ରାହୁଲଙ୍କ ସ୍ଥାନରେ କଂଗ୍ରେସ ଅଧ୍ୟକ୍ଷ ହେବାକୁ ଅସଲାମ୍‌ ଶେର ଖାନ୍‌ ଆଗ୍ରହୀ

ନୂଆଦିଲ୍ଲୀ: ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିବାକୁ ସ୍ଥିର କରିଥିବାରୁ ହକି ଅଲିମ୍ପିଆନ୍‌ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅସଲାମ୍‌ ଶେର ଖାନ୍‌ ଦଳର ମଙ୍ଗ ଧରିବାକୁ ନିଜ ଆଡୁ ପ୍ରସ୍ତାବ ରଖିଛନ୍ତି। ସେ ୨ ବର୍ଷ ପାଇଁ ଏହି ଦାୟିତ୍ୱ ନେବାକୁ ଆଗଭର ହୋଇଛନ୍ତି। ସେ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଦ ଛାଡ଼ିବା କଥା କହିବା ପରେ ଏବଂ ଗାନ୍ଧି-ନେହରୁ ପରିବାର ବାହାରୁ କେହି ସଭାପତି ହୁଅନ୍ତୁ […]

aslam-sher-khan

Subrat Kumar Nayak
  • Published: Saturday, 08 June 2019
  • , Updated: 08 June 2019, 04:31 PM IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦ ଛାଡ଼ିବାକୁ ସ୍ଥିର କରିଥିବାରୁ ହକି ଅଲିମ୍ପିଆନ୍‌ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅସଲାମ୍‌ ଶେର ଖାନ୍‌ ଦଳର ମଙ୍ଗ ଧରିବାକୁ ନିଜ ଆଡୁ ପ୍ରସ୍ତାବ ରଖିଛନ୍ତି। ସେ ୨ ବର୍ଷ ପାଇଁ ଏହି ଦାୟିତ୍ୱ ନେବାକୁ ଆଗଭର ହୋଇଛନ୍ତି।

ସେ ଖବର ସରବରାହ ସଂସ୍ଥା ଏଏନ୍‌ଆଇକୁ କହିଛନ୍ତି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଦ ଛାଡ଼ିବା କଥା କହିବା ପରେ ଏବଂ ଗାନ୍ଧି-ନେହରୁ ପରିବାର ବାହାରୁ କେହି ସଭାପତି ହୁଅନ୍ତୁ ବୋଲି ମତ ଦେବା ପରେ ମୁଁ ଏହି ଚିଠି ଲେଖିଥିଲି। ଏଥିରେ ମୁଁ ସ୍ପଷ୍ଟ ଲେଖିଛି ଯଦି ରାହୁଲ ଏହି ପଦରେ ରହିବାକୁ ଚାହୁଁଛନ୍ତି ତା'ହେଲେ ଭଲ କଥା। ଯଦି ସେ ଛାଡ଼ୁଛନ୍ତି ମୁଁ ଆଗାମୀ ୨ ବର୍ଷ ଯାଏ ଏହି ଦାୟିତ୍ୱ ତୁଲାଇବାକୁ ଆଗ୍ରହୀ ଅଛି।

ରାହୁଲ ସାଧାରଣ ନିର୍ବାଚନରେ ବୃହତ୍ ପରାଜୟ ପରେ ଅଧ୍ୟକ୍ଷ ପଦ ଛାଡ଼ିବା ବାବଦରେ ନିଷ୍ପତ୍ତି ନେଇଥିଲେ। ଏହାପରେ ଅସଲାମ୍‌ ପ୍ରଥମ ବ୍ୟକ୍ତି ଯିଏକି ଏହି ଦାୟିତ୍ୱ ନେବାକୁ ଆଗ୍ରହୀ ଅଛନ୍ତି। ଯଦିଓ ମେ'୨୫ରେ ସିଡବଲ୍ୟୁସି କମିଟି ରାହୁଲଙ୍କ ଇସ୍ତଫାକୁ ଗ୍ରହଣ କରିନାହିଁ, ସେ ତାଙ୍କ ଇସ୍ତଫା ପତ୍ର ପ୍ରତ୍ୟାହାର କରିବେ ନାହିଁ ବୋଲି ଅଡ଼ି ବସିଛନ୍ତି।

ଚର୍ଚ୍ଚା ହେଉଛି, ଆସନ୍ତା ୨ ମାସ ମଧ୍ୟରେ ନୂଆ ଅଧ୍ୟକ୍ଷ କିଏ ହେବ ତାହା ଘୋଷଣା ହୋଇପାରେ। ଅସ୍ଥିର ନେତୃତ୍ୱ ଏବଂ କଂଗ୍ରେସର ଭବିଷ୍ୟତ ମଙ୍ଗୁଆଳଙ୍କୁ ନେଇ ଅନିଶ୍ଚିତତା ଲାଗିରହିଥିବାରୁ ବିଭିନ୍ନ ରାଜ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ତେଲେଙ୍ଗାନାରେ ୧୮ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ବିଧାୟକ ଟିଆରଏସ୍‌ରେ ସାମିଲ ହେବା ଏହାର ସଦ୍ୟତମ ଉଦାହରଣ।

ଅସଲାମ୍‌ ଏହି ଚିଠିରେ ଲେଖିଛନ୍ତି, "ଏହା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ନୁହେଁ। ବରଂ ଏଇଥିପାଇଁ ଯେ ମୁଁ ବିଶ୍ୱାସ କରେ କଂଗ୍ରେସରେ ଏବେ ପରିବର୍ତ୍ତନର ଘୋର ଆବଶ୍ୟକତା ରହିଛି। ଦଳ ତା'ର ଜାତୀୟ ପରିଚୟ ଫେରିପାଇବା ପାଇଁ କେତେଗୁଡ଼ିଏ ପରିବର୍ତ୍ତନ କରାଯିବା ଦରକାର। କଂଗ୍ରେସ ବର୍ତ୍ତମାନ କଷ୍ଟକର ସମୟ ଦେଇ ଗତି କରୁଥିବା ସମୟରେ ମୁଁ ଦାୟିତ୍ୱ ନେବାକୁ ଚାହୁଁଛି। ନିର୍ବାଚନରେ ବିପର୍ଯ୍ୟୟ ପାଇଁ ଅସଲାମ ରାହୁଲଙ୍କୁ ଦୋଷ ନଦେଇ କହିଛନ୍ତି, ସମ୍ଭବତଃ କଂଗ୍ରେସର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚିପାରିଲାନି ଏବଂ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ପୁଣି ଥରେ ଭୋଟ୍‌ ଦେଇଦେଲେ।

Related story