ଜଳବାୟୁ ଯୁଦ୍ଧ ପାଇଁ ‘ଗ୍ରେଟ୍‌ ଗ୍ରୀନ୍‌ ୱାଲ’ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ଗୁଜରାଟରୁ ଦିଲ୍ଲୀ-ହରିଆଣା ସୀମା ଯାଏ ସୃଷ୍ଟି ହେବ ୧,୪୦୦ କିଲୋମିଟର ଦୀର୍ଘ ଏବଂ ୫ କିଲୋମିଟର ଚଉଡ଼ା ‘ଗ୍ରେଟ୍‌ ଗ୍ରୀନ୍‌ ୱାଲ’। ଆଫ୍ରିକାର ‘ଗ୍ରେଟ୍‌ ଗ୍ରୀନ୍‌ ୱାଲ’ ଆଧାରରେ ଏହାର ପରିକଳ୍ପନା କରାଯାଇଥିବା କୁହାଯାଉଛି। ଆଫ୍ରିକାରେ ଡକାର୍‌ଠାରୁ ଡିଜ୍‌ବୌଟି ପର୍ଯ୍ୟନ୍ତ ଏଭଳି ଏକ ସବୁଜ କାନ୍ଥ ରହିଛି। ଏହା ଜଳବାୟୁ ପରିବର୍ତ୍ତନ ବିରୋଧରେ ବଡ଼ ପଦକ୍ଷେପ କୁହାଯାଉଛି। ତେବେ ଏହା କେବେ ବାସ୍ତବା ରୂପ ନେବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଅସମ୍ଭବ ନୁହେଁ। ଅନ୍ୟପକ୍ଷରେ […]

aravali

Subrat Kumar Nayak
  • Published: Wednesday, 09 October 2019
  • , Updated: 09 October 2019, 07:21 PM IST

ନୂଆଦିଲ୍ଲୀ: ଗୁଜରାଟରୁ ଦିଲ୍ଲୀ-ହରିଆଣା ସୀମା ଯାଏ ସୃଷ୍ଟି ହେବ ୧,୪୦୦ କିଲୋମିଟର ଦୀର୍ଘ ଏବଂ ୫ କିଲୋମିଟର ଚଉଡ଼ା ‘ଗ୍ରେଟ୍‌ ଗ୍ରୀନ୍‌ ୱାଲ’। ଆଫ୍ରିକାର ‘ଗ୍ରେଟ୍‌ ଗ୍ରୀନ୍‌ ୱାଲ’ ଆଧାରରେ ଏହାର ପରିକଳ୍ପନା କରାଯାଇଥିବା କୁହାଯାଉଛି। ଆଫ୍ରିକାରେ ଡକାର୍‌ଠାରୁ ଡିଜ୍‌ବୌଟି ପର୍ଯ୍ୟନ୍ତ ଏଭଳି ଏକ ସବୁଜ କାନ୍ଥ ରହିଛି। ଏହା ଜଳବାୟୁ ପରିବର୍ତ୍ତନ ବିରୋଧରେ ବଡ଼ ପଦକ୍ଷେପ କୁହାଯାଉଛି।

ତେବେ ଏହା କେବେ ବାସ୍ତବା ରୂପ ନେବ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହା ଅସମ୍ଭବ ନୁହେଁ। ଅନ୍ୟପକ୍ଷରେ ଏହାର ଆବଶ୍ୟକତା ଏବଂ ଉପାଦେୟତାକୁ ନେଇ ବିଭିନ୍ନ ମନ୍ତ୍ରଣାଳୟ ଏବଂ ସରକାରୀ ଅଧିକାରୀ ଉତ୍ସାହିତ ଅଛନ୍ତି। ଯଦି ଏଥିପାଇଁ ଅନୁମୋଦନ ହୁଏ ଭାରତ ଜଙ୍ଗଲ ସୁଧାର ଦିଗରେ କରୁଥିବା ପ୍ରୟାସକୁ ଶକ୍ତି ଯୋଗାଇବ। ଅନ୍ୟ ପକ୍ଷରେ ପୋରବନ୍ଦରଠାରୁ ପାନିପତ ପର୍ଯ୍ୟନ୍ତ ସବୁଜ କାନ୍ଥ ସୃଷ୍ଟି ହେବା କେବଳ ଖାଲି ପଡ଼ିଆକୁ ଜଙ୍ଗଲରେ ପରିଣତ କରିବନି, ଆରାବଳୀ ପାହାଡ଼କୁ ମଧ୍ୟ ଆହୁରି ସବୁଜିମା କରିବ। ଏତଦ୍‌ବ୍ୟତୀତ ପଶ୍ଚିମ ପାକିସ୍ତାନ ଏବଂ ଭାରତରୁ ଆସୁଥିବା ମରୁଭୂମିର ଧୂଳିକୁ ମଧ୍ୟ ଅଟକାଇବାରେ ଏହା ବଡ଼ ଭୂମିକା ନେବ।

ସରକାରୀ ସୂତ୍ରରୁ ଜଣାଯାଇଛି, ଜାତିସଂଘରେ ଏକ ସମ୍ମିଳନୀରେ ଏନେଇ ପ୍ରସ୍ତାବ ରହିଥିଲା। କିନ୍ତୁ ବର୍ତ୍ତମାନ ମଧ୍ୟ ଏଥିପାଇଁ ଚୂଡ଼ାନ୍ତ ମଞ୍ଜୁରୀ ମିଳିନାହିଁ। ଆଫ୍ରିକାରେ ଏକ ଦଶନ୍ଧି ତଳେ ଏହା ଆରମ୍ଭ ହୋଇଥିଲା। କିନ୍ତୁ ଏହା କେତେକ ଦେଶର ସହଯୋଗ ବିନା ବାସ୍ତବ ରୂପ ନେଇପାରିନାହିଁ। ଭାରତ କିନ୍ତୁ ଏହାକୁ ରାଷ୍ଟ୍ରୀୟ ପ୍ରାଥମିକତା ଦେଇ ପୂର୍ବରୁ ନଷ୍ଟ ହୋଇଥିବା ଜଙ୍ଗଲର କ୍ଷତିପୂରଣ କରିବାକୁ ପ୍ରୟାସ କରିବ।

ଆରାବଳୀ ରେଞ୍ଜ ସମେତ ଅନ୍ୟ ଜଙ୍ଗଲ ଜମିରେ ପ୍ରଥମେ ସବୁଜିମା ଆରମ୍ଭ ହେବ। ପରେ ସ୍ଥାନୀୟ କୃଷକ ଏବଂ ଅନ୍ୟ ଜମି ମାଲିକମାନଙ୍କୁ ଏଥିରେ ସାମିଲ କରାଯିବ। ୨୦୩୦ ସୁଦ୍ଧା ୨୬ ମିଲିଅନ୍‌ ହେକ୍ଟର ଜଙ୍ଗଲ ପୁଣି ସୃଷ୍ଟି କରିବାର ପ୍ରୟାସରେ ଆରାବଳୀକୁ ପ୍ରମୁଖ ଟାର୍ଗେଟ୍‌ରେ ରଖାଯାଇଛି। ୨୦୧୬ ମସିହାରେ ଇସ୍ରୋ ଦେଇଥିବା ତଥ୍ୟ ଅନୁଯାୟୀ, ଗୁଜରାଟ, ରାଜସ୍ଥାନ ଏବଂ ଦିଲ୍ଲୀରେ ୫୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଛି। ଏହା ପରିବେଶ ଓ ଜଳବାୟୁ ପ୍ରତି ବଡ଼ ବିପଦ ଭାବେ ଉଭା ହୋଇଛି।

Related story