ଶେଷରେ କାପୁରୁଷଙ୍କ ଭଳି ମାନିଲା ପାକିସ୍ତାନ: ପୁଲୱାମା ଆକ୍ରମଣ ଆମେ କରିଥିଲୁ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ୨୦୧୯ ପୁଲୱାମା ଆକ୍ରମଣ ଘଟଣାରେ ବଡ଼ ସ୍ୱୀକାରୋକ୍ତି କରିଛି ପାକିସ୍ତାନ। ଦୀର୍ଘ ୧୮ ମାସ ପରେ ପୁଲୱାମା ହମଲା ପଛରେ ପାକିସ୍ତାନ ସରକାର ଓ ସେନା ରହିଥିଲେ ବୋଲି ଆଜି ଇମ୍ରାନ ଖାନ୍‌ଙ୍କ ମନ୍ତ୍ରୀ ସେଠାକାର ସଂସଦରେ ସ୍ୱୀକାର କରିଛନ୍ତି। ୨୦୧୯ ଫେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟ ଉପରେ ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ପାକିସ୍ତାନ […]

fd

Hemant Lenka
  • Published: Thursday, 29 October 2020
  • , Updated: 29 October 2020, 06:26 PM IST

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ୨୦୧୯ ପୁଲୱାମା ଆକ୍ରମଣ ଘଟଣାରେ ବଡ଼ ସ୍ୱୀକାରୋକ୍ତି କରିଛି ପାକିସ୍ତାନ। ଦୀର୍ଘ ୧୮ ମାସ ପରେ ପୁଲୱାମା ହମଲା ପଛରେ ପାକିସ୍ତାନ ସରକାର ଓ ସେନା ରହିଥିଲେ ବୋଲି ଆଜି ଇମ୍ରାନ ଖାନ୍‌ଙ୍କ ମନ୍ତ୍ରୀ ସେଠାକାର ସଂସଦରେ ସ୍ୱୀକାର କରିଛନ୍ତି।

୨୦୧୯ ଫେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟ ଉପରେ ଆତ୍ମଘାତୀ ହମଲା ହୋଇଥିଲା। ଏଥିରେ ୪୦ ଜଣ ବୀର ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ପାକିସ୍ତାନ ପ୍ରତି ପ୍ରତିଶୋଧର ବହ୍ନି ଜଳିଥିଲା। ଭାରତୀୟ ଯବାନ ମଧ୍ୟ ଏହାର ପ୍ରତିଶୋଧ ନେବାକୁ ପାକିସ୍ତାନର ବାଲାକୋଟରେ ପଶି ଏୟାର ଷ୍ଟ୍ରାଇକ କରିଥିଲେ।

ଭାରତ ସରକାର ବାରମ୍ବାର ପୁଲୱାମା ହମଲା ପଛରେ ପାକିସ୍ତାନ ରହିଥିବା କଥା କହୁଥିଲେ ହେଁ ଇସଲାମାବାଦ ଏହାକୁ ସ୍ୱୀକାର କରି ନଥିଲା। ହେଲେ ଆଜି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମନ୍ତ୍ରୀ ଫୱାଦ ଚୌଧୁରୀ କହିଛନ୍ତି, “ଆମେ ହିନ୍ଦୁସ୍ତାନକୁ ତା’ ଘର ମଧ୍ୟରେ ପଶି କି ମାରିଥିଲୁ। ପୁଲୱାମାରେ ଆମେ ବେଶ ସଫଳତାର ସହ କାମ କରିଥିଲୁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧୀନରେ ଏହା ପୂରା ପାକିସ୍ତାନବାସୀଙ୍କ ସଫଳତା। ପୁଲୱାମା ସଫଳତା ପାଇଁ ଆମେ ଓ ଆପଣମାନେ ସମସ୍ତେ ଭାଗିଦାରୀ।”
https://twitter.com/i/status/1321778990831394820

ତେବେ ଜୋଶରେ ହୋସ ହରାଇ ବସି ସତ ମାନିଥିବା ପାକିସ୍ତାନ ମନ୍ତ୍ରୀଙ୍କ ଏହି ବୟାନକୁ ସଂସଦରେ ହିଁ ବିରୋଧ କରାଯାଇଥିଲା। ପାକିସ୍ତାନ ପୁଲୱାମା ହମଲା ପଛରେ ଥିବା ସେ କହିଥିବାରୁ ଏହାକୁ ସଦସ୍ୟମାନେ ତୀବ୍ର ତିରସ୍କାର କରିଥିଲେ। ଏହାପରେ ସେ ପୁଣି ନିଜର ବୟାନ ବଦଳାଇ ଥିଲେ। ସେ କହିଥିଲେ, ପୁଲୱାମା ନୁହେଁ, ପୁଲୱାମାକୁ ନେଇ ଘଟିଥିବା ଘଟଣା ପରେ ଆମେ ଭାରତରେ ପ୍ରବେଶ କରି ଆକ୍ରମଣ କରିଥିଲୁ। ତେଣୁ ପୁଲୱାମା ହମଲା କଥା ମୁଁ ଏଠାରେ କହୁ ନାହିଁ ବୋଲି ସେ ନିଜ ସ୍ୱୀକାରୋକ୍ତିରେ ତାଳି ପକାଇବାକୁ ଚେଷ୍ଟା କରିଥିଲେ।

ପୂର୍ବରୁ ବିରୋଧୀ ଦଳ ନେତା ଆୟଜ ସିଦ୍ଦିକ୍‌ କହିଥିଲେ ଯେ ଭାରତୀୟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଅଟକ ରଖି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ କୁରେଶୀ, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ସେନାଧ୍ୟକ୍ଷ ପ୍ରମୁଖ ଜେନେରାଲ ଜାଭେଦ ବାଜଓ୍ୱା ଭୟଭୀତ ହୋଇଯାଇଥିଲେ। ଏପରି କି କୁରେଶୀ ଏକ ବୈଠକରେ କହିଥିଲେ ଯେ ଯଦି ପାକିସ୍ତାନ ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ମୁକ୍ତ ନକରେ, ତେବେ ଭାରତ ରାତି ୯ ଟାରେ ପାକିସ୍ତାନ ଉପରେ ଆକ୍ରମଣ କରିଦେବ।

ଆୟଜ ଆହୁରି କହିଥିଲେ ଯେ ଇମ୍ରାନ ଖାନ୍ ଉକ୍ତ ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ ଓ ବାଜୱା ଆସିଥିଲେ। ଏହି ସମୟରେ ବାଜୱାଙ୍କ ଗୋଡ଼ ଥରି ଉଠୁଥିଲା ଓ ସେ ଭୟରେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ବୋଲି ସେ ଜଣାଇଥିଲେ।
ଏହାର ଜବାବ ଦେବା ବେଳେ ମନ୍ତ୍ରୀ ଫୱାଦ ଚୌଧୁରୀ ପୁଲୱାମା ହମଲା ପାକିସ୍ତାନ କରିଛି ବୋଲି ସ୍ୱୀକାର କରିଛନ୍ତି।

Related story