ନାବାଳିକାଙ୍କୁ ୩ ଜଣଙ୍କ ସହାୟତାରେ ଦୁଷ୍କର୍ମ କଲା ନାବାଳକ

ନୂଆଦିଲ୍ଲୀ: ପୁଣିଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ୧ ଅଞ୍ଚଳରେ ଥିବା ଗୋଟିଏ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିବା ଜଣେ ୧୪ ବର୍ଷୀୟ ଝିଅକୁ ୩ ଜଣଙ୍କ ସହାୟତାରେ ଜଣେ ୧୭ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ବୟସ ୧୭ ହୋଇଥିବା ବେଳେ ଅନ୍ୟମାନଙ୍କର ବୟସ ଯଥାକ୍ରମେ ୧୮, ୨୦ ଓ ୩୦ […]

fr

Hemant Lenka
  • Published: Monday, 21 December 2020
  • , Updated: 21 December 2020, 12:24 PM IST

ନୂଆଦିଲ୍ଲୀ: ପୁଣିଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି। ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ୧ ଅଞ୍ଚଳରେ ଥିବା ଗୋଟିଏ ଘରେ ଚାକରାଣୀ ଭାବେ କାର୍ଯ୍ୟ କରୁଥିବା ଜଣେ ୧୪ ବର୍ଷୀୟ ଝିଅକୁ ୩ ଜଣଙ୍କ ସହାୟତାରେ ଜଣେ ୧୭ ବର୍ଷୀୟ ନାବାଳକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ପୁଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତର ବୟସ ୧୭ ହୋଇଥିବା ବେଳେ ଅନ୍ୟମାନଙ୍କର ବୟସ ଯଥାକ୍ରମେ ୧୮, ୨୦ ଓ ୩୦ ବର୍ଷ ବୋଲି ପୁଲିସ୍‌ କହିଛି।

ପୁଲିସ୍ କହିଛି ଯେ ନାବାଳିକା ଜଣଙ୍କ ଯେଉଁଠି କାମ କରୁଥିଲା ସେଠାରେ ସେ ୧୭ ବର୍ଷୀୟ ନାବାଳକଙ୍କୁ ଭେଟିଥିଲା। ଗୋଟିଏ ମାସ ଧରି ଏକାଠି କାମ କରିବା ପରେ ଉଭୟ ଅଲଗା ହୋଇଯାଇଥିଲେ। କିନ୍ତୁ ସେତେବେଳକୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇ ସାରିଥିଲା। ଶନିବାର ଦିନ ନାବାଳକ ଜଣଙ୍କ ଗ୍ରେଟର କୈଳାସରେ ନୂଆ କରି କାମ କରୁଥିବା ଘରକୁ ନାବାଳିକାଙ୍କୁ ଭୁଲିବା ପାଇଁ ଡାକିଥିଲା।

ନାବାଳିକା ଜଣଙ୍କ ମଧ୍ୟ ବନ୍ଧୁକ ଡାକରା ପାଇ ସେଠାରେ ପହଞ୍ଚିଥିଲେ। ହେଲେ ସେଠାରେ ଥିବା ସରଭେଣ୍ଟ କ୍ୱାର୍ଟର୍ସରେ ୧୭ ବର୍ଷୀୟ ନାବାଳକ ଜଣଙ୍କ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏଥିରେ ନାବାଳକର ୩ ଜଣ ସହଯୋଗୀ ସବୁ ପ୍ରକାରର ସହାୟତା କରିଥିଲେ।

ରବିବାର ପୁଲିସ୍‌ ଘଟଣା ସମ୍ପର୍କରେ ଖବର ପାଇ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ନାବାଳିକାଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

Related story