ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ୫୪ତମ ଶ୍ରାଦ୍ଧ ଦିବସ

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ୫୪ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧକ୍ଷ ରାହୁଳ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ଅନେକ ବଡ ବଡ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଟ୍ୱିଟ୍‌ କରି ନେହୁରୁଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନା କରିଛନ୍ତି। କଂଗ୍ରେସ ଅଧକ୍ଷ ରାହୁଲଗାନ୍ଧୀ ଶାନ୍ତିବନ ପହଞ୍ଚି ତାଙ୍କ ଅଜାଙ୍କୁ ପୁଷ୍ପମାଲ୍ୟ […]

raga_a_1527389037_618x347

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 12:45 PM IST

ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହୁରୁଙ୍କ ୫୪ତମ ଶ୍ରାଦ୍ଧ ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧକ୍ଷ ରାହୁଳ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମେତ ଅନେକ ବଡ ବଡ ନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଟ୍ୱିଟ୍‌ କରି ନେହୁରୁଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନା କରିଛନ୍ତି। କଂଗ୍ରେସ ଅଧକ୍ଷ ରାହୁଲଗାନ୍ଧୀ ଶାନ୍ତିବନ ପହଞ୍ଚି ତାଙ୍କ ଅଜାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ନେହୁରୁଙ୍କ ଜନ୍ମ ୧୪ ନଭେମ୍ୱର ୧୮୮୯ରେ ଉତ୍ତରପ୍ରଦେଶର ଇଲ୍‌ହାବାଦ ସହର ରେ ହୋଇଥିଲା। ତାଙ୍କ ଜନ୍ମଦିନକୁ ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଏ। ପଣ୍ଡିତ ନେହେରୁ ଜଣେ  ଭଲ ସୁବକ୍ତା ଥିଲେ। ତାଙ୍କ ମୃତ୍ୟୁ ୧୯୬୪ ମସିହା ମେ୨୭ ତାରିଖରେ ହୋଇଥିଲା।

Related story