ମହଙ୍ଗା ପଡ଼ିଲା ଶାହଙ୍କୁ ନେଇ ଗୁଜବ ପ୍ରଚାର କରିବା, ବାନ୍ଧିଲା ପୁଲିସ୍

ଅହମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମରେ ନକଲି ଟୁଇଟର ଆକାଉଣ୍ଟ ତିଆରି କରି ସ୍ୱାସ୍ଥ୍ୟାବସ୍ଥା ବାବଦରେ ଗୁଜବ ଖବର ଦେବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଅହମଦାବାଦ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଜଣଙ୍କୁ ଗିରଫ କରିଛି। ସୋଶାଲ ମିଡିଆରେ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ଭାଇରାଲ ହୋଇଥିବା ପୋଷ୍ଟରେ ଶାହ ଗୁରୁତର ଅଛନ୍ତି ବୋଲି ଉଲ୍ଲେଖ ରହିଥିଲା। ଗିରଫ ପୂର୍ବରୁ କିନ୍ତୁ ଶାହ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି। ମୁଁ […]

Amit-Shah

Amit-Shah

Subhransu Sekhar
  • Published: Saturday, 09 May 2020
  • Updated: 09 May 2020, 07:55 PM IST

Sports

Latest News

ଅହମଦାବାଦ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମରେ ନକଲି ଟୁଇଟର ଆକାଉଣ୍ଟ ତିଆରି କରି ସ୍ୱାସ୍ଥ୍ୟାବସ୍ଥା ବାବଦରେ ଗୁଜବ ଖବର ଦେବା ମହଙ୍ଗା ପଡ଼ିଛି। ଏହି ମାମଲାରେ ଅହମଦାବାଦ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଜଣଙ୍କୁ ଗିରଫ କରିଛି। ସୋଶାଲ ମିଡିଆରେ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ଭାଇରାଲ ହୋଇଥିବା ପୋଷ୍ଟରେ ଶାହ ଗୁରୁତର ଅଛନ୍ତି ବୋଲି ଉଲ୍ଲେଖ ରହିଥିଲା।

ଗିରଫ ପୂର୍ବରୁ କିନ୍ତୁ ଶାହ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସ୍ପଷ୍ଟୀକରଣ ଦେଇ ସାରିଛନ୍ତି। ମୁଁ କୌଣସି ରୋଗରେ ଆକ୍ରାନ୍ତ ନାହିଁ। ସକାଳୁ ଉଠିବା ପାଖରୁ ରାତିରେ ଶୋଇବା ପର୍ଯ୍ୟନ୍ତ ନିଜ କାମରେ ବ୍ୟସ୍ତ ରହୁଛି ବୋଲି ଶାହ କହିଥିଲେ। ମୋର ମୃତ୍ୟୁ ପାଇଁ ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଶାହ କହିଥିଲେ।

ବିଗତ କିଛି ଦିନ ହେବ ସୋଶାଲ ମିଡିଆରେ କିଛି ବ୍ୟକ୍ତି ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାର ଖବର ଦେଉଛନ୍ତି। ଯାହା ସମ୍ପୂର୍ଣ୍ଣ ଭାବରେ ମନଗଢ଼ା ଓ କାଳ୍ପନିକ। ହେଲେ ଗୁଜବର ପରିମାଣ ଏତେ ବ୍ୟାପିଛି ଯେ ନିଜ ଦଳର କର୍ମୀ ମଧ୍ୟ ଏହାକୁ ନେଇ ଚିନ୍ତାବ୍ୟକ୍ତ କରିବା ପରେ ମୁଁ ସ୍ପଷ୍ଟୀକରଣ ଦେବାକୁ ବାଧ୍ୟ ହେଲି ବୋଲି ଶାହ କହିଥିଲେ।

ଏଭଳି ଖବର ପ୍ରଚାର ପରେ ଗୁଜରାଟ କ୍ରାଇମବ୍ରାଞ୍ଚ ଖବରର ଉତ୍ପତ୍ତିକୁ ନେଇ ଛାନଭିନ୍ ଆରମ୍ଭ କରିଥିଲା। ଏହାପରେ ନକଲି ଆକାଉଣ୍ଟ ତିଆରି କରି ବିଭିନ୍ନ ଗ୍ରୁପରେ ଏହି ମନଗଢ଼ା ଖବରକୁ ଶେୟାର କରିଥିବା ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos