ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟି ଟଙ୍କାରେ କିଣିବ ଟାଟା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଶେଷରେ ବିକ୍ରି ହୋଇଛି ନୀଳାଚଳ ଇସ୍ପାତ କାରଖାନା। ନୀଳାଚଳ ନିଗମ ଲିମିଟେଡ୍‌ (ଏନଆଇଏନ୍‌ଏଲ)କୁ ସର୍ବାଧିକ ବିଡିଂ ୧୨,୧୦୦ କୋଟି ଟଙ୍କାରେ କିଣିବ ଟାଟ ଷ୍ଟିଲ୍‌। ଟାଟା ପକ୍ଷରୁ ଡକାଯାଇଥିବା ଏହି ବିଡିଂକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଓଡ଼ିଶାର ଏହି କାରଖାନା ୪ଟି CPSEsର ମିଳିତ ଭାଗିଦାରୀରେ ଭାବେ କାର୍ଯ୍ୟ କରୁଥିଲା। ମୁଖ୍ୟତ‍ଃ ଏମଏମଟିସି, ଏନଏମଡିସି, ଭେଲ୍‌, ମେକନ୍ ଏବଂ ଓଡ଼ିଶା ସରକାରଙ୍କ ପବ୍ଲିକ ସେକ୍ଟର  ଓଏମସି […]

iop

Tapas Behera
  • Published: Monday, 31 January 2022
  • , Updated: 31 January 2022, 04:44 PM IST

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଶେଷରେ ବିକ୍ରି ହୋଇଛି ନୀଳାଚଳ ଇସ୍ପାତ କାରଖାନା। ନୀଳାଚଳ ନିଗମ ଲିମିଟେଡ୍‌ (ଏନଆଇଏନ୍‌ଏଲ)କୁ ସର୍ବାଧିକ ବିଡିଂ ୧୨,୧୦୦ କୋଟି ଟଙ୍କାରେ କିଣିବ ଟାଟ ଷ୍ଟିଲ୍‌। ଟାଟା ପକ୍ଷରୁ ଡକାଯାଇଥିବା ଏହି ବିଡିଂକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଓଡ଼ିଶାର ଏହି କାରଖାନା ୪ଟି CPSEsର ମିଳିତ ଭାଗିଦାରୀରେ ଭାବେ କାର୍ଯ୍ୟ କରୁଥିଲା। ମୁଖ୍ୟତ‍ଃ ଏମଏମଟିସି, ଏନଏମଡିସି, ଭେଲ୍‌, ମେକନ୍ ଏବଂ ଓଡ଼ିଶା ସରକାରଙ୍କ ପବ୍ଲିକ ସେକ୍ଟର  ଓଏମସି ଏବଂ ଇପିକଲ ଭାଗିଦାରୀରେ ଏହି କମ୍ପାନୀ ପରିଚାଳିତ ହେଉଥିଲା।  ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୧.୧ ମିଲିଅନନ୍‌ ଟନ୍‌ କ୍ଷମତା ବିଶିଷ୍ଟ ଏହି କମ୍ପାନୀ ଦୀର୍ଘ ଦିନଧରି ଘାଟାରେ ଚାଲିବା ପରେ ବନ୍ଦ ହୋଇ ଯାଇଥିଲା।  

ବିପୁଳ ଆର୍ଥିକ କ୍ଷତି ଯୋଗୁ  ୨୦୨୦ ମାର୍ଚ୍ଚ ୩୦ ତାରିଖରେ କମ୍ପାନୀ ବନ୍ଦ ହୋଇ ଯାଇଥିଲା। ଏହା ପରେ କମ୍ପାନୀର ଶହ ଶହ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯାଇ ଥିଲା। ପରେ ଏହି କମ୍ପାନୀକୁ ନିଲାମି ନେବା ପାଇଁ  ଜିନ୍ଦଲ ଷ୍ଟିଲ ଏବଂ ପାୱାର ଲିମିଟେଡ୍‌, ନଲୱା  ଷ୍ଟିଲ୍‌ ଏବଂ ପାୱାର ଏଲଟିଡି, ଜେଏସ ଡବ୍ଲ୍ୟୃ ଷ୍ଟିଲ ଲିମିଟେଡ୍‌ ଏବଂ  ଟଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିମିଟେଡ୍‌(ଟିଏସଏଲପି) ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ହେଲେ ଟାଟା ଷ୍ଟିଲ୍‌  ସର୍ବାଧିକ ବିଡର ଭାବେ ଏହି କମ୍ପାନୀକୁ ହାତେଇଛି। ଟାଟା ପକ୍ଷରୁ ଡକାଯାଇଥିବା ସର୍ବାଧିକ ବିଡିଂକୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌  କମିଟି ଗ୍ରହଣ କରିଛି ।

୨୦୨୧ ମାର୍ଚ୍ଚ ୩୧ରୁ ନୀଳାଚଳ ଇସ୍ପାତ ଉପରେ ୬,୬୦୦ କୋଟି ଟଙ୍କାର ଋଣ ଭାର ରହିଛି। ଏହି କମ୍ପାନୀକୁ ଘରୋଇକରଣ ପ୍ରକ୍ରିୟାରେ ଓଡ଼ିଶା ସରକାରଙ୍କ ପୂର୍ଣ୍ଣ ସହଯୋଗ ରହିଛି। କମ୍ପାନୀର ଘରୋଇକରଣ ସ୍ଥାନୀୟ ଅଞ୍ଚଳରେ ଅଧିକି ନିଯୁକ୍ତ ସୃଷ୍ଟି କରିବାରେ ସୁଯୋଗ ଆଣିବ ବୋଲି କୁହାଯାଉଛି। ଏହି କମ୍ପାନୀ ବନ୍ଦ ପରେ କାମ ହରାଇ ଘରେ ବସିଥିବା କର୍ମଚାରୀମାନଙ୍କ ମଧ୍ୟରେ ପୁଣି ଥରେ ଆଶା ସଞ୍ଚାର ହୋଇଛି।

Related story