ନୂଆଦିଲ୍ଲୀ: କୋଇଲା ଖଣିରେ ହେଉଥିବା ଦୁର୍ଘଟଣା ଜନିତ କ୍ଷତିପୂରଣ ରାଶିକୁ ୩୦୦ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କୋଇଲା କମ୍ପାନୀ ଏବଂ କମ୍ପାନୀ ସହ ଜଡ଼ିତ ଥିବା ଅନ୍ୟ କମ୍ପାନୀର ଶ୍ରମିକ ଓ କର୍ମଚାରୀମାନେ ଏହି ଲାଭ ପାଇବେ। ପୂର୍ବରୁ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ମିଳୁଥିଲା। ଏବେ ଏହା ୧୫ ଲକ୍ଷ ଟଙ୍କା କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହା କହିଛନ୍ତି।
କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ କୋଲ ଇଣ୍ଡିଆ ଲିମିଟେଡ୍ ଏବଂ ଅନୁବନ୍ଧିତ କମ୍ପାନୀରେ କାମ କରୁଥିବା ୩.୫ ଲକ୍ଷ କର୍ମଚାରୀ ଏହି ଲାଭ ପାଇବେ। ପୂର୍ବରୁ ଦୁର୍ଘଟଣାରୁ ମୃତ୍ୟୁ ବରଣ କରୁଥିବା କର୍ମଚାରୀଙ୍କ ପରିବାର ଲୋକେ କ୍ଷତିପୂରଣ ରାଶିକୁ ବୃଦ୍ଧି କରିବା ପାଇଁ ଦାବି କରିଥିଲେ।