କଂଗ୍ରେସକୁ ଝଟକା: ଦଳ ଛାଡ଼ିଲେ ପୂର୍ବତନ ସାଂସଦ

ଲକ୍ଷ୍ନୌ: କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶ ଉନ୍ନାଓର ପୂର୍ବତନ ସାଂସଦ ଅନୁ ଟଣ୍ଡନ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସ୍ତରୀୟ ନେତାମାନେ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି ଓ ଏଥିପାଇଁ ଅନେକ ସମସ୍ୟା ଉପୁଜିଥିବା ସେ ଅଭିଯୋଗ କରି କଂଗ୍ରେସକୁ ବାଏବାଏ କହିଛନ୍ତି। ଅନୁ ଟଣ୍ଡନ ଗୋଟିଏ ଚିଠି ଲେଖି ନିଜର ଇସ୍ତଫାପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତତ୍କାଳ ଭାବେ ଏହାକୁ […]

ghj

Hemant Lenka
  • Published: Thursday, 29 October 2020
  • , Updated: 29 October 2020, 05:15 PM IST

ଲକ୍ଷ୍ନୌ: କଂଗ୍ରେସକୁ ଶକ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ଉତ୍ତର ପ୍ରଦେଶ ଉନ୍ନାଓର ପୂର୍ବତନ ସାଂସଦ ଅନୁ ଟଣ୍ଡନ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସ୍ତରୀୟ ନେତାମାନେ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି ଓ ଏଥିପାଇଁ ଅନେକ ସମସ୍ୟା ଉପୁଜିଥିବା ସେ ଅଭିଯୋଗ କରି କଂଗ୍ରେସକୁ ବାଏବାଏ କହିଛନ୍ତି।

ଅନୁ ଟଣ୍ଡନ ଗୋଟିଏ ଚିଠି ଲେଖି ନିଜର ଇସ୍ତଫାପତ୍ର ଦଳର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ତତ୍କାଳ ଭାବେ ଏହାକୁ ଗ୍ରହଣ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଆସନ୍ତା ମାସରେ ଉନ୍ନାଓ ଲୋକସଭା ଅନ୍ତର୍ଗତ ବାଙ୍ଗ୍ରାମାଉ ବିଧାନସଭା ଆସନରେ ଉପ ନିର୍ବାଚନ ହେବ।

ହେଲେ ଏହା ପୂର୍ବରୁ ଉନ୍ନାଓର ପୂର୍ବତନ ସାଂସଦ ଅନୁ ଦଳ ଛାଡ଼ିବା କଂଗ୍ରେସ ପାଇଁ ଝଟକା ସଦୃଶ ହୋଇଛି। ଏହି ଆସନରୁ ସେ ୨୦୦୯ରେ ବିଜୟୀ ହୋଇଥିଲେ। ଦୀର୍ଘ ୧୫ ବର୍ଷ ହେଲା ସେ କଂଗ୍ରେସ ପାଇଁ କାମ କରୁଥିଲେ।

Related story