ଚେନ୍ନାଇ : କ୍ୟାନ୍ସର୍ ସହିତ ଲଢ଼େଇ କରୁଥିବା ରୋଗୀ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡର କେଶ ହରାଇଥା’ନ୍ତି। ତେଣୁ କେଶ ହରାଉଥିବା କ୍ୟାନ୍ସର୍ ରୋଗୀଙ୍କ ପାଇଁ ୱିଗ୍ ପ୍ରସ୍ତୁତ କରିବାକୁ ତାମିଲନାଡୁର ଏକ ପ୍ରାଇଭେଟ୍ କଲେଜର ୮୦ରୁ ଅଧିକ ଛାତ୍ରୀ ସେମାନଙ୍କ ନିଜ କେଶ ଦାନ କରିଛନ୍ତି। ଯାହା ଏବେ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି।
ପାଖାପାଖି ୮ ଇଞ୍ଚ୍ର କେଶ ଦାନ କରିବା ପରେ ସେହି କଲେଜର ଜଣେ ଛାତ୍ରୀ କହିଛନ୍ତି, ‘୮ ଇଞ୍ଚ୍ର କେଶ ବଦଳରେ ମୁଁ ଅଧିକ କେଶ ଦେବାକୁ ଚାହୁଁଛି। ଏବେ ପର୍ଯ୍ୟନ୍ତ ଆମ ପାଖରେ ୮୦ରୁ ଅଧିକ ଛାତ୍ରୀ କେଶ ଦାନ କରିବା ପାଇଁ ନାମ ପଂଜୀକରଣ କରିଛନ୍ତି। କିନ୍ତୁ ଆଗକୁ ୨୦୦ରୁ ଅଧିକ ପିଲା କେଶ ଦାନ କରିବେ। ଆର୍ଥିକ ସ୍ତରରେ କ୍ୟାନସର ରୋଗୀଙ୍କୁ ସାହାଯ୍ୟ କରିବାରୁ ଅସମର୍ଥ ହୋଇଥିବାରୁ ଆମେ ଏପରି ଉପାୟ ଚିନ୍ତା କରିଥିଲୁ, ଯାହା ସଫଳ ହୋଇଛି। ଆମର ଏହି କାର୍ଯ୍ୟ କ୍ୟାନସର ରୋଗୀଙ୍କ ମୁହଁରେ ଖୁସି ଆଣିପାରିବ। ଆମେ ବହୁତ ଖୁସି। ’
Tamil Nadu: Around 80 girl students of a college in Coimbatore donated portion of their hair which will be used to make wigs for cancer patients. Say, "We couldn't give financial support to cancer patients. If we donate hair,it'll bring happiness to some cancer patient out there" pic.twitter.com/J4NtQeRg7Y
— ANI (@ANI) March 6, 2020
ଇଣ୍ଟରନେଟ୍ରେ ଏହି କଲେଜ ଛାତ୍ରୀଙ୍କର ଫଟୋ ଓ କାର୍ଯ୍ୟ ଭାଇରାଲ୍ ହେବା ପରେ ୟୁଜର ଏହାକୁ ବେଶ୍ ପସନ୍ଦ କରିବା ସହ କମେଣ୍ଟ ଦେବାରେ ଲାଗିଛନ୍ତି। ବିଭିନ୍ନ ମହଲରେ ଛାତ୍ରୀମାନଙ୍କର ଏଭଳି କାର୍ଯ୍ୟକୁ ପ୍ରଂଶସା ମଧ୍ୟ କରାଯାଇଛି।