ଧାନ୍‌ବାଦ ନଗର ନିଗମରେ ଭୂତ: ସିସିଟିଭିରେ କଏଦ ହେଲା ଫଟୋ

ନୂଆଦିଲ୍ଲୀ: ଭୂତ ପ୍ରେତ କଥା କହିଲେ ସାଧାରଣତଃ ସମସ୍ତେ ପରିହାସ କରନ୍ତି। ଭୂତ ପ୍ରେତ କେବଳ ଗପରେ ଓ ସିନେମାରେ ଥାଏ ବୋଲି କହି ହସରେ କଥା ଉଡେଇ ଦିଅନ୍ତି। କିନ୍ତୁ ଇଣ୍ଟରନେଟ୍‌ରେ ଏଭଳି ଏକ ଫଟୋ ଭାଇରାଲ୍‌ ହେଉଛି,ଯାହାକୁ ଦେଖି ଆପଣଙ୍କ ଛାତି ଭୟରେ ଥରି ଉଠିବ। କୁହାଯାଉଛି ଏହା ଏକ ଅତୃପ୍ତ ଆତ୍ମାର ଫଟୋ। ଫଟୋଟି ଧାନ୍‌ବାଦର ନଗର ନିଗମ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ନିଗମର କର୍ମଚାରୀମାନେ ଏବେ ଭୟରେ ରହୁଛନ୍ତି। ସେମାନଙ୍କ କହିବା […]

dhanbad

Rakesh Mallick
  • Published: Monday, 23 July 2018
  • , Updated: 23 July 2018, 04:13 PM IST

ନୂଆଦିଲ୍ଲୀ: ଭୂତ ପ୍ରେତ କଥା କହିଲେ ସାଧାରଣତଃ ସମସ୍ତେ ପରିହାସ କରନ୍ତି। ଭୂତ ପ୍ରେତ କେବଳ ଗପରେ ଓ ସିନେମାରେ ଥାଏ ବୋଲି କହି ହସରେ କଥା ଉଡେଇ ଦିଅନ୍ତି। କିନ୍ତୁ ଇଣ୍ଟରନେଟ୍‌ରେ ଏଭଳି ଏକ ଫଟୋ ଭାଇରାଲ୍‌ ହେଉଛି,ଯାହାକୁ ଦେଖି ଆପଣଙ୍କ ଛାତି ଭୟରେ ଥରି ଉଠିବ। କୁହାଯାଉଛି ଏହା ଏକ ଅତୃପ୍ତ ଆତ୍ମାର ଫଟୋ। ଫଟୋଟି ଧାନ୍‌ବାଦର ନଗର ନିଗମ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ନିଗମର କର୍ମଚାରୀମାନେ ଏବେ ଭୟରେ ରହୁଛନ୍ତି। ସେମାନଙ୍କ କହିବା ଅନୁଯାୟୀ ନିଗମ କାର୍ଯ୍ୟାଳୟରେ ଏକ ଆତ୍ମା ରହୁଛି ଓ ସନ୍ଧ୍ୟା ହେବା ମାତ୍ରେ ଏଠି ସେଠି ଚଳପ୍ରଚଳ କରିବା ଆରମ୍ଭ କରି ଦେଉଛି। ଏହି ଆତ୍ମାଠାରୁ ମୁକ୍ତି ପାଇବା ପାଇଁ ଅଫିସ୍‌‍ରେ ମହାମୃତ୍ୟୁଞ୍ଜୟ ଯଜ୍ଞ ମଧ୍ୟ କରାଯାଇଛିା

ଏହି କାର୍ଯ୍ୟାଳୟର ଏକ ଫଟୋ ଭାଇରାଲ୍‌ ହେଉଛି ଯେଉଁଥିରେ ସିଡିରେ ବସିଥିବା ଜଣେ ମହିଳାଙ୍କ ଛାଇ ଦେଖିବାକୁ ମିଳିଛି। ତାଙ୍କ ହାତରେ ନିଆଁ ପରି ଚକ୍‌‍ଚକ୍‌ କରୁଥୁବା କିଛି ଏକ ଜିନିଷ ମଧ୍ୟ ଅଛି। କର୍ମଚାରୀଙ୍କ ଅନୁଯାୟୀ ଏଠାରେ ରାତି ହେଲେ ଅଜବ ପ୍ରକାରର ଶବ୍ଦ ଶୁଣାଯାଏ। ନିଗମର ଗାର୍ଡଙ୍କ କହିବା କଥା ହେଲା ଅଫିସ୍‌‍ରେ ରାତି ହେବା ମାତ୍ରେ ଏହି ଆତ୍ମା ବୁଲିବା ଆରମ୍ଭ ହେଉଛି। ଅଫିସ୍ ‍ଭିତରେ ପାଉଞ୍ଜିର ଛମ୍‌ଛମ୍‌‍ ଶବ୍ଦ ମଧ୍ୟ ଶୁଭୁଛିା

ଭୂତକୁ ବିଦା କରିବା ପାଇଁ ଅଫିସ୍‌ରେ ରୁଦ୍ରାଭିଷେକ ମଧ୍ୟ କରାଯାଇଛି। ଧାନ୍‌ବାଦର ମେୟର ଚନ୍ଦ୍ରଶେଖର ଅଗ୍ରୱାଲ ଏହାକୁ ଏକ ଦୈବୀ ଶକ୍ତି ବୋଲି କହୁଛନ୍ତି। ସେ କହିଛନ୍ତି ଯେ ସେ ଏହି ଦୈବୀ ଶକ୍ତି ଯୋଗୁ ଆଜି ମେୟର୍ ହୋଇପାରିଛନ୍ତି। ଭୂତ କଥାକୁ ସେ କେବଳ ‌ଏକ ଗୁଜବ ବୋଲି କହିଛନ୍ତି।

Related story