ଏଲଆଇସିକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସିର ଅଂଶଧନ ସରକାର ବିକ୍ରୀ କରିବେ ବୋଲି କହିଛନ୍ତି। ଏଲଆଇସିର ଆଇପିଓ ଏବେ ଜାରି କରିବେ ସରକାର। ତେବେ ସରକାର ଏଲଆଇସିର କେତେ ଅଂଶ ବିକ୍ରି କରିବେ ସେ ନେଇ ସୂଚନା ଦେଇନାହାନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କିନ୍ତୁ ଗୃହରେ ବିରୋଧୀ ଦଳର ସାଂସଦ ବିରୋଧ କରିଥିଲେ। ଏଲଆଇସି ସହିତ ଆଇଡିବିଆଇ ବ୍ୟାଙ୍କରେ ମଧ୍ୟ ସରକାର […]

lic

lic

Subhransu Sekhar
  • Published: Saturday, 01 February 2020
  • Updated: 01 February 2020, 09:39 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ ଉପସ୍ଥାପନ କରିବା ବେଳେ ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସିର ଅଂଶଧନ ସରକାର ବିକ୍ରୀ କରିବେ ବୋଲି କହିଛନ୍ତି। ଏଲଆଇସିର ଆଇପିଓ ଏବେ ଜାରି କରିବେ ସରକାର। ତେବେ ସରକାର ଏଲଆଇସିର କେତେ ଅଂଶ ବିକ୍ରି କରିବେ ସେ ନେଇ ସୂଚନା ଦେଇନାହାନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କିନ୍ତୁ ଗୃହରେ ବିରୋଧୀ ଦଳର ସାଂସଦ ବିରୋଧ କରିଥିଲେ। ଏଲଆଇସି ସହିତ ଆଇଡିବିଆଇ ବ୍ୟାଙ୍କରେ ମଧ୍ୟ ସରକାର ନିଜର ଶେଷ ଅଂଶଧନ ବିକ୍ରି କରିବେ ବୋଲି ସୀତାରମଣ କହିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଏଲଆଇସିର ଅଂଶଧନ ଶେୟାର ମାର୍କେଟିଂରେ ଲିଷ୍ଟିଂ ହେବ। ଏଲଆଇସିରେ ଏବେ ସରକାରଙ୍କର ୧୦୦ ପ୍ରତିଶତ ଅଂଶଧନ ରହିଛି। ସରକାର ଏଭଳି ଶେୟାର ବିକ୍ରି କରିବା ପରେ ଘରୋଇ କମ୍ପାନୀ ମାନେ ମଧ୍ୟ ଏଥିରେ ଶେୟାର ଲଗାଇ ପାରିବେ। ସରକାର ଯେଉଁ ଅଂଶଧନ ବିକ୍ରି କରିବେ ସେହି ପୁଞ୍ଜିକୁ ଅନ୍ୟ କେଉଁଠି ନିବେଶ କରିପାରିବେ।

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ଦେଶର ସବୁଠାରୁ ବଡ଼ ଫିନାନସିଆଲ ଇନଷ୍ଟିଚ୍ୟୁସନ। ଏବେ ଏହି କମ୍ପାନୀକୁ ଯଦି ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କରାଯିବ ତାହେଲେ ନିଶ୍ଚିତ ଭାବରେ ଏହି କମ୍ପାନୀ ଦେଶର ସବୁଠାରୁ ବଡ଼ ତାଲିକାଭୁକ୍ତ କମ୍ପାନୀ ହେବ। ଏହାପରେ ଏଲଆଇସି ବଜାର ପଞ୍ଜିକରଣ ବି ସବୁଠାରୁ ଅଧିକ ହୋଇଯିବ।

ବର୍ତ୍ତମାନ ବଜାର ପଞ୍ଜିକରଣ କମ୍ପାନୀ ଭାବରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଲ ଲିମିଟେଡ (ଆରଆଇଏଲ) ଏବଂ ଟାଟା କନସଲ୍ଟ ସର୍ଭିସେସ (ଟିସିଏସ) ଦେଶର ସବୁଠାରୁ ବଡ଼ କମ୍ପାନୀ ରହିଛି। ଏଲଆଇସି ୨୦୧୮ରେ ୪୮,୪୩୬ କୋଟି ଟଙ୍କାର ଲାଭ କମାଇଥିଲା।

ସୂଚନାଯୋଗ୍ୟ, ଏଲଆଇସି, ଆଇଡିବିଆଇ ପୂର୍ବରୁ ସରକାର ଏୟର ଇଣ୍ଡିଆରେ ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଘୋଷଣା କରିଛନ୍ତି। ଏହାଛଡ଼ା ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ ଏବଂ ଭାରତୀୟ କଣ୍ଟେନର ନିଗମରେ ଶେୟାର ବିକ୍ରି କରିବେ ବୋଲି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos