ପ୍ରବାସୀ ଦୁର୍ଦ୍ଦଶା, ବାପାଙ୍କୁ ବସାଇ ସାଇକେଲରେ ୧୨ ଶହ କିମି ଯାତ୍ରା କଲା ୧୫ ବର୍ଷୀୟ ଝିଅ

ଦରଭଙ୍ଗା: କରୋନା ଲକଡାଉନ ଯୋଗୁ ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟ ଝିଅ ନିଜ ବୃଦ୍ଧ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ  କିମି ଯାତ୍ରା କରି ହରିଆଣାରୁ ବିହାରରେ ପହଞ୍ଚିଛନ୍ତି। ୧୫ ବର୍ଷୀୟ ଜ୍ୟୋତି କୁମାରୀ ସବୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ଜିଲ୍ଲାକୁ ସାଇକେଲିଂ କରି ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଗାଁରେ ପହଞ୍ଚିବା ପରେ ବାପା ମୋହନ ପାଶ୍ୱାନ ଓ […]

df

Hemant Lenka
  • Published: Wednesday, 20 May 2020
  • , Updated: 20 May 2020, 09:25 PM IST

ଦରଭଙ୍ଗା: କରୋନା ଲକଡାଉନ ଯୋଗୁ ପୁଣିଥରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ସାମ୍ନାକୁ ଆସିଛି। ଜଣେ ୧୫ ବର୍ଷୀୟ ଝିଅ ନିଜ ବୃଦ୍ଧ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ  କିମି ଯାତ୍ରା କରି ହରିଆଣାରୁ ବିହାରରେ ପହଞ୍ଚିଛନ୍ତି। ୧୫ ବର୍ଷୀୟ ଜ୍ୟୋତି କୁମାରୀ ସବୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ଜିଲ୍ଲାକୁ ସାଇକେଲିଂ କରି ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଗାଁରେ ପହଞ୍ଚିବା ପରେ ବାପା ମୋହନ ପାଶ୍ୱାନ ଓ ଝିଅ ଜ୍ୟୋତିଙ୍କୁ ଶ୍ରିହୁଲି ଗାଁରରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଗୁରୁଗ୍ରାମରେ ମୋହନ ରିକ୍କା ଚାଳକ ଭାବେ କାମ କରୁଥିଲେ। ହେଲେ ଦୁର୍ଘଟଣା ଘଟିବାରୁ ସେ ଆଉ କାମ କରିପାରି ନଥିଲେ। ତେବେ ଝିଅ ପରଘରେ କାମ କରି ଦି’ ପଇସା ରୋଜଗାର କରୁଥିବାରୁ ବାପା ଝିଅଙ୍କ ସମେତ ଗାଁରେ ଥିବା ତାଙ୍କ ମା’ ଓ ୪ ପିଲା ଚଳୁଥିଲେ।

ହେଲେ କରୋନା ଲକଡାଉନ ସବୁ କିଛି ବିଗାଡ଼ି ଦେଇଥିଲା। ସେମାନେ ରହୁଥିବା ଘର ମାଲିକ ଭଡ଼ା ନ ଦେଲେ, ବାରମ୍ବାର ଘର ଛାଡ଼ିବାକୁ ଧମକ ଦେଉଥିଲେ। ମୋହନ କହିଛନ୍ତି, “ମୁଁ ଭଡ଼ା ଦେବାକୁ କିଛି ସମୟ ମାଗିଥିଲି। ଲକଡାଉନ ସରିଲେ ମୁଁ କାମ କରିବି ଓ ଟଙ୍କା ପୈଠ କରିବି ବୋଲି ଅନୁରୋଧ କରିଥିଲି।

ହେଲେ ସେ କହିଛି ବି ଶୁଣି ନଥିଲେ। ମୁଁ ମେଡିସିନ ଖର୍ଚ୍ଚକୁ ହ୍ରାସ କରି ଖାଇବା ପାଇଁ ଟଙ୍କା ବଞ୍ଚାଉଥିଲି। ଏପରି ସ୍ଥିତିରେ ମୁଁ କେମିତି ଘର ଭଡ଼ା ଦେବି? ଏହି ସମୟରେ ଜ୍ୟୋତି ଘରକୁ ଫେରିଯିବାକୁ କହିଥିଲା।

ହେଲେ ବସ କିମ୍ବା ଟ୍ରେନ ଯୋଗେ ଫେରିବା ସହଜ ନଥିଲା। ଏପରି କି ମୁଁ ଚାଲିଚାଲି ଯିବାକୁ ଅକ୍ଷମ ବୋଲି ଜ୍ୟୋତିକୁ ଜଣାଇଥିଲି। ହେଲେ ସେ ଏଥିରେ ଭାଙ୍ଗି ପଡ଼ି ନଥିଲା। ବରଂ ସେ ମୋତେ ଗୋଟିଏ ପୁରୁଣା ସାଇକେଲ କିଣିବାକୁ ପରାମର୍ଶ ଦେଇଥିଲା। ୫୦କି ୧୦୦ କିମି ନୁହେଁ ପୂରା ୧୨ଶହ କିମି ରାସ୍ତା ସାଇକେଲରେ କେମିତି ଯାତ୍ରା କରିବା ବୋଲି ମୁଁ ତା’କୁ ବୁଝାଇଥିଲି।

ହେଲେ ସେ ମୋତେ ସାଇକେଲ କିଣିବାକୁ ଜିଦ କରିଥିଲେ। ଶେଷରେ ପାଖରେ ବଳିଥିବା କିଛି ଟଙ୍କା ଦେଇ ମୁଁ ପୁରୁଣା ସାଇକେଲ ଆଣିଥିଲି। ଏହାପରେ ସେ ମୋତେ ବସାଇ ଦୀର୍ଘ ୧୨ଶହ କିମି ଯାତ୍ରା କରିଛି।”

ଜ୍ୟୋତି କହିଛନ୍ତି, ଆମେ ଦୈନିକ ୩୦ରୁ ୪୦ କିମି ଯାତ୍ରା କରୁଥୁଲୁ। ବେଳେ ବେଳେ ଟ୍ରକ ଚାଳକ ଆମକୁ କିଛି  ବାଟ ଯିବାରେ ସହାୟତା ଦିଅନ୍ତି। ସେହିପରି ସାଇକେଲରେ ଆସିବା ବେଳେ ବାଟରେ ଆମକୁ ବଦାନ୍ୟ ବ୍ୟକ୍ତିମାନେ ଖାଇବାକୁ ଦେଇଥିଲେ। ଶେଷରେ ଦୀର୍ଘ ୮ ଦିନ ପରେ ଆମେ ଏଠି ଆସି ପହଞ୍ଚିଛୁ।

Related story