ତୃତୀୟ ଥର ପାଇଁ ଗେହଲଟଙ୍କୁ ନିରାଶ କଲେ ରାଜ୍ୟପାଳ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ଶେଷ ହେବାର ନାଁ ଧରୁନି। ଆଜି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଦେଇଥିବା ପ୍ରସ୍ତାବ ଖାରଜ ହୋଇଯାଇଛି। ଗତକାଲି ଗେହଲଟ ସରକାର ସଂଶୋଧିତ ପ୍ରସ୍ତାବ ରାଜ୍ୟପାଳଙ୍କ ପାଖକୁ ପଠାଇବା ସହ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ କହିଥିଲେ। ରାଜ୍ୟପାଳ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଅଧିବେଶନ ଡାକିବାକୁ ଅତିକମରେ ବିଧାୟକଙ୍କୁ ୨୧ ଦିନର ସମୟ ମିଳିବା […]

u

Hemant Lenka
  • Published: Wednesday, 29 July 2020
  • , Updated: 29 July 2020, 04:22 PM IST

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ହଟଚମଟ ଶେଷ ହେବାର ନାଁ ଧରୁନି। ଆଜି ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଦେଇଥିବା ପ୍ରସ୍ତାବ ଖାରଜ ହୋଇଯାଇଛି।

ଗତକାଲି ଗେହଲଟ ସରକାର ସଂଶୋଧିତ ପ୍ରସ୍ତାବ ରାଜ୍ୟପାଳଙ୍କ ପାଖକୁ ପଠାଇବା ସହ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ କହିଥିଲେ। ରାଜ୍ୟପାଳ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଅଧିବେଶନ ଡାକିବାକୁ ଅତିକମରେ ବିଧାୟକଙ୍କୁ ୨୧ ଦିନର ସମୟ ମିଳିବା ଦରକାର ଓ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟପାଳ ପ୍ରସ୍ତାବ ଖାରଜ କରି ଲେଖିଥିବା ଚିଠିରେ କହିଛନ୍ତି ଯେ ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକିବାକୁ ବିରୋଧ କରୁନାହାନ୍ତି। ରାଜ୍ୟପାଳ ଦେଇଥିବା ପ୍ରସ୍ତାବକୁ ଦୃଷ୍ଟିରେ ରଖି ବିଧାନସଭା ଅଧିବେଶନ ଡାକିବାକୁ ରାଜଭବନ ପକ୍ଷରୁ ପୂର୍ବରୁ ବି ଅନୁମତି ଦିଆଯାଇ ସାରିଛି।

ମୁଖ୍ୟମନ୍ତ୍ରୀ ଯଦି ଆସ୍ଥା ଭୋଟ ଚାହୁଁଛନ୍ତି, ତା’ହେଲେ ବିଧାୟକମାନଙ୍କୁ ୨୧ ଦିନର ନୋଟିସ୍‌ ପଠାଇ ଗୃହ କାର୍ଯ୍ୟରେ ଯୋଗଦେବାକୁ କହିପାରିବେ।

ପ୍ରସ୍ତାବ ଖାରଜ ହେବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ୪ର୍ଥ ଥର ପାଇଁ ରାଜ୍ୟପାଳ ମିଶ୍ରଙ୍କୁ ସାକ୍ଷାତ କରିଛନ୍ତି। ଗେହଲଟ କହିଛନ୍ତି, “ମୁଁ ତାଙ୍କୁ ଭେଟି ପ୍ରକୃତରେ ସେ କ’ଣ ଚାହୁଁଛନ୍ତି, ସେକଥା ପଚାରିବି। ସେ ୨୧ ଦିନ କିମ୍ବା ୩୧ ଦିନର ନୋଟିସ୍‌ କଥା କହିଲେ ମଧ୍ୟ ଆମେ ନିଶ୍ଚିତ ବିଜୟୀ ହେବୁ।”

Related story