କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏହି ସବୁ ଦୋକାନ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଲକଡାଉନ ଭିତରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଆଜିଠାରୁ ଦେଶରେ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଗୁଡ଼ିକ ଖୋଲିବ। ତେବେ ଦୋକାନ ଖୋଲିବାକୁ ଥିଲେ ମଧ୍ୟ ଏଠାରେ ୫୦% କର୍ମଚାରୀ କାମ କରିବେ ଓ ଗ୍ରାହକମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ସେହିପରି କେବଳ ଦୋକାନ ଓ ପ୍ରତିଷ୍ଠାନ ଆଇନରେ ପଞ୍ଜୀକରଣ କରିଥିବା ଦୋକାନ ଗୁଡ଼ିକ ହିଁ କାର୍ଯ୍ୟକ୍ଷମ ହେବ। ନିର୍ଦ୍ଦେଶନାମା ଅନୁଯାୟୀ, ଆବାସିକ ଅଞ୍ଚଳ […]

d

Hemant Lenka
  • Published: Saturday, 25 April 2020
  • , Updated: 25 April 2020, 10:09 AM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ଲକଡାଉନ ଭିତରେ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ, ଆଜିଠାରୁ ଦେଶରେ ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ଗୁଡ଼ିକ ଖୋଲିବ। ତେବେ ଦୋକାନ ଖୋଲିବାକୁ ଥିଲେ ମଧ୍ୟ ଏଠାରେ ୫୦% କର୍ମଚାରୀ କାମ କରିବେ ଓ ଗ୍ରାହକମାନେ ସାମାଜିକ ଦୂରତା ଅବଲମ୍ବନ କରିବେ। ସେହିପରି କେବଳ ଦୋକାନ ଓ ପ୍ରତିଷ୍ଠାନ ଆଇନରେ ପଞ୍ଜୀକରଣ କରିଥିବା ଦୋକାନ ଗୁଡ଼ିକ ହିଁ କାର୍ଯ୍ୟକ୍ଷମ ହେବ।

ନିର୍ଦ୍ଦେଶନାମା ଅନୁଯାୟୀ, ଆବାସିକ ଅଞ୍ଚଳ ଓ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ଗୁଡ଼ିକ ଖୋଲି ପାରିବ। ତେବେ ହଟସ୍ପଟ ଓ ଶପିଂମଲରେ ଥିବା ଦୋକାନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବନାହିଁ। ଅର୍ଥାତ ଏଗୁଡ଼ିକ ପୂର୍ବଭଳି ବନ୍ଦ ରହିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ “ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ଶନିବାର ଠାରୁ କାର୍ଯ୍ୟକ୍ଷମ ହୋଇପାରିବ।

ସେହିପରି ଆବାସିକ ଅଞ୍ଚଳ ଓ ମାର୍କେଟ କମ୍ପ୍ଲେକ୍ସରେ ଥିବା ଦୋକାନ ମଧ୍ୟ ଖୋଲିବ। ହେଲେ ମଲ୍ଟି ବ୍ରାଣ୍ଡ ଓ ସିଙ୍ଗଲ ବ୍ରାଣ୍ଡ ମଲଗୁଡ଼ିକ ବନ୍ଦ ରହିବ। ଯେଉଁ ଦୋକାନ ଗୁଡ଼ିକ ଖୋଲିବ, ସେଠାରେ ୫୦% କର୍ମଚାରୀ ରହିବ ଓ ମାସ୍କ ପିନ୍ଧିବେ। ସେହିପରି ସାମାଜିକ ଦୂରତାକୁ ଅବଲମ୍ବନ କରିବେ। କେବଳ ପୌରପାଳି ଅଧିନ ବାହାରେ ଥିବା ଆବସିକ ଅଞ୍ଚଳ ଓ ମାର୍କେଟ କମ୍ପ୍ଲେକ୍ସ ଖୋଲିବ। ପୌରପାଳିକା ଅଧିନରେ ଥିବା ମାର୍କେଟ କମ୍ପ୍ଲେକ୍ସ ପୂର୍ବଭଳି ବନ୍ଦ ରହିବ।”

କଣ୍ଟେନମେଣ୍ଟ ଓ ହଟସ୍ପଟ ଜୋନରେ ଏହାକୁ କାର୍ଯ୍ୟକାରୀ କରାଯିବନାହିଁ। ସେହିପରି ମଦ ଦୋକାନ ମଧ୍ୟ ବନ୍ଦ ରହିବ। କାରଣ ମଦ ବିକ୍ରି ଏକ ସ୍ୱତନ୍ତ୍ର କ୍ଲଜରେ ଆସୁଛି। ଏହା ଦୋକାନ ଓ ପ୍ରତିଷ୍ଠାନ ଆଇନ ଅନ୍ତର୍ଗତ ନୁହେଁ। ତେଣୁ ଲକଡାଉନ ବେଳେ ଲୋକଙ୍କୁ ମଦ ମିଳିବ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳରୀ ସେଲୁନ ଓ ପାର୍ଲର ଖୋଲିପାରିବ। ଗ୍ରାମାଞ୍ଚଳ ଓ ସେମି ଗ୍ରାମାଞ୍ଚଳରେ ସମସ୍ତ ମାର୍କେଟ କାର୍ଯ୍ୟକ୍ଷମ ହେବ। ଗ୍ରାମାଞ୍ଚଳରେ ଜରୁରୀ ସାମଗ୍ରୀ ଛଡ଼ା ଅନ୍ୟ ଜିନିଷ ମଧ୍ୟ ସମସ୍ତ ଦୋକାନରେ ବିକ୍ରି ହୋଇପାରିବ।

ଅନ୍ୟପକ୍ଷରେ ସିନେମା ହଲ, ଶପିଂ କମ୍ପ୍ଲେକ୍ସ, ଜିମ, ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲ,ବାର ଓ ଥିଏଟର ପୂର୍ବଭଳି ବନ୍ଦ ରହିବ। ସହରାଞ୍ଚଳରେ ବଡ଼ବଡ଼ ମାର୍କେଟ ମଧ୍ୟ ଖୋଲି ପାରିବ ନାହିଁ।

Related story