ପୂର୍ବତନ ବିଧାୟକ କୁନ୍ତି ଦେବୀଙ୍କୁ ଆଜୀବନ ଜେଲଦଣ୍ଡ

ପାଟନା: ଆରଜେଡିର ପୂର୍ବତନ ବିଧାୟକ କୁନ୍ତି ଦେବୀଙ୍କୁ ଜେଡିୟୁ କର୍ମୀ ସୁମିରକ ଯାଦବ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଛି। ମଙ୍ଗଳବାର ବିହାର ଗୟାର ଅତିରିକ୍ତ ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି। ଜାନୁଆରୀ ୧୯ରେ ଏଡିଜି-୩ ସଙ୍ଗମ ସିଂହ ୨୦୧୩ ମସିହା ସୁମିରକ ଯାଦବ ହତ୍ୟା ମାମଲାରେ କୁନ୍ତି ଦେବୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏଥିସହ ପୂର୍ବତନ ଆରଜେଡି ନେତା କୁନ୍ତି ଦେବୀଙ୍କୁ ଶୁଣାଣି ବେଳେ କୋର୍ଟରେ ହାଜର କରାଇ ପାରି ନଥିବାରୁ ଦାଉଦନଗର ସବ […]

dca

Hemant Lenka
  • Published: Monday, 25 January 2021
  • , Updated: 25 January 2021, 07:38 PM IST

ପାଟନା: ଆରଜେଡିର ପୂର୍ବତନ ବିଧାୟକ କୁନ୍ତି ଦେବୀଙ୍କୁ ଜେଡିୟୁ କର୍ମୀ ସୁମିରକ ଯାଦବ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଛି। ମଙ୍ଗଳବାର ବିହାର ଗୟାର ଅତିରିକ୍ତ ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି। ଜାନୁଆରୀ ୧୯ରେ ଏଡିଜି-୩ ସଙ୍ଗମ ସିଂହ ୨୦୧୩ ମସିହା ସୁମିରକ ଯାଦବ ହତ୍ୟା ମାମଲାରେ କୁନ୍ତି ଦେବୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଏଥିସହ ପୂର୍ବତନ ଆରଜେଡି ନେତା କୁନ୍ତି ଦେବୀଙ୍କୁ ଶୁଣାଣି ବେଳେ କୋର୍ଟରେ ହାଜର କରାଇ ପାରି ନଥିବାରୁ ଦାଉଦନଗର ସବ ଜେଲ ସୁପରିନଟେଣ୍ଡେଣ୍ଟଙ୍କୁ ନୋଟିସ୍‌ ମଧ୍ୟ ପଠାଇଥିଲେ। ୨୦୧୩ ଫେବୃଆରୀ ୨୬ରେ ଜେଡିୟୁର ବ୍ଲକସ୍ତରୀୟ କର୍ମୀ ସୁମିରକ ଯାଦବଙ୍କୁ ନୀମଚକ ଭଟାନୀ ବଜାରରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ରାଜନୀତିକ ଶତ୍ରୁତା କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଘଟଣା ଦିନ ସେ ପାର୍ଟି ଅଫିସରେ ତାଲା ପକାଇ ଘରକୁ ଫେରୁଥିବା ବେଳେ ତାଙ୍କୁ କିଛି ଅଜଣା ବ୍ୟକ୍ତି ପିଟିପିଟି ହତ୍ୟା କରିଥିଲେ। ସରକାରୀ ଓକିଲ କହିଛନ୍ତି, କୁନ୍ତୀ ଦେବୀ ନିର୍ବାଚନ ହାରି ଯାଇଥିବାରୁ ସୁମିରକ ଯାଦବଙ୍କୁ ହତ୍ୟା କରିବାକୁ କହୁଥିବା ସାକ୍ଷୀମାନେ ବୟାନ ଦେଇଥିଲେ।

ଶୁଣାଣି ବେଳେ ପ୍ରାୟ ୧୨ ଜଣ ସାକ୍ଷୀଙ୍କ ବୟାନକୁ କୋର୍ଟ ରେକର୍ଡ କରିଛନ୍ତି। କୁନ୍ତି ଦେବୀଙ୍କ ବ୍ୟତୀତ ତାଙ୍କ ଦୁଇ ପୁଅ ମଧ୍ୟ ଘଟଣାର ଅଭିଯୁକ୍ତ ରହିଥିଲେ। ଦୁଇ ପୁଅଙ୍କ ମଧ୍ୟରୁ ଜଣେ ଏବେ ଅଟ୍ରିରୁ ବିଧାୟକ ଭାବେ କାର୍ଯ୍ୟ କରୁଛନ୍ତି। କୁନ୍ତି ଦେବୀଙ୍କ ପୂର୍ବରୁ ତାଙ୍କ ସ୍ୱାମୀ ରାଜେନ୍ଦ୍ର ଯାଦବଙ୍କୁ ମଧ୍ୟ ୨୦୦୫ ମସିହା ନାବାଳିକାଙ୍କୁ ଗୁଳି କରିବା ଘଟଣାରେ ଆଜୀବନ ଜେଲଦଣ୍ଡ ମିଳିଥିଲା।

Related story