ନୂଆଦିଲ୍ଲୀ: ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପୂର୍ବତନ ଆଇସିଆଇସିଆଇ ସିଇଓ ତଥା ଏମ୍ଡି ଚନ୍ଦା କୋଚ୍ଚରଙ୍କ ଆପାର୍ଟମେଣ୍ଟ ଏବଂ ଅନ୍ୟ ସମ୍ପତ୍ତି ବାଜ୍ୟାପ୍ତ କରିଛନ୍ତି। ଏକ ଋଣ ସମ୍ପର୍କିତ ମାମଲାରେ ଇଡି ଏହି ପଦକ୍ଷେପ ନେଇଛି।
କୋଚ୍ଚର ବର୍ତ୍ତମାନ ରହୁଥିବା ଫ୍ଲାଟ୍ ବାଜ୍ୟାପ୍ତ କରାଯିବା ସହ ତାଙ୍କ ସ୍ୱାମୀଙ୍କ ଅନ୍ୟ ୩ ସମ୍ପତ୍ତି ଏବଂ ଏକ ଫାର୍ମ ହାଉସ୍ ଜବତ କରାଯାଇଛି। ଜବତ ସମ୍ପତ୍ତିର ମୂଲ୍ୟ ୭୮ କୋଟି ହୋଇଥିବାବେଳେ ଏହାର ବଜାର ମୂଲ୍ୟ ୬୦୦ କୋଟି ହେବ।
ଇଡି ଏହି ଫ୍ଲାଟ୍କୁ ‘ବେଆଇନ ଫାଇଦା’ ବୋଲି ଦର୍ଶାଇଛି। ଏହି ଫ୍ଲାଟ୍ରେ କୋଚ୍ଚର ୧୯୯୭ ମସିହାରୁ ରହୁଛନ୍ତି। ଏହା ଭିଡିଓକୋନ୍ ଏଣ୍ଟିଟି-କ୍ୟୁଟିଏପିଏଲ୍ ମାଲିକାନାରେ ୨୦୦୯-୨୦୧୬ ଯାଏ ଥିଲା ବୋଲି ଅଭିଯୋଗ ଆସୁଛି।
କୋଚ୍ଚରଙ୍କ ନାମରେ ଅଭିଯୋଗ ରହିଛି ଭିଡିଓକୋନ୍ ଗ୍ରୁପ୍କୁ ୩,୨୫୦ କୋଟି ଋଣ ପାଇଁ ସେ ବଡ଼ ଭୂମିକା ନେଇଥିଲେ। ଏହାପରେ ମନି ଲଣ୍ଡରିଂ ମାମଲା ରୁଜୁ ହେବା ସହ ସିବିଆଇ ଏବଂ ଇଡି ପୃଥକ ପୃଥକ ଭାବେ ତଦନ୍ତ କରୁଛନ୍ତି। ତାଙ୍କ ସ୍ୱାମୀ ଦୀପକ କୋଚ୍ଚରଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି।