମ ବିଧାନସଭା ନିର୍ବାଚନ ତୁଳନାରେ ଚଳିତ ସାଧାରଣ ନିର୍ବାଚନରେ ମତଦାନ ଅଧିକ ହେବ ବୋଲି ଆଶା ରଖିଛି କର୍ଣ୍ଣାଟକ ଘରୋଇ ସ୍କୁଲ ସଙ୍ଘ।

Related story