ମନମୋହନ ସିଂହଙ୍କର ହେଲା କରୋନା ପରୀକ୍ଷା

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ତାଙ୍କ ଶରୀରରେ ଜ୍ୱର ରହିଥିବାରୁ ଏମ୍ସ ଡାକ୍ତର ତାଙ୍କର କରୋନା ପରୀକ୍ଷା କରିଥିଲେ। ରିପୋର୍ଟ ନେଗେଟେଭ୍ ଆସିଛି। ଏବେ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ସେ ଏମ୍ସର କାର୍ଡିଓ-ଥୋରାସିକ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କ ଚିକିତ୍ସାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ରହିଛନ୍ତି। ଜ୍ୱରରେ ଆକ୍ରାନ୍ତ ଥିବାରୁ ଡାକ୍ତରମାନେ ତାଙ୍କର ବିଭିନ୍ନ ପରୀକ୍ଷା […]

manmohan-singh

Subhransu Sekhar
  • Published: Monday, 11 May 2020
  • , Updated: 11 May 2020, 10:26 PM IST

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ତାଙ୍କ ଶରୀରରେ ଜ୍ୱର ରହିଥିବାରୁ ଏମ୍ସ ଡାକ୍ତର ତାଙ୍କର କରୋନା ପରୀକ୍ଷା କରିଥିଲେ। ରିପୋର୍ଟ ନେଗେଟେଭ୍ ଆସିଛି। ଏବେ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଗତକାଲି ସେ ଏମ୍ସର କାର୍ଡିଓ-ଥୋରାସିକ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କ ଚିକିତ୍ସାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ନିୟୋଜିତ ରହିଛନ୍ତି।

ଜ୍ୱରରେ ଆକ୍ରାନ୍ତ ଥିବାରୁ ଡାକ୍ତରମାନେ ତାଙ୍କର ବିଭିନ୍ନ ପରୀକ୍ଷା କରିଥିଲେ। ୮୭ ବର୍ଷୀୟ ଏହି ନେତା ଏକ ନୂଆ ଔଷଧ ଖାଇବା ପରେ ଏହାର ପ୍ରତିକ୍ରିୟା ଦେଖାଦେଇଛି। ତେଣୁ ଶରୀରରେ ଜ୍ୱର ରହିଛି। ସେହିପରି ଜ୍ୱର ହେବାର ଅନ୍ୟ କାରଣ ଥାଇପାରେ ବୋଲି ମଧ୍ୟ ଡାକ୍ତରମାନେ ଆଶଙ୍କା କରିଛନ୍ତି। ତେଣୁ ଡାକ୍ତରମାନେ ତାଙ୍କର କରୋନା ପରୀକ୍ଷା କରାଇଥିଲେ। ଦିନେ ଦୁଇ ଦିନ ମଧ୍ୟରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି।

କଂଗ୍ରେସର ଏହି ବରିଷ୍ଠ ନେତା ଏବେ ରାଜସ୍ଥାନର ରାଜ୍ୟସଭା ସାଂସଦ। ୨୦୦୪ରୁ ୨୦୧୪ ଯାଏ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ୨୦୦୯ରେ ଏମ୍ସରେ ତାଙ୍କର ବାଇପାସ ସର୍ଜରୀ ହୋଇଥିଲା।

Related story