ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମାଗଣାରେ ମିଳିବ ୱାଇଫାଇ!

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘ ୩୪ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମାଗଣାରେ ୱାଇଫାଇ ମିଳିବ ବୋଲି ଘୋଷଣା କରିଛି କ୍ଷମତାସୀନ ଆମ ଆଦମୀ ପାର୍ଟି। ଦଳର ମୁଖପାତ୍ର ରାଘବ ଚଢ଼ା ମଙ୍ଗଳବାର ଅପରାହ୍ନରେ କହିଛନ୍ତି, ଦୀର୍ଘ ଦିନ ହେଲା ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ପାଇଁ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ପକ୍ଷରୁ ୱାଇଫାଇ ହଟସ୍ପଟ ଇନଷ୍ଟଲ କରାଯିବ। ଏହାଦ୍ୱାରା ଚାଷୀମାନେ ଭଡିଓ କଲ କରିପାରିବେ ଓ […]

ed

Hemant Lenka
  • Published: Tuesday, 29 December 2020
  • , Updated: 29 December 2020, 06:32 PM IST

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନ ବିରୋଧରେ ଦୀର୍ଘ ୩୪ ଦିନ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମାଗଣାରେ ୱାଇଫାଇ ମିଳିବ ବୋଲି ଘୋଷଣା କରିଛି କ୍ଷମତାସୀନ ଆମ ଆଦମୀ ପାର୍ଟି। ଦଳର ମୁଖପାତ୍ର ରାଘବ ଚଢ଼ା ମଙ୍ଗଳବାର ଅପରାହ୍ନରେ କହିଛନ୍ତି, ଦୀର୍ଘ ଦିନ ହେଲା ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ପାଇଁ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ପକ୍ଷରୁ ୱାଇଫାଇ ହଟସ୍ପଟ ଇନଷ୍ଟଲ କରାଯିବ।

ଏହାଦ୍ୱାରା ଚାଷୀମାନେ ଭଡିଓ କଲ କରିପାରିବେ ଓ ଘରେ ରହିଥିବା ସେମାନଙ୍କ ପରିବାର ଲୋକଙ୍କ ଭଲମନ୍ଦ ବୁଝିପାରିବେ। ଏହି ନିଷ୍ପତ୍ତି ସେବାଦର ଅରବିନ୍ଦ କେଜ୍ରିୱାଲ ନେଇଛନ୍ତି ବୋଲି ସେ କହିଛନ୍ତି।

ନିକଟରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦିଲ୍ଲୀର ସିଙ୍ଘୁ ସୀମାରେ କେଜ୍ରିୱାଲ ପହଞ୍ଚିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ନୁହନ୍ତି ବରଂ ଚାଷୀଙ୍କ ସେବାଦର ଭାବେ ଏଠାକୁ ଆସିଥିବା କଥା କହିଥିଲେ।

ରାଘବ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ବଞ୍ଚିବାକୁ ହେଲା ରୁଟି, କପଡ଼ା ଓ ଘର ଦରକାର। ଏବେ ଏହା ସହିତ ଇଣ୍ଟରନେଟ୍‌ ସାମିଲ ହୋଇଗଲାଣି। ଆମେ ଚାହୁଁଛୁ ଚାଷୀମାନେ ସେମାନଙ୍କ ପରିବାର ଲୋକଙ୍କ ସହ ଯୋଡ଼ି ହୋଇ ରୁହନ୍ତୁ।

ଆମେ ୱାଇଫାଇ ପାଇଁ କିଛି ସ୍ଥାନ ଚିହ୍ନଟ କରି ସାରିଛୁ। ୱାଇଫାଇ ହଟସ୍ପଟର ୧୦୦ ମିଟିର ମଧ୍ୟରେ ଇଣ୍ଟରନେଟ ସିଗ୍ନାଲ ମିଳିବ ବୋଲି ସେ କହିଛନ୍ତି।

Related story