ଗଙ୍ଗା ସଫେଇକୁ ତ୍ୱାରାନ୍ୱିତ କରିବ ମୋବାଇଲ ଆପ୍ସ ଓ ୱେବ ପୋର୍ଟାଲ ’ଭୁବନ ଗଙ୍ଗା’

ନୂଆଦିଲ୍ଲୀ: ସ୍ୱଚ୍ଛ ଗଙ୍ଗା ମିଶନ ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ। ଏହି କୌଶଳ ମାଧ୍ୟମରେ ଗଙ୍ଗାର ଭୂ-ସର୍ବେକ୍ଷଣ କରାଯିବ। ଏହି କୌଶଳ ମାଧ୍ୟମରେ କେନ୍ଦ୍ରସରକାରଙ୍କ ଫ୍ଲାଗ ସିଫ୍ ପ୍ରୋଗ୍ରାମ ଗଙ୍ଗା ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗଙ୍ଗାର ପ୍ରଦୂଷଣକୁ ରୋକା ଯାଇପାରିବ। ଏନେଇ ମଙ୍ଗଳବାର ନ୍ୟାସନାଲ ମିଶନ ଫର କ୍ଲିନ ଗଙ୍ଗା (ଏନଏମସିଜି), ରିଭର ଡେଭଲ୍ପମେଣ୍ଟ ଆଣ୍ଡ ଗଙ୍ଗା ରେଜୁଭେସନ ଆଣ୍ଡ ଏନଆରଏସସି ଏବଂ କେନ୍ଦ୍ର ଜଳ ମନ୍ତ୍ରଣାଳୟ ସହ ଭାରତୀୟ […]

namami ganga

Rakesh Mallick
  • Published: Tuesday, 23 June 2015
  • , Updated: 23 June 2015, 04:18 PM IST

ନୂଆଦିଲ୍ଲୀ: ସ୍ୱଚ୍ଛ ଗଙ୍ଗା ମିଶନ ପାଇଁ ବ୍ୟବହାର ହେବ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳ। ଏହି କୌଶଳ ମାଧ୍ୟମରେ ଗଙ୍ଗାର ଭୂ-ସର୍ବେକ୍ଷଣ କରାଯିବ। ଏହି କୌଶଳ ମାଧ୍ୟମରେ କେନ୍ଦ୍ରସରକାରଙ୍କ ଫ୍ଲାଗ ସିଫ୍ ପ୍ରୋଗ୍ରାମ ଗଙ୍ଗା ସଫେଇ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ ଗଙ୍ଗାର ପ୍ରଦୂଷଣକୁ ରୋକା ଯାଇପାରିବ। ଏନେଇ ମଙ୍ଗଳବାର ନ୍ୟାସନାଲ ମିଶନ ଫର କ୍ଲିନ ଗଙ୍ଗା (ଏନଏମସିଜି), ରିଭର ଡେଭଲ୍ପମେଣ୍ଟ ଆଣ୍ଡ ଗଙ୍ଗା ରେଜୁଭେସନ ଆଣ୍ଡ ଏନଆରଏସସି ଏବଂ କେନ୍ଦ୍ର ଜଳ ମନ୍ତ୍ରଣାଳୟ ସହ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି। ଏହି ଏମଓୟୁ ସ୍ୱାକ୍ଷରିତ ହେବା ସମୟରେ କେନ୍ଦ୍ର ଜଳ ବିଭାଗ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ, ଏନଏମସିଜିର ମିଶନ ନିର୍ଦ୍ଦେଶକ ଟିଭିଏସଏନ୍ ପ୍ରସାଦ, ଏନଆରଏସସିର ପିଜି ଦିୱାରକରଙ୍କ ସମେତ ଇସ୍ରୋର ବହୁ ଉଚ୍ଚ ପଦସ୍ଥ କର୍ମଚାରୀ ଉପସ୍ଥିତ ଥିଲେ। ଏହାପରେ କେନ୍ଦ୍ର ଜଳ ବିଭାଗ ମନ୍ତ୍ରୀ ’ଭୁବନ ଗଙ୍ଗା’ ନାମକ ଏକ ମୋବାଇଲ ଆପ୍ଲିକେସନ ଓ ୱେବ ପୋର୍ଟାଲ ଲୋକାର୍ପିତ ହୋଇଥିଲା। ଏହି ପୋର୍ଟାଲ ମାଧ୍ୟମରେ ଇସ୍ରୋ ପକ୍ଷରୁ ଗଙ୍ଗା ଭୂ-ସର୍ବେକ୍ଷଣର ଏକ ଟୁଲ ରହିଛି। ଏଥିରେ ଗଙ୍ଗାର ପ୍ରଦୂଷଣ ପ୍ରବଣ ଅଞ୍ଚଳର ବସ୍ତାବ ଚିତ୍ର ରହିଛି। ଯାହାକି ଗଙ୍ଗା ସଫେଇର ବାସ୍ତବ ଚିତ୍ର ରହିବ।ଯାହାକି ଲୋକଙ୍କ ପାଇଁ ସହାୟତା ପ୍ରଦାନ କରିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ ଲୋକାର୍ପିତ ହୋଇଥିବା ଆଣ୍ଡ୍ରୋଏଡ୍ ମୋବାଇଲ ଆପ୍ଲିକେସନ ଭୁବନ ଗଙ୍ଗା ଏକ ସ୍ୱତନ୍ତ୍ର ଆପ୍ଲିକେସନ। ଏଥିରେ ଜନସାଧାରଣଙ୍କ ମତାମତ ନିଆଯିବ ସହ ଗଙ୍ଗାର ବିଭିନ୍ନ ଅଞ୍ଚଳ ବିଷୟରେ ତଥ୍ୟ ରହିବ ବୋଲି ଜଣାପଡିଛି।

Related story