ବିଜେପିରେ ମିଶିଲେ ପୂର୍ବତନ ମେଦିନୀପୁର ଏସ୍‌ପି ଭାରତୀ ଘୋଷ

ନୂଆଦିଲ୍ଲୀ: ଗୋଟିଏ ପଟେ ପଶ୍ଚିମବଙ୍ଗ ପୁଲିସ୍‌ ଓ ସିବିଆଇ ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଅନ୍ୟପଟେ ପଶ୍ଚିମ ମେଦିନୀପୁରର ପୂର୍ବତନ ଏସ୍‌ପି ଭାରତୀ ଘୋଷ ବିଜେପିରେ ଯୋଗ ଦେଇଛନ୍ତି। ପୂର୍ବତନ ଆଇପିଏସ୍‌ ଭାରତୀ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିଜେପି ନେତା କୈଲାସ ବିଜୟଭର୍ଗିୟା ଓ ମୁକୁଲ ରୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଶ୍ରୀମତୀ ଭାରତୀ ପଶ୍ଚିମ ମେଦିନୀପୁରର ଏସ୍‌ପି ଭାବେ ୬ ବର୍ଷ କାମ କରିଥିଲେ। ଏହାପରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ ସଶସ୍ତ୍ର ବଳର କମାଣ୍ଡାଣ୍ଟ ଭାବେ […]

ra

ra

Hemant Lenka
  • Published: Monday, 04 February 2019
  • Updated: 04 February 2019, 08:58 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ପଶ୍ଚିମବଙ୍ଗ ପୁଲିସ୍‌ ଓ ସିବିଆଇ ମଧ୍ୟରେ ତିକ୍ତତା ଲାଗିରହିଥିବା ବେଳେ ଅନ୍ୟପଟେ ପଶ୍ଚିମ ମେଦିନୀପୁରର ପୂର୍ବତନ ଏସ୍‌ପି ଭାରତୀ ଘୋଷ ବିଜେପିରେ ଯୋଗ ଦେଇଛନ୍ତି।

ପୂର୍ବତନ ଆଇପିଏସ୍‌ ଭାରତୀ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ, ବିଜେପି ନେତା କୈଲାସ ବିଜୟଭର୍ଗିୟା ଓ ମୁକୁଲ ରୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଶ୍ରୀମତୀ ଭାରତୀ ପଶ୍ଚିମ ମେଦିନୀପୁରର ଏସ୍‌ପି ଭାବେ ୬ ବର୍ଷ କାମ କରିଥିଲେ। ଏହାପରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟ ସଶସ୍ତ୍ର ବଳର କମାଣ୍ଡାଣ୍ଟ ଭାବେ ତୃତୀୟ ବାଟାଲିୟନକୁ ୨୦୧୮ ଡିସେମ୍ବର ୨୬ରେ ବଦଳି କରାଯାଇଥିଲା।

ତେବେ ଦୁଇ ଦିନ ତଳେ ସେ ଆଇପିଏସ୍‌ ପଦରୁ ଇସ୍ତଫା ଦେଇଥିଲେ। ସେ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ ଏବଂ ୨୦୧୪ ମସିହା ଅଗଷ୍ଟ ୧୫ରେ ପୁଲିସ ମେଡାଲ ପାଇଥିଲେ। ଭାରତୀଙ୍କୁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ବଦଳି କରିଥିଲେ। ସେହିପରି ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟ ତାଙ୍କର ବଦଳି ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos