ଫିଲ୍ମ ଷ୍ଟାଇଲ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ଭର୍ତ୍ତି ଟ୍ରକ୍‌ ହାଇଜ୍ୟାକ

କ୍ରୀଷ୍ଣଗିରି: ଡ୍ରାଇଭର ଓ କ୍ଲିନରକଙ୍କୁ ମାଡ଼ ମାରି ବାନ୍ଧିବା ପରେ ୧୦ ଜଣ ଦୁର୍ବୃତ୍ତ ଗୋଟିଏ ଟ୍ରକ୍‌କୁ ହାଇଜ୍ୟାକ କରିନେଇଛନ୍ତି। ଏହି ଟ୍ରକ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ରହିଥିଲା। ଟ୍ରକ୍‌ଟି ଚେନ୍ନାଇରୁ ମୋବାଇଲ ନେଇ ମୁମ୍ବାଇ ଯାଉଥିଲା। କିନ୍ତୁ ତାମିଲନାଡୁର କ୍ରୀଷ୍ଣଗିରି ନିକଟରେ ଦୁର୍ବୃତ୍ତମାନେ ଏହାକୁ ଅପହରଣ କରିନେଇଛନ୍ତି। ଅପହରଣକାରୀମାନେ ପରସ୍ପର ସହ ହିନ୍ଦୀରେ କଥା ହେଉଥିଲେ। ସେହିପରି ଟ୍ରକ୍‌କୁ ହାଇଜ୍ୟାକ କରିବା ପରେ ସେମାନେ ଏଥିରେ ଥିବା ମୋବାଇଲ ଫୋନଗୁଡ଼ିକୁ ନେଇ ଯାଇଥିଲେ। ଶେଷରେ […]

ui

Hemant Lenka
  • Published: Thursday, 22 October 2020
  • , Updated: 22 October 2020, 06:27 PM IST

କ୍ରୀଷ୍ଣଗିରି: ଡ୍ରାଇଭର ଓ କ୍ଲିନରକଙ୍କୁ ମାଡ଼ ମାରି ବାନ୍ଧିବା ପରେ ୧୦ ଜଣ ଦୁର୍ବୃତ୍ତ ଗୋଟିଏ ଟ୍ରକ୍‌କୁ ହାଇଜ୍ୟାକ କରିନେଇଛନ୍ତି। ଏହି ଟ୍ରକ୍‌ରେ ୧୫ କୋଟି ଟଙ୍କାର ମୋବାଇଲ ରହିଥିଲା। ଟ୍ରକ୍‌ଟି ଚେନ୍ନାଇରୁ ମୋବାଇଲ ନେଇ ମୁମ୍ବାଇ ଯାଉଥିଲା। କିନ୍ତୁ ତାମିଲନାଡୁର କ୍ରୀଷ୍ଣଗିରି ନିକଟରେ ଦୁର୍ବୃତ୍ତମାନେ ଏହାକୁ ଅପହରଣ କରିନେଇଛନ୍ତି। ଅପହରଣକାରୀମାନେ ପରସ୍ପର ସହ ହିନ୍ଦୀରେ କଥା ହେଉଥିଲେ। ସେହିପରି ଟ୍ରକ୍‌କୁ ହାଇଜ୍ୟାକ କରିବା ପରେ ସେମାନେ ଏଥିରେ ଥିବା ମୋବାଇଲ ଫୋନଗୁଡ଼ିକୁ ନେଇ ଯାଇଥିଲେ।

ଶେଷରେ ଟ୍ରକ୍‌ ସହ ଡ୍ରାଇଭର ଏବଂ କ୍ଲିନକରଙ୍କୁ ଅଧା ବାଟରେ ଛାଡ଼ି ଫେରାର ହୋଇଯାଇଛନ୍ତି। ପୁଲିସ୍ ଟ୍ରକ ସହ ଡ୍ରାଇଭର ଓ କ୍ଲିନକରଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଡିଏସପି କହିଛନ୍ତି, ଚେନ୍ନାଇ ପୋନାମାଲ୍ଲେ ଥିବା ରେଡମି ମୋବାଇଲ ଫୋନ ୟୁନିଟ ଡିଏଚ୍‌ଏଲ ଏକ୍ସପ୍ରେସ ଦ୍ୱାରା ପ୍ରାୟ ୧୪,୪୦୦ଟି ଫୋନ ୧୪ଶହ ବକ୍ସରେ ମୁମ୍ବାଇକୁ ପଠାଉଥିଲେ। ଟ୍ରକର ଡ୍ରାଇଭରଙ୍କ ନାଁ କେ ସତୀଶ କୁମାର ଓ କ୍ଲିନକରଙ୍କ ନାଁ ଏନ ଅରୁଣ। ସତୀଶ କୁମାର ମଙ୍ଗଳବାର ମଧ୍ୟାହ୍ନ ୩ଟା ବେଳେ ପୋନାମାଲ୍ଲେ ଛାଡ଼ିଥିଲେ।

