କରୋନାରେ ଆକ୍ରାନ୍ତ ହେଲେ ଫ୍ରାନ୍ସ ରାଷ୍ଟ୍ରପତି

ପ୍ୟାରିସ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଆସିଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆସନ୍ତା ଗୋଟିଏ ସପ୍ତାହ ଯାଏ ସେଲଫ ଆଇସୋଲେସନରେ ରହିବେ। ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ ମାର୍କନଙ୍କ ଶରୀରରେ କରୋନାର ପ୍ରଥମ ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କର ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଆଇସୋଲେସନରେ ରହିଥିଲେ […]

f

Hemant Lenka
  • Published: Thursday, 17 December 2020
  • , Updated: 17 December 2020, 05:38 PM IST

ପ୍ୟାରିସ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାର୍କନ। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଆସିଥିବା ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ଆସନ୍ତା ଗୋଟିଏ ସପ୍ତାହ ଯାଏ ସେଲଫ ଆଇସୋଲେସନରେ ରହିବେ।

ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି ଯେ ମାର୍କନଙ୍କ ଶରୀରରେ କରୋନାର ପ୍ରଥମ ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କର ଟେଷ୍ଟ କରାଯାଇଥିଲା। ଏହି ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଆଇସୋଲେସନରେ ରହିଥିଲେ ହେଁ ଭିଡିଓ କନଫରେନ୍ସିଂ ଜରିଆରେ ସରକାରୀ କାମ କରିବେ।

ମାର୍କନଙ୍କ ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। ଅନ୍ୟପକ୍ଷରେ ଏବେ ୟୁରୋପୀୟ ଦେଶଗୁଡ଼ିକରେ କରୋନାର ଦ୍ୱିତୀୟ ଲହରୀ ଦେଖିବାକୁ ମିଳୁଛି। ପୂର୍ବଭଳି ସଂକ୍ରମଣ ଓ ମୃତ୍ୟୁହାର ବଢ଼ୁଥିବାରୁ ଫ୍ରାନ୍ସ ସରକାର ଲୋକଙ୍କ କାର୍ଯ୍ୟକଳାପ ଉପରେ କଟକଣା ଲଗାଇଛନ୍ତି।

Related story