ପାର୍ବଣ ପୂର୍ବରୁ ଉପହାର, ଗୃହ ନିର୍ମାଣ କ୍ଷେତ୍ରରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ମାନ୍ଦାବସ୍ଥାରେ ଥିବା ଭାରତୀୟ ଅର୍ଥନୀତିକୁ ଊର୍ଦ୍ଧ୍ୱମୁଖୀ କରିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ଅବସରରେ ରପ୍ତାନୀ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା କରିବା ସହ ଗୃହ ନିର୍ମାଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଘୋଷଣା କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଚାଲୁ ରହିଥିବା ହାଉସିଂ ପ୍ରକଳ୍ପ ସାରିବା ପାଇଁ ୧୦ ହଜାର କୋଟିର ସ୍ପେଶାଲ ୱିଣ୍ଡୋ ନିବେଶ ପାଇଁ ଆଜି […]

nirmala

Subrat Kumar Nayak
  • Published: Saturday, 14 September 2019
  • , Updated: 14 September 2019, 09:20 PM IST

ନୂଆଦିଲ୍ଲୀ: ମାନ୍ଦାବସ୍ଥାରେ ଥିବା ଭାରତୀୟ ଅର୍ଥନୀତିକୁ ଊର୍ଦ୍ଧ୍ୱମୁଖୀ କରିବା ପାଇଁ ଆଜି ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଏହି ଅବସରରେ ରପ୍ତାନୀ ବ୍ୟାପକ କରିବା ପାଇଁ ବିଭିନ୍ନ ପଦକ୍ଷେପ ବାବଦରେ ଘୋଷଣା କରିବା ସହ ଗୃହ ନିର୍ମାଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ ଘୋଷଣା କରିଥିଲେ। କେନ୍ଦ୍ର ଅର୍ଥମନ୍ତ୍ରୀ ଚାଲୁ ରହିଥିବା ହାଉସିଂ ପ୍ରକଳ୍ପ ସାରିବା ପାଇଁ ୧୦ ହଜାର କୋଟିର ସ୍ପେଶାଲ ୱିଣ୍ଡୋ ନିବେଶ ପାଇଁ ଆଜି ଘୋଷଣା କରିଛନ୍ତି।

ତେବେ ଏହି ପ୍ରକଳ୍ପରେ ନିବେଶ ପାଇଁ ସର୍ତ୍ତ ରଖାଯାଇଛି ଯେ, ଏହି ପ୍ରକଳ୍ପ ନ୍ୟାସନାଲ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଅଧୀନରେ ‘ନନ୍‌ ପର୍ଫମିଂ ଆସେଟ୍‌’ ବା ଏନ୍‌ପିଏ ଘୋଷିତ ହୋଇନଥିବ ଏବଂ ଦେବାଳିଆ ଘୋଷିତ ହୋଇନଥିବ। ଏହା ମଧ୍ୟବିତ୍ତ ଅର୍ଥନୀତିକୁ ସୁହାଇବା ସହ ଗୃହ ନିର୍ମାଣକୁ ସୁଲଭ କରାଇବ।

ଏହି ପଦକ୍ଷେପ ଅଧୀନରେ ପ୍ରତିଷ୍ଠିତ ହେବାକୁ ଥିବା ସ୍ପେଶାଲ ୱିଣ୍ଡୋ ପାଇଁ ୧୦ ହଜାର କୋଟି ନିବେଶ ହେବ। ଅନ୍ୟପକ୍ଷରେ ଅନ୍ୟ ନିବେଶକମାନେ ମଧ୍ୟ ବାହାରୁ ସେତିକି ପରିମାଣର ନିବେଶ କରିବେ ବୋଲି ଆଶା କରାଯାଉଥିବା କହିଛନ୍ତି ସୀତାରମଣ।

ସେ ଆହୁରି ମଧ୍ୟ କହିଥିଲେ, ‘ହାଉସ୍‌ ବିଲ୍ଡିଂ ଆଡ୍‌ଭାନ୍ସ’ କ୍ଷେତ୍ରରେ ସୁଧହାର ହ୍ରାସ କରାଯିବ ଏବଂ ଏହାକୁ ୧୦ ବର୍ଷର ଜି-ସେକ୍‌ ଇଲ୍ଡସ୍‌ ସହିତ ସଂଯୁକ୍ତ କରାଯିବ। ତେବେ ପ୍ରାଥମିକ ଅବସ୍ଥାରେ ସରକାରୀ କର୍ମଚାରୀ ଏହାର ଫାଇଦା ନେଇପାରିବେ। ଏହା ସରକାରୀ କର୍ମଚାରୀଙ୍କୁ ନୂଆ ଘର କିଣିବା ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ସୀତାରମଣ ଏହି ଅବସରରେ କହିଥିଲେ।

ସେ ଏହି ଅବସରରେ ଏକ୍ସଟରନାଲ କମର୍ସିଆଲ ବୋରୋଇଙ୍ଗସ୍‌ ବାବଦରେ ମଧ୍ୟ ଘୋଷଣା କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ଏହା କୋହଳ କରାଯିବ।

ସେ ଏହା ବ୍ୟତୀତ ଟିକସ ବାବଦରେ ମଧ୍ୟ ଘୋଷଣା କରିଥିଲେ। ସେ କହିଥିଲେ ସାମାନ୍ୟ ଟିକସ ନିୟମ ଉଲ୍ଲଂଘନକୁ ଦୋଷାବହ ବିଚାର କରାଯିବ ନାହିଁ। ଲୋକଙ୍କ ଭିତରେ ଏନେଇ ଭୟ ରହିବା ଉଚିତ ନୁହେଁ। ସେଭଳି ବୃହତ୍‌ ପରିମାଣର ଠକେଇ କ୍ଷେତ୍ରରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ୨୫ ଲକ୍ଷରୁ କମ୍‌ ଟିକସ ଫାଙ୍କି କ୍ଷେତ୍ରରେ ୨ ଜଣ ଆୟକର ଅଧିକାରୀଙ୍କୁ ନେଇ ଗଠିତ କଲେଜିୟମ୍‌ ହିଁ ନିଷ୍ପତ୍ତି ନେବେ।

ମୁଦ୍ରା ସ୍ପୀତି ବାବଦରେ ସେ କହିଥିଲେ, ବର୍ତ୍ତମାନ ଏହା ନିୟନ୍ତ୍ରଣାଧୀନ ଅଛି। ଶିଳ୍ପ ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିଥିବା ସ୍ପଷ୍ଟ ହୋଇଛି ବୋଲି ସେ ସୂଚନା ଦେଇଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର, ରପ୍ତାନୀ ବଢ଼ାଇବା କରିବା ସହ ରିଅଲ ଇଷ୍ଟେଟ୍‌ କ୍ଷେତ୍ର ମଧ୍ୟ ସୁଦୃଢ଼ କରୁଛନ୍ତି।

Related story