ନୀରବ ମୋଦିଙ୍କ ପତ୍ନୀଙ୍କୁ ଗିରଫ ପାଇଁ ଜାରି ହେଲା ୱାରେଣ୍ଟ

ନୂଆଦିଲ୍ଲୀ: ଋଣ ଖିଲାପକାରୀ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଆଜି ଗିରଫ ପରୱାନା ଜାରି କରାଯାଇଛି। ଇଣ୍ଟରପୋଲ ପକ୍ଷରୁ ତାଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ୍‌ କରାଯାଇଛି। ଏହି ରେଡ୍‌ କର୍ଣ୍ଣର ନୋଟିସର ଅର୍ଥ ଗ୍ଲୋବାଲ ଆରେଷ୍ଟ ୱାରେଣ୍ଟ। ଭାରତରେ ଶ୍ରୀମତୀ ମୋଦିଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏହି ଆଧାରରେ ଇଣ୍ଟର ପୋଲ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ୨୦୧୯ରେ ଶେଷଥର ପାଇଁ ଆମି […]

h

Hemant Lenka
  • Published: Tuesday, 25 August 2020
  • , Updated: 25 August 2020, 04:36 PM IST

ନୂଆଦିଲ୍ଲୀ: ଋଣ ଖିଲାପକାରୀ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ପତ୍ନୀ ଆମି ମୋଦିଙ୍କ ନାଁରେ ଆଜି ଗିରଫ ପରୱାନା ଜାରି କରାଯାଇଛି। ଇଣ୍ଟରପୋଲ ପକ୍ଷରୁ ତାଙ୍କ ନାଁରେ ରେଡ କର୍ଣ୍ଣର ନୋଟିସ୍‌ କରାଯାଇଛି। ଏହି ରେଡ୍‌ କର୍ଣ୍ଣର ନୋଟିସର ଅର୍ଥ ଗ୍ଲୋବାଲ ଆରେଷ୍ଟ ୱାରେଣ୍ଟ।

ଭାରତରେ ଶ୍ରୀମତୀ ମୋଦିଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏହି ଆଧାରରେ ଇଣ୍ଟର ପୋଲ ତାଙ୍କ ନାଁରେ ଗିରଫ ପରୱାନା ଜାରି କରିଛି। ୨୦୧୯ରେ ଶେଷଥର ପାଇଁ ଆମି ମୋଦିଙ୍କୁ ଆମେରିକାରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ କେଉଁଠି ଅଛନ୍ତି, ତା’ ଖବର କାହା ପାଖରେ ନାହିଁ।

ଅନ୍ୟପକ୍ଷରେ ନୀରବ ମୋଦି ଭାରତରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ନେଇ ବ୍ରିଟେନ ପଳାଇଥିଲେ। ତାଙ୍କୁ ସେଠାରେ ଗିରଫ କରାଯାଇଛି। ଭାରତ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ମାମଲା ମଧ୍ୟ କରିଛି। ଗତବର୍ଷ ଫେବୃଆରୀରେ ଇଡି କହିଥିଲା ଯେ ଆମି ମୋଦି ୩୦ ମିଲିୟନ ଡଲାର ବଳରେ ଆମେରିକାର ନ୍ୟୁୟର୍କରେ ଦୁଇଟି ଆପାର୍ଟମେଣ୍ଟ କିଣିଛନ୍ତି।

ବିଦେଶରେ ନୀରବ ମୋଦିଙ୍କ ନାଁରେ ଥିବା ୬୩୭ କୋଟି ଟଙ୍କା ସମ୍ପତ୍ତିକୁ ଅକ୍ଟୋବର ମାସରେ ଜବତ କରାଯାଇଥିଲା। ଏହା ମଧ୍ୟରେ ଆମି ମୋଦିଙ୍କ ନାଁରେ ଥିବା ଦୁଇଟି ଆପାର୍ଟମେଣ୍ଟ ମଧ୍ୟ ସାମିଲ ଥିଲା। ଲଣ୍ଡନରେ ବି ନୀରବ ମୋଦୀଙ୍କ ନାଁରେ ୫୬.୯୭ କୋଟି ଟଙ୍କାର ଫ୍ଲାଟ ରହିଥିଲା। ଆମି ମୋଦିଙ୍କ ବ୍ୟତୀତ ନୀରବ ମୋଦି, ତାଙ୍କ ଭାଇ ନେହାଲ ମୋଦି ଓ ଭଉଣୀ ପୂର୍ବୀଙ୍କ ନାଁରେ ମଧ୍ୟ ରେଡ କର୍ଣ୍ଣର ନୋଟିସ ଜାରି ହୋଇଛି।

Related story