ଗାର୍ଗୀ କଲେଜରେ ଛାତ୍ରୀଙ୍କୁ ଅସଦାଚରଣ ମାମଲା, ୧୦ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଗାର୍ଗୀ ମହିଳା କଲେଜର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ୧୦ ଜଣ ଗିରଫ ହୋଇଛନ୍ତି। ସାଉଥ ଦିଲ୍ଲୀରେ ଡିସିପି ଏ ଠାକୁର ଏହି ସୂଚନା ଦେଇଛନ୍ତି। ୬ ଫେବୃଆରୀ ଗାର୍ଗୀ କଲେଜର ବାର୍ଷିକ ଉତ୍ସବ ଥିଲା। ଏହି ଅବସରରେ କଲେଜ ଭିତରକୁ କିଛି ଅସାମାଜିକ ବ୍ୟକ୍ତି ପଶି ଆସି ଛାତ୍ରୀଙ୍କୁ ଗାଳି ଗୁଲଜ କରିବା ସହିତ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। ଡିସିପି ଏ ଠାକୁର କହିଛନ୍ତି, ହୋଜଖାସ ଥାନାରେ କଲେଜ […]

Gargi-college

Gargi-college

Subhransu Sekhar
  • Published: Wednesday, 12 February 2020
  • Updated: 12 February 2020, 10:37 PM IST

Sports

Latest News

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଗାର୍ଗୀ ମହିଳା କଲେଜର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ୧୦ ଜଣ ଗିରଫ ହୋଇଛନ୍ତି। ସାଉଥ ଦିଲ୍ଲୀରେ ଡିସିପି ଏ ଠାକୁର ଏହି ସୂଚନା ଦେଇଛନ୍ତି। ୬ ଫେବୃଆରୀ ଗାର୍ଗୀ କଲେଜର ବାର୍ଷିକ ଉତ୍ସବ ଥିଲା। ଏହି ଅବସରରେ କଲେଜ ଭିତରକୁ କିଛି ଅସାମାଜିକ ବ୍ୟକ୍ତି ପଶି ଆସି ଛାତ୍ରୀଙ୍କୁ ଗାଳି ଗୁଲଜ କରିବା ସହିତ ଅଶାଳୀନ ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା।

ଡିସିପି ଏ ଠାକୁର କହିଛନ୍ତି, ହୋଜଖାସ ଥାନାରେ କଲେଜ ଛାତ୍ରୀମାନେ ଏତଲା ଦେଇଥିଲେ। ଏହାପରେ ପୁଲିସ ଘଟଣାର ତଦନ୍ତ କରି ୧୦ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ବୟସ ୧୮ରୁ ୨୫ ବର୍ଷ ମଧ୍ୟରେ। ଏମାନେ ସମସ୍ତେ ଦିଲ୍ଲୀ ଏନସିଆରରେ ଥିବା ବିଭିନ୍ନ କଲେଜ ଏବଂ ଘରୋଇ ବିଶ୍ୱବିଦ୍ୟାଳୟର ଛାତ୍ର। ୧୧ଟି ଟିମ୍ ଏହି ମାମଲାର ତଦନ୍ତ କରୁଛି। ଅନେକ ଅସାମାଜିକ ବ୍ୟକ୍ତି ଅସଦାଚରଣ କରି ଫେରାର ହୋଇଯାଇଥିବା ସୂଚନା ରହିଛି। ଏନସିଆରରେ ମଧ୍ୟ ପୁଲିସ ଫଟୋ ଜାରି କରି ତଦନ୍ତ ଜାରି ରଖିଛି। ଗିରଫ ହୋଇଥିବା ବ୍ୟକ୍ତି ଜୋରଜବରଦସ୍ତି କଲେଜ ଭିତରକୁ ପଶିଆସିଥିଲେ ବୋଲି ସିସିଟିଭିରୁ ଜଣାପଡ଼ିଥିବା ପୁଲିସ କହିଛି।

ଦିଲ୍ଲୀରେ ହୋଇଥିବା ଏହି ଘଟଣା ସଂସଦରୁ ଆରମ୍ଭ କରି ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛି। ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ମଧ୍ୟ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିଓ୍ୱାଲ ମଧ୍ୟ ଏହି ଘଟଣାର ତଦନ୍ତ କରିଥିଲେ।

ଫେବୃଆରୀ ୬ ତାରିଖରେ କଲେଜର ବାର୍ଷିକ ଉତ୍ସବ ଚାଲିଥିଲା। ଏହି ସମୟରେ କଲେଜ ପାଚେରୀ ଡେଇଁ କିଛି ଯୁବକ କ୍ୟାମ୍ପସ ଭିତରକୁ ପଶି ଆସିଥିଲେ। ସେମାନେ ସିଗାରେଟ ଟାଣିବା ସହିତ ମଦ ମଧ୍ୟ ପିଇଥିଲେ। କଲେଜ ଛାତ୍ରୀଙ୍କୁ ଅସଦାଚରଣ କରୁଥିଲେ ମଧ୍ୟ ପାଖରେ ଉପସ୍ଥିତ ଥିବା ପୁଲିସ ଦେଖି ମଧ୍ୟ ନଦେଖିଲା ଭଳି ଆଚରଣ ଦେଖାଇଥିଲା ବୋଲି ଛାତ୍ରୀମାନେ ଅଭିଯୋଗ କରିଥିଲେ। ଏହାବାଦ କଲେଜ ପ୍ରିନସିପାଲ ଏବଂ ପ୍ରଶାସନ ତରଫରୁ କୌଣସି ପ୍ରକାର ସହଯୋଗ ମିଳିନଥିଲା ବୋଲି ଛାତ୍ରୀମାନେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos