ପ୍ରଥମଥର କରୋନାରେ ଆକ୍ରାନ୍ତ ହେଲେ ଚିଡ଼ିଆଖାନାରେ ଥିବା ଗୋରିଲା

କାଲିଫର୍ଣ୍ଣିଆ: ପ୍ରଥମଥର ପାଇଁ ଗୋରିଲାମାନେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନ ଡିଓଗୋ ଚିଡ଼ିଆଖାନା ସଫାରୀ ପାର୍କରେ ଥିବା ଏକାଧିକ ଗୋରିଲାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନେ କେମିତି କରୋନାରେ ଆକ୍ରାନ୍ତ ହେଲେ, ସେକଥା ଜାଣିବା ପାଇଁ ପାର୍କ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି। ପାର୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିସା ପିଟରସନ କହିଛନ୍ତି, ପାର୍କର ଗୋଟିଏ ସ୍ଥାନରେ ୮ଟି ଗୋରିଲା ରହୁଥିଲେ। ସେମାନେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କ […]

dt

Hemant Lenka
  • Published: Tuesday, 12 January 2021
  • , Updated: 12 January 2021, 10:28 PM IST

କାଲିଫର୍ଣ୍ଣିଆ: ପ୍ରଥମଥର ପାଇଁ ଗୋରିଲାମାନେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନ ଡିଓଗୋ ଚିଡ଼ିଆଖାନା ସଫାରୀ ପାର୍କରେ ଥିବା ଏକାଧିକ ଗୋରିଲାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏମାନେ କେମିତି କରୋନାରେ ଆକ୍ରାନ୍ତ ହେଲେ, ସେକଥା ଜାଣିବା ପାଇଁ ପାର୍କ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।

ପାର୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲିସା ପିଟରସନ କହିଛନ୍ତି, ପାର୍କର ଗୋଟିଏ ସ୍ଥାନରେ ୮ଟି ଗୋରିଲା ରହୁଥିଲେ। ସେମାନେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କ ଶରୀରରୁ କଫ ଠାବ କରାଯିବା ପରେ ଏହାକୁ ପରୀକ୍ଷା କରାଯାଇଥିଲା। ଏହି ସମୟରେ ସମସ୍ତଙ୍କ ରିପୋର୍ଟ ପଜିଟିଭ ଆସିଛି।

କିଛିଦିନ ତଳେ ପାର୍କର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପୂର୍ବରୁ ତାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଯାଇ ନଥିଲେ। ସେ ପୂର୍ବଭଳି ଗୋରିଲାମାନଙ୍କ ଦେଖାଶୁଣା କରିବା ବେଳେ ମାସ୍କ ମଧ୍ୟ ପିନ୍ଧିଥିଲେ। ତଥାପି ଗୋରିଲାମାନେ କେମିତି ଆକ୍ରାନ୍ତ ହେଲେ, ତା’ହା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡିସେମ୍ବର ୬ରୁ ଏହି ପାର୍କଟି ସାଧାରଣ ଲୋକଙ୍କ ପାଇଁ ବନ୍ଦ ମଧ୍ୟ ରହିଥିଲା। ଗୋରିଲାମାନେ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସେମାନେ ପୂର୍ବଭଳି ନିଜ ନିଜ ବାସସ୍ଥାନରେ ରହିଛନ୍ତି।

ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଚିକିତ୍ସିକମାନେ ନଜର ରଖିଛନ୍ତି। ସେମାନଙ୍କୁ ଭିଟାମିନ ଓ ବିଭିନ୍ନ ପ୍ରକାରର ଖାଦ୍ୟ ଦିଆଯାଉଛି। ହେଲେ ଭାଇରସ ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଏଯାଏ ଯୋଗାଇ ଦିଆଯାଉ ନାହିଁ। କଫ ଥିଲେ ହେଁ ସମସ୍ତ ଗୋରିଲା ସୁସ୍ଥ ଥିବା ସେ କହିଛନ୍ତି।

Related story