ଏହାପରେ ସେ ରାତି ୮ଟାରେ ଡିନର ପାଇଁ ଭେଲ୍ଲୋର ଠାରେ କିଛି ସମୟ ଅଟକି ଥିଲେ। ସେଠାରୁ ରାତି ପ୍ରାୟ ୧୦.୩୦ରେ ସେ ଯାତ୍ରା ଆରମ୍ଭ କରିଥିଲେ। ବୁଧବାର ଭୋର ୨ଟା ବେଳେ ତାଙ୍କ ଗାଡ଼ି କ୍ରୀଷ୍ଣଗିରି ଓ ଶୋହଲାଗିରି ମଧ୍ୟରେ ଥିବା ମେଲୁମାଲାଇ ଠାରେ ପହଞ୍ଚିଥିଲା। ଏହି ସମୟରେ ଗୋଟିଏ ଟ୍ରକ୍‌ ସେମାନଙ୍କ ଆଗକୁ ଆସିବା ସହ ରାସ୍ତା ଅଟକାଇ ଥିଲା। ୬ ଜଣ ବ୍ୟକ୍ତି ଏହା ମଧ୍ୟରୁ ଓହ୍ଲାଇ ମୋବାଇଲ ଭର୍ତ୍ତି ଟ୍ରକ୍‌ରେ ପ୍ରବେଶ କରି ଏହାକୁ ହାଇଜ୍ୟାକ କରି ନେଇଥିଲେ।

ପ୍ରଥମେ ସେମାନେ ସତୀଶ ଓ ଅରୁଣଙ୍କ ଆକ୍ରମଣ କରି ସେମାନଙ୍କ ହାତଗୋଡ଼ ବାନ୍ଧି ଦେଇଥିଲେ। ଏହାପରେ ଉକ୍ତ ଟ୍ରକ୍‌ ମଧ୍ୟରେ ବସି ଆଗକୁ ଚାଲିଥିଲେ। କିଛି ସମୟ ପରେ ଦୁର୍ବୃତ୍ତମାନେ ରାସ୍ତା କଡ଼ରେ ଦୁର୍ବୃତ୍ତମାନେ ଟ୍ରକ୍‌କୁ ଅଟକାଇଥିଲେ ଓ ଆଉ ୪ ଜଣ ସେମାନଙ୍କ ସହ ସାମିଲ ହୋଇଥିଲେ।

ସେଠାରେ ସେମାନେ ସତୀଶ ଓ ଅର୍ଜୁନଙ୍କୁ ଗୋଟିଏ ବୁଦା ମୂଳରେ ଫୋପାଡ଼ି ଦୁଇଟି ଯାକ ଟ୍ରକ୍‌ ନେଇ ଚାଲି ଯାଇଥିଲେ। ମେଲୁମାଲାଇଠାରୁ ୮ କିମି ଦୂରରେ ଆଜାଗୁପାଭି ଠାରେ ସେମାନେ ଡିଏଚ୍‌ଏଲ ଏକ୍ସପ୍ରେସରୁ ମୋବାଇଲ ଫୋନ ଖାଲି କରି ସେମାନଙ୍କ ଟ୍ରକ୍‌ରେ ରଖି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ୍‌ ଆଜାଗୁପାଭିଠାରୁ ଖାଲି ଟ୍ରକ୍‌କୁ ଠାବ କରିଛି।

ଲୁଟ୍‌ରେ ସାମିଲ ଥିବା ୧୦ ଜଣ ଯାକ ବ୍ୟକ୍ତି ମୁହଁ ଢାଙ୍କି ନଥିଲେ। ସେମାନେ ଅଲଗା ରାଜ୍ୟରେ ଲୋକ ଭଳି ଜଣାପଡ଼ୁଥିଲେ ବୋଲି ସୀତୀଶ କୁମାର ପୁଲିସ୍‌କୁ ସୂଚନା ଦେଇଛନ୍ତି। ପୁଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଇ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୧୭ଟି ଟିମ୍‌ ଗଠନ କରିଛି।

Related story