ଆକାଶରୁ ପଡ଼ିଲା ଟନ୍ ଟନ୍ ସୁନା ଓ ରୁପା ଇଟା

ମସ୍କୋ: ଆକାଶରୁ ସୁନା ଅବା ହୀରା ଖଣ୍ଡ ଖସୁ ବୋଲି କିଏ ଅବା ନ ଚାହେଁ? ପ୍ରାୟ ସମସ୍ତେ କେବେ ନା କେବେ ଏମିତି କିଛି ଘଟୁ ବୋଲି ଭାବିଥିବେ। କିନ୍ତୁ ଏକଥାଟି କେବଳ ଋଷରେ ସତ ହୋଇଛି। ଘଟଣାଟି ଏମିତି। ଗତକାଲି ରୁଷିଆର ୟାକୁତ୍‌ସକ ଅଞ୍ଚଳରୁ ସୁନା ଓ ରୁପା ଇଟା ଧରି ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏହା ବିମାନରୁ ପଡ଼ିଲା ଟନ୍ ଟନ୍ ଓଜନର ସୁନା ଓ ରୁପା […]

russia

Rakesh Mallick
  • Published: Friday, 16 March 2018
  • , Updated: 16 March 2018, 07:13 PM IST

ମସ୍କୋ: ଆକାଶରୁ ସୁନା ଅବା ହୀରା ଖଣ୍ଡ ଖସୁ ବୋଲି କିଏ ଅବା ନ ଚାହେଁ? ପ୍ରାୟ ସମସ୍ତେ କେବେ ନା କେବେ ଏମିତି କିଛି ଘଟୁ ବୋଲି ଭାବିଥିବେ। କିନ୍ତୁ ଏକଥାଟି କେବଳ ଋଷରେ ସତ ହୋଇଛି।

ଘଟଣାଟି ଏମିତି। ଗତକାଲି ରୁଷିଆର ୟାକୁତ୍‌ସକ ଅଞ୍ଚଳରୁ ସୁନା ଓ ରୁପା ଇଟା ଧରି ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏହା ବିମାନରୁ ପଡ଼ିଲା ଟନ୍ ଟନ୍ ଓଜନର ସୁନା ଓ ରୁପା ଇଟା। ବିମାନର ତଳ ଭାଗର କବାଟ ବା ଦ୍ୱାର ଭାଙ୍ଗି ଯିବାରୁ ସୁନା ଓ ରୁପାର ଇଟାଗୁଡ଼ିକ ତଳେ ପଡ଼ି ଯାଇଥିଲା। ବିମାନବନ୍ଦରର ସାରା ବିଛେଇ ହୋଇଗଲା ସୁନା ଓ ରୁପାର ଇଟା। ପ୍ରାୟ ୨୬ କିଲୋମିଟର ଅଞ୍ଚଳରେ ଏଗୁଡ଼ିକୁ ପଡ଼ିଥିଲା। ଏଗୁଡ଼ିକୁ ସଂଗ୍ରହ କରିବାକୁ ଅଧିକାରୀମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। ପୂରା ଏୟାରଫିଲ୍ଡ ଅଞ୍ଚଳରେ କଟକଣା ଜାରି କରାଯାଇଥିଲା ଏବଂ ସର୍ଚ୍ଚ ଅପେରସନ୍ କରାଯାଇଥିଲା।

୯୦୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ମାଲବାହୀ ବିମାନରେ ସୁନା ଓ ରୁପାର ଇଟା ସହିତ ହୀରା ଓ ପ୍ଲାଟିନମ୍‌ ପଦାର୍ଥ ମଧ୍ୟ ଥିଲା।  ୟାକୁତ୍‌ସକ ଅଞ୍ଚଳରେ ବହୁ ହୀରା ଖଣି ରହିଛି।

Related story