ବେଙ୍ଗାଲୁରୁ ଅଫିସରେ ଥିବା ଗୁଗଲ କର୍ମଚାରୀଙ୍କୁ କରୋନା

ବେଙ୍ଗାଲୁରୁ: ଭାରତରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ। ଆଜି ବେଙ୍ଗାଲୁରୁରେ ଥିବା ଗୁଗଲ ଇଣ୍ଡିଆ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କ ଶରୀରରେ କରୋନା ଭାଇରସ ଠାବ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଉକ୍ତ କର୍ମଚାରୀଙ୍କ ଶରୀରରେ ଫ୍ଲୁ ଜନିତ ସମସ୍ୟା ଦେଖା ଦେବାର କିଛି ଘଣ୍ଟା ପୂର୍ବରୁ ସେ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ସହ ମିଶି କାମ […]

df

Hemant Lenka
  • Published: Friday, 13 March 2020
  • , Updated: 13 March 2020, 03:57 PM IST

ବେଙ୍ଗାଲୁରୁ: ଭାରତରେ କାୟା ମେଲାଇବାରେ ଲାଗିଛି କରୋନା ଭାଇରସ। ଆଜି ବେଙ୍ଗାଲୁରୁରେ ଥିବା ଗୁଗଲ ଇଣ୍ଡିଆ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ତାଙ୍କ ଶରୀରରେ କରୋନା ଭାଇରସ ଠାବ ହେବା ପରେ ତାଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଉକ୍ତ କର୍ମଚାରୀଙ୍କ ଶରୀରରେ ଫ୍ଲୁ ଜନିତ ସମସ୍ୟା ଦେଖା ଦେବାର କିଛି ଘଣ୍ଟା ପୂର୍ବରୁ ସେ କମ୍ପାନୀର ଅନ୍ୟ କର୍ମଚାରୀଙ୍କ ସହ ମିଶି କାମ କରୁଥିଲେ।

ତାଙ୍କ ଶରୀରରେ ଫ୍ଲୁ ଜନିତ ଲକ୍ଷଣ ଦେଖାଦେବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଏବେ କରୋନା ଆକ୍ରାନ୍ତ କର୍ମଚାରୀଙ୍କ ନିକଟତର ହୋଇଥିବା ଅନ୍ୟ କର୍ମଚାରୀମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ଏବଂ ସେମାନେ ନିଜକୁ ନିଜେ କ୍ୱାରେଣ୍ଟାଇନ କରନ୍ତୁ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି। ଏହାପୂର୍ବରୁ ଟେକ ଜିଆଣ୍ଟସ ମାଇଣ୍ଡଟ୍ରି ଓ ଡେଲର ଦୁଇ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଅନ୍ୟପକ୍ଷରେ ନୋଏଡାର ଏକ ଫ୍ୟାକ୍ଟ୍ରିରେ ମଧ୍ୟ କରୋନା ଆତଙ୍କ ଦେଖିବାକୁ ମିଳିଛି। ଏଠାରେ କାର୍ଯ୍ୟରତ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଥିବା ଜଣାପଡ଼ିବା ପରେ ପୂରା କମ୍ପାନୀରେ ଭୟର ବାତାବରଣ ସୃଷ୍ଟିତ ହୋଇଛି।

ଏହି ରୋଗୀ ଜଣଙ୍କ ଚାଇନା ଓ ଫ୍ରାନ୍ସ ଗସ୍ତ କରିଥିଲେ। ଏବେ ଏଠାରେ କାର୍ଯ୍ୟରତ ୭୦୭ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ କରାଯାଇଛି। କମ୍ପାନୀଙ୍କୁ ଭଲ ଭାବେ ସାନିଟାଇଜ କରାଯାଇଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି।

Related story