ଜୁଲାଇ ୩୧ ଯାଏ ବିଦେଶକୁ ଉଡ଼ିବନି ବିମାନ

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ବିଧିବଦ୍ଧ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ଜୁଲାଇ ୧୫ ଯାଏ ବିଦେଶକୁ ଉଡ଼ାଣ ବନ୍ଦ ରହିଥିବା ବେଳେ ଏବେ ଏହାକୁ ଜୁଲାଇ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଅର୍ଥାତ ଜୁଲାଇ ୩୧ ଯାଏ ବିଦେଶକୁ କୌଣସି ପ୍ରକାରର ବିମାନ ଉଡ଼ି ପାରିବ ନାହିଁ ବୋଲି ସରକାର କହିଛନ୍ତି। ତେବେ ଯଦି ଜରୁରୀ ପଡ଼େ କିମ୍ବା ଆଉ କୌଣସି […]

fa

Hemant Lenka
  • Published: Friday, 03 July 2020
  • , Updated: 03 July 2020, 04:48 PM IST

ନୂଆଦିଲ୍ଲୀ: ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଆଜି ଭାରତ ସରକାର ବିଧିବଦ୍ଧ ଭାବେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ବଡ଼ ଘୋଷଣା କରିଛନ୍ତି। ପୂର୍ବରୁ ଜୁଲାଇ ୧୫ ଯାଏ ବିଦେଶକୁ ଉଡ଼ାଣ ବନ୍ଦ ରହିଥିବା ବେଳେ ଏବେ ଏହାକୁ ଜୁଲାଇ ୩୧ ତାରିଖ ଯାଏ ବୃଦ୍ଧି କରାଯାଇଛି। ଅର୍ଥାତ ଜୁଲାଇ ୩୧ ଯାଏ ବିଦେଶକୁ କୌଣସି ପ୍ରକାରର ବିମାନ ଉଡ଼ି ପାରିବ ନାହିଁ ବୋଲି ସରକାର କହିଛନ୍ତି।

ତେବେ ଯଦି ଜରୁରୀ ପଡ଼େ କିମ୍ବା ଆଉ କୌଣସି କାରଣ ପାଇଁ କିଛି ନିର୍ଦ୍ଦିଷ୍ଟ କିଛି ରୁଟ୍‌ରେ ବିମାନ ଚଳାଚଳ ପାଇଁ ଅନୁମତି ଦିଆଯାଇ ପାରିବ ବୋଲି ସରକାର ସର୍ତ୍ତ ରଖିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୩ରୁ ହିଁ ଅନ୍ତର୍ଜାତୀୟ ବିମାନ ସେବାକୁ ବନ୍ଦ କରାଯାଇଥିଲା।

ପର୍ଯ୍ୟାୟକ୍ରମେ ଲକଡାଉନ ବଢ଼ିବା ସହ ବିମାନ ଉଡ଼ାଣ ଉପରେ ମଧ୍ୟ କଟକଣା ଲାଗୁ କରାଯାଉଛି। କିନ୍ତୁ ବିଦେଶରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ବିମାନ ଚଳାଚଳ କରାଯାଉଛି।

Related story