ନୂଆଦିଲ୍ଲୀ: ଦେଶରେ ଚାକିରିର ଅଭାବ ନାହିଁ, ହେଲେ ଉତ୍ତର ଭାରତରେ ଚାକିରି ପାଇଁ ଉପଯୁକ୍ତ ପ୍ରାର୍ଥୀ ନାହାନ୍ତି। କେନ୍ଦ୍ର ରାଜ୍ୟ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର ଆଜି ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି। ଯାହାକି ଏବେ ବିବାଦୀୟ ହୋଇ ପଡ଼ିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା କେନ୍ଦ୍ର ଶ୍ରମ ରାଜ୍ୟମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କ ଏହି ମନ୍ତବ୍ୟକୁ ନେଇ ମୋଦି ସରକାରକୁ ସମାଲୋଚନା କରିଛନ୍ତି।
https://twitter.com/priyankagandhi/status/1173135972248117250
ସେ କହିଛନ୍ତି ‘ଗତ ପାଞ୍ଚ ବର୍ଷ ହେଲା ନିଜର ସରକାର ରହିଛି। ହେଲେ ଏହାରି ଭିତରେ ଲୋକଙ୍କୁ ରୋଜଗାରକ୍ଷମ କରାଇବାରେ ସଫଳ ହୋଇ ନାହଁ, ଏଥିପାଇଁ ଚାକିରୀ ଆଶାୟୀ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ଭୁଲ୍ ପାଇଁ। ଯାହା ବି ଚାକିରି ଥିଲା ତାହା ଆପଣଙ୍କ ସରକାର ସମୟରେ ଆସିଥିବା ମାନ୍ଦାବସ୍ଥା ପାଇଁ ସେସବୁ ଚାକିରୀ ଆଉ ନାହିଁ। ଯୁବ ପିଢ଼ୀ ସରକାରଙ୍କ ପାଖରୁ ଅନେକ ଆଶା ରଖିଛନ୍ତି। ହେଲେ ସେସବୁକୁ ପୂରଣ କରିବାରେ କେନ୍ଦ୍ର ବିଫଳ ହୋଇଛି। ଏଥିପାଇଁ ଉତ୍ତର ଭାରତୀୟଙ୍କୁ ଦାୟୀ କରିବା ଠିକ୍ ନୁହେଁ’ ବୋଲି ପ୍ରିୟଙ୍କା କହିଛନ୍ତି।
ସୂଚନାଯୋଗ୍ୟ, ଆଜି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାର ଦେଶର ରୋଜଗାର ସ୍ଥିତି ନେଇ ପ୍ରେସ କନଫରେସନ କରୁଥିଲେ। ସେହି ସମୟରେ ଏହି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅନେକ ବିଦେଶୀ କମ୍ପାନୀ ଦେଶକୁ ଆସୁଛନ୍ତି ହେଲେ ତାଙ୍କ କମ୍ପାନୀ ପାଇଁ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀ ନଥିବା ସେ କହିଥିଲେ। ମୁଖ୍ୟତଃ ଉତ୍ତର ଭାରତରେ ରହୁଥିବା ଚାକିରି ଆଶାୟୀ ଚାକିରୀ କରିବା ପାଇଁ ଯୋଗ୍ୟ ନୁହନ୍ତି ବୋଲି ସେ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।