ବିରୋଧୀ ଗୋଷ୍ଠୀକୁ ଟାର୍ଗେଟ କରିବା ପଛରେ ଗେହଲଟଙ୍କ ବ୍ୟକ୍ତିଗତ ସମ୍ପର୍କ!

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଅପରେସନ ଗ୍ରୁପ ଗଠନ ହୋଇଛି। ଏସଓଜି ଏବେ ଅଡିଓ କ୍ସିପ ମାମଲା, କେନ୍ଦ୍ରମନ୍ତ୍ରୀ ଶେଖାଓ୍ୱତ ମାମଲାର ତଦନ୍ତ କରୁଛି। ଏହି ଏସଓଜିର ମୁଖ୍ୟ ରହିଛନ୍ତି ଅତିରିକ୍ତ ଡିଜି ଅନୀଲ ପାଲିଓ୍ୱାଲ। ତେବେ ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଗେହଲଟଙ୍କ ସହଯୋଗୀଙ୍କ ସହିତ ରହିଛି ଏଡିଜି ଅନୀଲ ପାଲିଓ୍ୱାଲଙ୍କ ବ୍ୟବସାୟିକ ସମ୍ପର୍କ। ବ୍ୟକ୍ତିଗତ ଏହଂ ରାଜନୀତିକ ଉଦ୍ଦେଶ୍ୟ ରଖି […]

anil gehlot

anil gehlot

Subhransu Sekhar
  • Published: Friday, 24 July 2020
  • Updated: 24 July 2020, 08:42 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା କ୍ଷମତା ଯୁଦ୍ଧ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ଅପରେସନ ଗ୍ରୁପ ଗଠନ ହୋଇଛି। ଏସଓଜି ଏବେ ଅଡିଓ କ୍ସିପ ମାମଲା, କେନ୍ଦ୍ରମନ୍ତ୍ରୀ ଶେଖାଓ୍ୱତ ମାମଲାର ତଦନ୍ତ କରୁଛି। ଏହି ଏସଓଜିର ମୁଖ୍ୟ ରହିଛନ୍ତି ଅତିରିକ୍ତ ଡିଜି ଅନୀଲ ପାଲିଓ୍ୱାଲ।

ତେବେ ଖବର ସରବରାହ ସଂସ୍ଥା ଆଇଏଏନଏସର ରିପୋର୍ଟ ଅନୁଯାୟୀ ଗେହଲଟଙ୍କ ସହଯୋଗୀଙ୍କ ସହିତ ରହିଛି ଏଡିଜି ଅନୀଲ ପାଲିଓ୍ୱାଲଙ୍କ ବ୍ୟବସାୟିକ ସମ୍ପର୍କ। ବ୍ୟକ୍ତିଗତ ଏହଂ ରାଜନୀତିକ ଉଦ୍ଦେଶ୍ୟ ରଖି ଗେହଲଟ ଏଡିଜିଙ୍କୁ ବ୍ୟବହାର କରି ବିରୋଧୀ ଗୋଷ୍ଠୀଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି।

ପାଲିଓ୍ୱାଲ ହେଉଛନ୍ତି ସଂପୃକ୍ତ ବ୍ୟକ୍ତି ଯିଏକି ଶେଖାଓ୍ୱତଙ୍କ ବିରୋଧରେ ସଞ୍ଜିବନୀ କୋପରେଟିଭ୍ ସୋସାଇଟି ମାମଲାରେ ଦୁର୍ନୀତି ହୋଇଥିବା ନେଇ ଏତଲା ଦେଇଛନ୍ତି।

ରାଜସ୍ଥାନରେ ସରକାର ଭାଙ୍ଗିବା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଏସଓଜି ପଠାଇଥିବା ସମନ ପଛରେ ଗେହଲଟ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ମୁଖ୍ୟ ଆଧାର କରୁଥିବା ଅଭିଯୋଗ ହୋଇଛି।

