ଅଣାୟତ୍ତ ମହାମାରୀ କରୋନା ଭାଇରସ, ୫ ହଜାର ଡେଇଁଲା ମୃତ୍ୟୁସଂଖ୍ୟା

ବେଜିଂ: ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ ଅଣାୟତ୍ତ ହେବାରେ ଲାଗିଛି। ଚାଇନାରୁ ସୃଷ୍ଟି ହୋଇଥିବା ଏହି ପ୍ରାଣଘାତୀ ଭାଇରସ ଇତି ମଧ୍ୟରେ ବିଶ୍ୱର ୧୨୭ରୁ ଅଧିକ ରାଷ୍ଟ୍ରରରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଶହଶହ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଏଯାଏ କୌଣସି ରାଷ୍ଟ୍ର ଏହି ମହାମାରୀକୁ ରୋକିବା ପାଇଁ ଔଷଧ କିମ୍ବା ଟୀକା ବାହାର କରି ପାରି ନଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର […]

s

Hemant Lenka
  • Published: Friday, 13 March 2020
  • , Updated: 13 March 2020, 09:59 PM IST

ବେଜିଂ: ସାରା ବିଶ୍ୱରେ ହାହାକାର ସୃଷ୍ଟି କରିଥିବା ମହାମାରୀ କରୋନା ଭାଇରସ ଅଣାୟତ୍ତ ହେବାରେ ଲାଗିଛି। ଚାଇନାରୁ ସୃଷ୍ଟି ହୋଇଥିବା ଏହି ପ୍ରାଣଘାତୀ ଭାଇରସ ଇତି ମଧ୍ୟରେ ବିଶ୍ୱର ୧୨୭ରୁ ଅଧିକ ରାଷ୍ଟ୍ରରରେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଶହଶହ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି।

ଏଯାଏ କୌଣସି ରାଷ୍ଟ୍ର ଏହି ମହାମାରୀକୁ ରୋକିବା ପାଇଁ ଔଷଧ କିମ୍ବା ଟୀକା ବାହାର କରି ପାରି ନଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ଆଜି ସାରା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଡେଇଁଛି।

ମିଳିଥିବା ସୂଚନା ଅନୁଯାୟୀ, କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୦୪୩ରେ ପହଁଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭାଇରସ ୩୫୦ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ସେହିପରି ୧୨୭ଟି ଦେଶରେ ଆତଙ୍କ ଖେଳାଇଥିବା କରୋନାରେ ଆଉ ୬,୭୨୯ ଜଣ ନୂଆ ରୋଗୀ  ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏବେ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୩୧୭ରେ ପହଞ୍ଚି ଯାଇଛି।

ଚାଇନା ପରେ ଇଟାଲୀ ଓ ଇରାନରେ କରୋନା ତାଣ୍ଡବ ରଚିଛି। ଗତକାଲି ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୭ ଥିବା ବେଳେ ଆଜି ଏହା ୧୦୧୬ରେ ପହଞ୍ଚି ଯାଇଛି। ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୨୧% ବୃଦ୍ଧି ପାଇଁ ୧୫,୧୧୩ ଛୁଇଁଛି। ସ୍ଥିତିକୁ ଦୃଷ୍ଟିରେ ରଖି ଇଟାଲୀକୁ ଲକଡାଉନ୍ କରାଯାଇଛି। ୯୦୦ କ୍ୟାଥୋଲିକ ଚର୍ଚ୍ଚରେ ପ୍ରାର୍ଥନା କରିବାକୁ ବାରଣ କରାଯାଇଛି।

ଇରନାରେ ମଧ୍ୟ ଗତ ୨୪ ଘଣ୍ଟାରେ ୮୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିଯୋଗୁ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୧୪ରେ ପହଞ୍ଚି ଯାଇଛି।  ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଡେଇଁଛି।

ଇଟାଲୀ ଓ ଇରାନ ବ୍ୟତୀତ ଫ୍ରାନ୍ସ, ଆୟର୍ଲ୍ୟାଣ୍ଡ, ଅଷ୍ଟ୍ରିଆ, ତୁର୍କୀ ଓ ନରୱେରେ ମଧ୍ୟ ସମସ୍ତ ସ୍କୁଲ, କଲେଜ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରାଯାଇଛି। କେବଳ ଜରୁରୀ କାଳୀନ ସେବା ଉପଲବ୍ଧ କରୁଥିବା ଦୋକାନ ଖୋଲା ରହିଛି।

ଫ୍ରାନ୍ସରେ ଏଯାଏ ୬୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨,୮୭୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସ୍ପେନରେ ୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଛି।

ଭାଇରସର ପ୍ରାଣକେନ୍ଦ୍ର କୁହାଯାଉଥିବା ଚାଇନାରେ ଗତ ୨୪ ଘଣ୍ଟାରେ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଯାବତ ଏଠାରେ ୩,୧୭୯ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ୮ ଜଣଙ୍କ ମଧ୍ୟରୁ ୬ ଜଣ ହୁବେଇ ପ୍ରଦେଶର। ଏବେ ୮୦,୮୧୩ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related story