ବିଶାଳ ବ୍ୟବଧାନରେ ହାରିଲେ କହ୍ନେୟା କୁମାର, ଜିତିଲେ ଗିରିରାଜ

ବେଗୁସରାଇ: ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିବା ଛାତ୍ର ନେତା କହ୍ନେୟା କୁମାର ପରାସ୍ତ ହୋଇଛନ୍ତି। ତାଙ୍କୁ ବିଜେପିର ହେଭିୱେଟ୍‌ ତଥା ଅଭିଜ୍ଞ ଗିରିରାଜ ସିଂହ ବୃହତ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗିରିରାଜ ସିଂହଙ୍କ ୬,୬୩,୭୪୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସିପିଆଇରୁ ପ୍ରାର୍ଥୀ ହୋଇଥିବା କହ୍ନେୟା କୁମାର ୨,୬୦,୪୬୬ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି ଆରଜେଡି ପ୍ରାର୍ଥୀ ତନୱର ହାସନ୧୭୭୦୬୦ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଠାରେ ନୋଟାରେ ୧୮୧୮୮ ଖଣ୍ଡ ଭୋଟ ପଡ଼ିଛି। ଗିରିରାଜଙ୍କ ଭୋଟ୍‌ ପ୍ରତିଶତ […]

io

Hemant Lenka
  • Published: Thursday, 23 May 2019
  • , Updated: 23 May 2019, 04:59 PM IST

ବେଗୁସରାଇ: ବିହାରର ବେଗୁସରାଇରୁ ପ୍ରାର୍ଥୀ ହୋଇଥିବା ଛାତ୍ର ନେତା କହ୍ନେୟା କୁମାର ପରାସ୍ତ ହୋଇଛନ୍ତି। ତାଙ୍କୁ ବିଜେପିର ହେଭିୱେଟ୍‌ ତଥା ଅଭିଜ୍ଞ ଗିରିରାଜ ସିଂହ ବୃହତ ବ୍ୟବଧାନରେ ପରାସ୍ତ କରିଛନ୍ତି। ଗିରିରାଜ ସିଂହଙ୍କ ୬,୬୩,୭୪୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ସିପିଆଇରୁ ପ୍ରାର୍ଥୀ ହୋଇଥିବା କହ୍ନେୟା କୁମାର ୨,୬୦,୪୬୬ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସେହିପରି ଆରଜେଡି ପ୍ରାର୍ଥୀ ତନୱର ହାସନ୧୭୭୦୬୦ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏଠାରେ ନୋଟାରେ ୧୮୧୮୮ ଖଣ୍ଡ ଭୋଟ ପଡ଼ିଛି। ଗିରିରାଜଙ୍କ ଭୋଟ୍‌ ପ୍ରତିଶତ ୫୬.୧୫% ଥିବା ବେଳେ କହ୍ନେୟା କୁମାରଙ୍କ ଭୋଟ ଭାଗ ୧୬.୪୭% ରହିଥିଲା।

Related story