ଗୌତମ ଗମ୍ଭୀରଙ୍କୁ ବିଜେପି ଟିକେଟ୍‌, ନୂଆଦିଲ୍ଲୀରୁ ମୀନାକ୍ଷୀ

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କୁ ଆଜି ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ସେ ବିଜେପି ଟିକେଟ୍‌ରେ ପୂର୍ବ ଦିଲ୍ଲୀରୁ ଲଢ଼ିବେ। ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦଳ ଏଥର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି। ଗମ୍ଭୀର ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ ‘କାର୍ଯ୍ୟଶୈଳୀରେ ଅନୁପ୍ରାଣିତ’ ହୋଇ ବିଜେପିରେ ଯୋଗଦେଇଥିଲେ। ୨୧୦୪ରେ ବିଜେପି ଏଠାରେ ମହେଶ ଗିରିଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦଳ ଏଥର ଗୌତମଙ୍କ ଉପରେ […]

sc

Hemant Lenka
  • Published: Monday, 22 April 2019
  • , Updated: 22 April 2019, 10:11 PM IST

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କୁ ଆଜି ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରିଛି। ସେ ବିଜେପି ଟିକେଟ୍‌ରେ ପୂର୍ବ ଦିଲ୍ଲୀରୁ ଲଢ଼ିବେ। ସେହିପରି ବିଜେପିର ଅନ୍ୟତମ ବରିଷ୍ଠ ନେତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦଳ ଏଥର ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ କରିଛି।

ଗମ୍ଭୀର ଗତ ମାସରେ ପ୍ରଧାନମନ୍ତ୍ରୀଙ୍କ 'କାର୍ଯ୍ୟଶୈଳୀରେ ଅନୁପ୍ରାଣିତ' ହୋଇ ବିଜେପିରେ ଯୋଗଦେଇଥିଲେ। ୨୧୦୪ରେ ବିଜେପି ଏଠାରେ ମହେଶ ଗିରିଙ୍କୁ ପ୍ରାର୍ଥୀ କରିଥିଲା। ତେବେ ଦଳ ଏଥର ଗୌତମଙ୍କ ଉପରେ ଭରସା କରିଛି। ଏହି ଆସନରେ କଂଗ୍ରେସର ଅରବିନ୍ଦର ସିଂହ ଲଭଲୀ ଓ ଆପର ଅତୀଶଙ୍କ ସହ ଗମ୍ଭୀରଙ୍କ ଲଢ଼େଇ ହେବ। ସେହିପରି ଶ୍ରୀମତୀ ଲେଖିଙ୍କ ଟକ୍କର କଂଗ୍ରେସର ଅଜୟ ମାକେନ ଓ ଆପ୍‌ର ବ୍ରଜେଶ ଗୋଏଲଙ୍କ ସହ ହେବ।

ରବିବାର ବିଜେପି ଦିଲ୍ଲୀର ୭ଟି ଲୋକସଭା ଆସନରୁ ୫ଟି ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ୨୦୧୪ର ୪ ଜଣ ସାଂସଦଙ୍କୁ ଦଳ ରିପିଟ୍‌ କରିଥିବା ବେଳେ ଦଳର ଦିଲ୍ଲୀ ମୁଖ୍ୟ ମନୋଜ ତିୱାରୀଙ୍କୁ ଉତ୍ତର ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ କରିଥିଲା।

Related story