କେଉଁ ରାଜ୍ୟରେ କେତେ ଜଣ କରୋନାରେ ଆକ୍ରାନ୍ତ?

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ରହିଛନ୍ତି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାକୁ ମହାମାରୀ ଭାବେ ଘୋଷଣା କରିଛି। ଦିଲ୍ଲୀରେ ୬ ଜଣ, କେରଳରୁ ୧୭ ଜଣ, ଉତ୍ତର ପ୍ରଦେଶରୁ ୧୦, ମହାରାଷ୍ଟ୍ରରୁ ୧୧, କର୍ଣ୍ଣାଟକରୁ […]

harsh bardhan

Subhransu Sekhar
  • Published: Thursday, 12 March 2020
  • , Updated: 12 March 2020, 04:08 PM IST

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୩ରେ ପହଞ୍ଚିଛି। ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି। ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ରହିଛନ୍ତି। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାକୁ ମହାମାରୀ ଭାବେ ଘୋଷଣା କରିଛି।

ଦିଲ୍ଲୀରେ ୬ ଜଣ, କେରଳରୁ ୧୭ ଜଣ, ଉତ୍ତର ପ୍ରଦେଶରୁ ୧୦, ମହାରାଷ୍ଟ୍ରରୁ ୧୧, କର୍ଣ୍ଣାଟକରୁ ୪, ଲଦାଖରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡୁ, କଶ୍ମୀର, ପଞ୍ଜାବରୁ ଜଣେ ଲେଖାଏଁ ରହିଛନ୍ତି। ମୋଟ୍ ୫୬ ଜଣ ଭାରତୀୟ ଏହି କିଲର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୭ ଜଣ ବିଦେଶୀ ନାଗରିକ ଭାରତ ଗସ୍ତରେ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ହରିଆଣାରୁ ୧୪ ଜଣ ରହିଥିବା ବେଳେ ରାଜସ୍ଥାନରୁ ୨ ଏବଂ ଉତ୍ତର ପ୍ରଦେଶରୁ ଜଣେ ରହିଛନ୍ତି। ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମିଶି ୭୩ ହୋଇଛି। ମାର୍ଚ୍ଚ ୧୨ ସକଳା ୧୧ଟା ସୁଦ୍ଧା ଏହି ତଥ୍ୟ ସଂଗ୍ରହ କରାଯାଇଛି।

କରୋନା ଭାଇରସ ଉପରେ ଏବେ ସରକାର କଡ଼ା ନଜର ରଖିଛନ୍ତି। ବିମାନରୁ ଆସିଥିବା ଯାତ୍ରୀଙ୍କର ମଧ୍ୟ ସ୍କ୍ରିନଟେଷ୍ଟ ହୋଇଛି। ମୋଟ୍ ୧୦,୫୭,୫୦୬ ଯାତ୍ରୀଙ୍କର ସ୍କ୍ରିନଟେଷ୍ଟ ହୋଇଥିବା ଜଣାପଡ଼ିଛି। ୩୦ଟି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ସରକାର ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ୱର (+91-11-23978046) ଓ ଇ-ମେଲ୍ ଆଇଡି (ncov2019@gmail.com) ଜାରି କରିଛନ୍ତି।

https://twitter.com/DrHVoffice/status/1238004886186250241

ସ୍ଥିତି ନିୟନ୍ତ୍ରଣରେ ରହିଛି। କିନ୍ତୁ ଲୋକମାନେ ରାଲି କିମ୍ୱା ଜନସମାଗମ ସ୍ଥାନରୁ ଦୂରେଇ ରହିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ଇରାନରେ ଥିବା ଲ୍ୟାବରେ ଭାରତୀୟଙ୍କ ନମୁନା ପରୀକ୍ଷା କରାଯାଉଛି। ଯେଉଁମାନଙ୍କ ପାଖରେ କରୋନା ଲକ୍ଷଣ ରହୁଛି ସେମାନଙ୍କୁ ଅଲଗା କରି ରଖାଯାଉଛି। ସମସ୍ତ ପରୀକ୍ଷାଗାରରେ କରୋନା ପରୀକ୍ଷା ହୋଇପାରିବ ନାହିଁ। ତଥାପି ଦେଶର ୧୦୦ଟି ପରୀକ୍ଷାଗାରରେ କରୋନା ପରୀକ୍ଷା କରାଯାଉଥିବା ସେ କହିଛନ୍ତି।

Related story