ଆଇଏଏନଏସର ରିପୋର୍ଟ ଅନୁଯାୟୀ, ଅଶୋକ ଗେହଲଟଙ୍କ ପୁଅ ହେଉଛନ୍ତି ବୈଭବ ଗେହଲଟ। ତାଙ୍କ ବ୍ୟବସାୟିକ ସହଯୋଗୀ ହେଉଛନ୍ତି ରତନକାନ୍ତ ଶର୍ମା। ବୈଭବ ଲୋକସଭା ନିର୍ବାଚନ ଲଢ଼ି ପରାଜୟ ହୋଇଥିଲେ। ସେହିପରି ପାଲିଓ୍ୱାଲଙ୍କ ସ୍ତ୍ରୀ ସାରିକା ଅନୀଲ ପାଲିଓ୍ୱାଲ, ରତନକାନ୍ତ ଶର୍ମା ଏବଂ ଆଉ କିଛି ବ୍ୟବସାୟୀ ମିଶି ତ୍ରିତୋନ ହୋଟେଲ ଏବଂ ଫେୟାରମୋଣ୍ଟ ହୋଟେଲ ତିଆରି କରିଛନ୍ତି। ସମସ୍ତ ତଦନ୍ତ ନିର୍ଦ୍ଦେଶ ପଛରେ ରତନକାନ୍ତ ଶର୍ମା ମିଡିଲ ମ୍ୟାନ ସାଜିଥିବା ଆକଳନ କରାଯାଉଛି।

ଅନୀଲ ପାଲିଓ୍ୱାଲଙ୍କ ସ୍ତ୍ରୀ ଗୋଲଡେନ ପିସ ରିସୋର୍ଟ ଏବଂ ମୟଙ୍କ ଶର୍ମା ଏଣ୍ଟରପ୍ରାଇଜେସର ମଧ୍ୟ ପ୍ରମୋଟର ବୋଲି ଜଣାପଡ଼ିଛି। ମୟଙ୍କ ଶର୍ମା ଏଣ୍ଟରପ୍ରାଇଜେସରେ ଗେହଲଟଙ୍କ ପରିବାରର ସେୟାର ବା ପୁଞ୍ଜି ବିନିଯୋଗ ହୋଇଥିବା ଜଣାପଡ଼ିଛି। ତେବେ ସବୁଠୁ ବଡ଼ କଥା ହେଲା ତ୍ରିତୋନ ହୋଟେଲ ଏବଂ ରିସୋର୍ଟର ଠିକଣା ଆରଓସି ଡକ୍ୟୁମେଣ୍ଟ ଅନୁସାରେ 103 ଶାନ୍ତିଭନ 2ଏ, ରହେଜା ଟାଉନସିପ୍, ମାଲାଦ (ଇଷ୍ଟ) ରହିଛି। ଯାହାକି ସାରିକା ପାଲିଓ୍ୱାଲ (ଅନୀଲଙ୍କ ସ୍ତ୍ରୀ), ରତନକାନ୍ତ ଶର୍ମା ଏବଂ ଅନ୍ୟାନ୍ୟ ପ୍ରୋମଟର୍ସଙ୍କ ଠିକଣା ମଧ୍ୟ। ଏବେ ଏହି ସବୁ ତଥ୍ୟ ଅନୁଯାୟୀ ବ୍ୟବସାୟିଙ୍କ ସମ୍ପର୍କକୁ ଆଧାର କରି ଗେହଲଟ ଏବଂ ଏସଓଜି ମୁଖ୍ୟ ବିଜେପି ଏବଂ ଗେହଲଟଙ୍କ ବିରୋଧୀ ଗୋଷ୍ଠୀ ବିରୋଧରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ କରୁଛି।

ଅନ୍ୟପଟେ ପୁଅର ପରାଜୟ ପ୍ରତିଶୋଧ ନେବାକୁ ଯାଇ ଗେହଲଟ ତାଙ୍କୁ ବାରମ୍ୱାର ବ୍ୟକ୍ତିଗତ ଭାବରେ ଟାର୍ଗେଟ କରୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ୱତ ପୂର୍ବରୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story