ସିଗାରେଟ ଖୋଳ ପରି ମଦ ବୋତଲରେ ରହିବ ସଚେତକ ଚିତ୍ର

ନୂଆଦିଲ୍ଲୀ,  ସିଗାରେଟ , ଗୁଟଖା ଭଳି  ତମ୍ବାକୁ ସାମଗ୍ରୀ ପକେଟରେ ଉପରେ କ୍ୟାନସର ଚିତ୍ର ଦେଇ ଲୋକଙ୍କୁ ସଚେତନ କାରଯାଉଛି । କିନ୍ତୁ ମଦ ବୋତଲ ଉପରେ ଏପରି କୌଣସି ଚେତାବନୀ ଦିଆଯାଉ ନଥିଲା । ଖୁବ ଶୀଘ୍ର ଏବେ ମଦ ବୋତଲରେ ଉପରେ ବି  ଚିତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କାରାଯିବ । ଏନେଇ ଯୋଜନା ଚଳାଇଛି ଜାତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରଧିକରଣ (ଏଫ୍ଏସ୍ଏସ୍ ଆଇ) । ଏହା ସହିତ ନିଶାରେ ଗାଡି […]

liquer

Rakesh Mallick
  • Published: Tuesday, 25 July 2017
  • , Updated: 25 July 2017, 09:03 PM IST

ନୂଆଦିଲ୍ଲୀ,  ସିଗାରେଟ , ଗୁଟଖା ଭଳି  ତମ୍ବାକୁ ସାମଗ୍ରୀ ପକେଟରେ ଉପରେ କ୍ୟାନସର ଚିତ୍ର ଦେଇ ଲୋକଙ୍କୁ ସଚେତନ କାରଯାଉଛି । କିନ୍ତୁ ମଦ ବୋତଲ ଉପରେ ଏପରି କୌଣସି ଚେତାବନୀ ଦିଆଯାଉ ନଥିଲା । ଖୁବ ଶୀଘ୍ର ଏବେ ମଦ ବୋତଲରେ ଉପରେ ବି  ଚିତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କାରାଯିବ । ଏନେଇ ଯୋଜନା ଚଳାଇଛି ଜାତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରଧିକରଣ (ଏଫ୍ଏସ୍ଏସ୍ ଆଇ) । ଏହା ସହିତ ନିଶାରେ ଗାଡି ଚଳାଇବା ବିଷୟରେ ମଧ୍ୟ ସଚେଚନତାର ଚିତ୍ର ମଦ ବୋତଲ ଉପରେ ରହିବ ।

ଏ ନେଇ ବିଭିନ୍ନ ଦେଶରେ କିପରି ନିଶା ସଚେତକ ଚିତ୍ର ସବୁ ବ୍ୟବହାର କରାଯାଉଛି ତାହା ଅଧ୍ୟୟନ କରୁଛି ଏଫଏସଏସଆଇ । ସମ୍ପୂର୍ଣ୍ଣ ଅଧ୍ୟୟନ ପରେ ମଦ ବୋତଲରେ କିପରି ଚିତ୍ର ରହିବ ତାହା ସ୍ଥିର କରାଯିବ । ଏହା ସହିତ ଏହି ଚିତ୍ର ଗୁଡିକରେ  ଦିଆଯାଇଥିବା ସମସ୍ତ ଚେତାବନୀକୁ ମଦ ପାଇଁ ଥିବା ନିୟମ କାନୁନରେ ସାମିଲ କରିବ ନେଇ ଏଫ୍ଏସ୍ଏସ୍ଆଇ କେନ୍ଦ୍ର ସରକାରଙ୍କ ପାଖରେ ସୁପାରିଶ କରିବ ବୋଲି ଯୋଜନା ଚଳାଇଛି । ଏନେଇ କମ୍ୟୁନିଟି ଏଗେନଷ୍ଟ ଡ୍ରଙ୍କର ନାମକ ସ୍ବେଚ୍ଛାସେବୀ ସଙ୍ଗଠନ କୋର୍ଟରେ ଜନ ସ୍ବାର୍ଥ ମାମଲା କରିଥଲେ । ଏହି ମାମଲାକୁ ଆଖି ଆଗରେ ରଖି ଏଫ୍ଏସ୍ଏସ୍ଆଇ ଏପରି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି ।

Related story