ଜାତୀୟ ରାଜପଥରୁ ବୁଦା ଭିତରକୁ ପଶିଗଲା ରାଜ୍ୟପାଳଙ୍କ କାର୍

ମନାଲୀ: ଗୋଟିଏ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ଭର୍ତ୍ତି ଯାଇଛନ୍ତି ହିମାଚଳ ପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ। ଆଜି ସେ ଜାତୀୟ ରାଜପଥରେ କାର୍‌ ଯୋଗେ ଯାଉଥିବା ବେଳେ ହଠାତ୍‌ ଏହାର ଡ୍ରାଇଭର ଗାଡ଼ି ଉପରୁ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ତାଙ୍କ କାରଟି ରାସ୍ତା କଡ଼ର ଥିବା ଗୋଟିଏ ବୁଦା ଭତରକୁ ପଶି ଯାଇଥିଲେ। ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ କାର୍‌ଟି ଓଲଟି ନଥିଲା କିମ୍ବା ରାଜ୍ୟପାଳ ବନ୍ଦାରୁ ଆହତ ମଧ୍ୟ ହୋଇ ନଥିଲେ। […]

fa

Hemant Lenka
  • Published: Monday, 14 December 2020
  • , Updated: 14 December 2020, 05:57 PM IST

ମନାଲୀ: ଗୋଟିଏ ଭୟଙ୍କର ସଡ଼କ ଦୁର୍ଘଟଣାରୁ ଅଳ୍ପକେ ଭର୍ତ୍ତି ଯାଇଛନ୍ତି ହିମାଚଳ ପ୍ରଦେଶର ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ। ଆଜି ସେ ଜାତୀୟ ରାଜପଥରେ କାର୍‌ ଯୋଗେ ଯାଉଥିବା ବେଳେ ହଠାତ୍‌ ଏହାର ଡ୍ରାଇଭର ଗାଡ଼ି ଉପରୁ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ତାଙ୍କ କାରଟି ରାସ୍ତା କଡ଼ର ଥିବା ଗୋଟିଏ ବୁଦା ଭତରକୁ ପଶି ଯାଇଥିଲେ। ତେବେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ କାର୍‌ଟି ଓଲଟି ନଥିଲା କିମ୍ବା ରାଜ୍ୟପାଳ ବନ୍ଦାରୁ ଆହତ ମଧ୍ୟ ହୋଇ ନଥିଲେ। ତେଲେଙ୍ଗାନାର ୟାଦାଦ୍ରି ଭୋଙ୍ଗାରି ଜିଲ୍ଲାରେ ଏହି ଅଘଟଣ ଘଟିଛି।

ସମୟ ପ୍ରାୟ ଦିନ ୧୧.୧୫। ରାଜ୍ୟପାଳ ଓ ତାଙ୍କର ଦୁଇ ସହଯୋଗୀ କାର୍‌ରେ ହାଇଦ୍ରାବାଦରୁ ନାଲଗୋଣ୍ଡାରେ ଆୟୋଜିତ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ। ତେବେ ରାଜ୍ୟପାଳଙ୍କ କାର୍‌ କୈଥାପୁରମ ଗାଁ ପାର କରୁଥିବା ବେଳେ ଘଟିଥିଲା ଅଘଟଣ।

ହାଇଦ୍ରାବାଦ-ବିଜୟୱାଡା ଜାତୀୟ ରାଜପଥ(ଏନଏଚ ୬୫)ରେ ଯାଉଥିବା କାର୍‌ଟି ହଠାତ୍‌ ରାସ୍ତା କଡ଼କୁ ଖସି ପଡ଼ିଥିଲା। ଏହାପରେ ସ୍ଥାନୀୟ ଅଞ୍ଚଳରେ ଥିବା ଗୋଟିଏ ବୁଦା ଭିତରେ ପଶି ଯାଇଥିଲା। ପୁଲିସ୍‌ କହିଛି ଯେ ରାଜ୍ୟପାଳ Mercedes Benz (AP9-AS-6666) ଗାଡ଼ିରେ ଯାଉଥିଲେ।

ତେବେ ହଠାତ୍‌ ଏହାର ଷ୍ଟିୟରିଂଟି ଲକ ହୋଇଯାଇଥିଲା। ଫଳରେ ଡ୍ରାଇଭର ଜଣଙ୍କ ଏହା ଉପରକୁ ନିୟନ୍ତ୍ରଣ ହରାଇ ବସିଥିଲେ। କାରଟି ରାସ୍ତାର ବାମ ପଟକୁ ଖସି ପଡ଼ିବା ସହ ବୁଦା ଭିତରେ ଅଟକ ଯାଇଥିଲା। ରାଜ୍ୟପାଳଙ୍କ କନଭୟରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଅଲଗା ଗାଡ଼ିକୁ ଆଣିଥିଲେ।

Related story