ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ମରିଗଲାଣି ମଣିଷ ପଣିଆ। ଯୌନ ଲାଳସା ଚରିତାର୍ଥ କରିବାକୁ ଏବେ ଅତି ତଳକୁ ଖସିଯାଉଛି ମଣିଷ। ଗର୍ଭବତୀ ମହିଳାଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ। ଗୁରଗାଓଁରେ ଘଟିଛି ଏଭଳୀ ଏକ ଲୋମହର୍ଷଣକାରୀ ଘଟଣା। ଗୁରାଓଁର ମାନେସରରେ ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୋଲିସର କହିବା ଅନୁଯାୟୀ ଜଣେ ଅଟୋ ଚାଳକ ତାଙ୍କର ୨ଜଣ ସାଥୀଙ୍କ ସହ ମିଶି ଏହି ଦୁଷ୍କର୍ମ କରିଛନ୍ତି। ଘଟଣାଟି ମେ ୨୧ ତାରିଖ ଦିନ ଘଟିଥିଲା। […]

rape-1

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 02:56 PM IST

ନୂଆଦିଲ୍ଲୀ: ମରିଗଲାଣି ମଣିଷ ପଣିଆ। ଯୌନ ଲାଳସା ଚରିତାର୍ଥ କରିବାକୁ ଏବେ ଅତି ତଳକୁ ଖସିଯାଉଛି ମଣିଷ। ଗର୍ଭବତୀ ମହିଳାଙ୍କୁ ବି ଛାଡ଼ିଲେନି ଦୁର୍ବୃତ୍ତ। ଗୁରଗାଓଁରେ ଘଟିଛି ଏଭଳୀ ଏକ ଲୋମହର୍ଷଣକାରୀ ଘଟଣା। ଗୁରାଓଁର ମାନେସରରେ ଜଣେ ୨୩ ବର୍ଷୀୟା ଗର୍ଭବତୀ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

ପୋଲିସର କହିବା ଅନୁଯାୟୀ ଜଣେ ଅଟୋ ଚାଳକ ତାଙ୍କର ୨ଜଣ ସାଥୀଙ୍କ ସହ ମିଶି ଏହି ଦୁଷ୍କର୍ମ କରିଛନ୍ତି। ଘଟଣାଟି ମେ ୨୧ ତାରିଖ ଦିନ ଘଟିଥିଲା। ସେତେବେଳେ ପୀଡ଼ିତା ଜଣକ ୬ ମାସର ଗର୍ଭବତୀ ଥିଲେ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ମହିଳା ଜଣକ ନିୟମିତ ଚେକ୍‌ଅପ ପାଇଁ ନିଜସ୍ୱାମୀଙ୍କ ସହ ସାଇକେଲରେ ମେଡ଼ିକାଲ୍‌କୁ ଯାଇଥିଲେ। ଫେରିବା ସମୟରେ ସାଇକେଲରେ ବସିବାକୁ ତାଙ୍କୁ ଅସୁବିଧା ହେବାରୁ ତାଙ୍କ ସ୍ୱାମୀ ତାଙ୍କୁ ଏକ ଅଟୋରେ ବସାଇ ଘରେ ଛାଡ଼ିଦେବାକୁ କହିଥିଲେ।  ମହିଳାଙ୍କ କହିବା ଅନୁଯାୟୀ ଅଟୋରେ ବସିବା ମାତ୍ରେ ଅଟୋଚାଳକ ତାଙ୍କୁ ପାଣି ପିଇବାକୁ ଦେଇଥିଲା। ପାଣିପିବା ମାତ୍ରେ ହିଁ ସେ ବେହୋସ୍ ହୋଇଯାଇଥିଲେ। ଏହାପରେ ତାଙ୍କୁ ୩ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିଲେ।

Related story