ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍ଡାଉନ୍ ପାଇଁ ଚାଷୀ ସ୍ୱଳ୍ପକାଳୀନ ଫସଲ ଋଣ ପୁନଃପରିଶୋଧ ଅବଧିକୁ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକ।ର। ୨% ସୁଧହାର ଲାଗୁ ହେଉଥିବା କୃଷି ଋଣ ଏବଂ ୩% ତୁରନ୍ତ ପରିଶୋଧ ରିହାତି (ପିଆର୍ଆଇ) ଦେୟର ଅବଧି ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି।
ବ୍ୟାଙ୍କ ପକ୍ଷରୁ ଚ।ଷୀଙ୍କୁ ଦିଆଯ।ଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ କୃଷି ଋଣ ଉପରେ ଏହି ସୁବିଧ। ମିଳିବ। ୧ ମାର୍ଚ୍ଚରୁ ୩୧ ମେ’ ୨୦୨୦ ପର୍ଯ୍ୟନ୍ତ ଦେବାକୁ ଥିବା ଋଣ ଉପରେ ଏହି ସୁବିଧା ମିଳିବ।
ସୂଚନାଯୋଗ୍ୟ ଯେ, ଲୋକମାନଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା କ।ରଣରୁ ଚାଷୀମାନେ ସେମାନଙ୍କ ସ୍ୱଳ୍ପକାଳୀନ କୃଷି ଋଣ ଦେୟ ଦେବା ପାଇଁ ବ୍ୟାଙ୍କ ଯାଇପାରୁନାହାନ୍ତି। ଏତଦ୍ବ୍ୟତୀତ ଏପରି କଟକଣା କାରଣରୁ କୃଷି ଉତ୍ପାଦ ଠିକ ସମୟରେ ବିକ୍ରି ହୋଇପାରୁନାହିଁ। ବିକ୍ରି ହେଲେ ମଧ୍ୟ ଅର୍ଥ ମିଳିପାରୁନଥିବାରୁ ସେମାନେ ଋଣ ଶୁଝି ପାରୁନାହାନ୍ତି।
ଏହି ସମସ୍ୟାକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ସୁଧ ଛାଡ଼ ଏବଂ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ପଇଠ ଲ।ଗି ଅତିରିକ୍ତ ଅବଧିର ଲାଭ ପ୍ରଦାନ କରିବା ପାଇଁ ସରକ।ର ନିଷ୍ପତ୍ତି ନେଇଛନ୍ତି। ଫଳରେ ଚାଷୀମାନେ ୩୧ ମେ’ ୨୦୨୦ ପର୍ଯ୍ୟନ୍ତ ଏପରି ଋଣ ଉପରେ ବ।ର୍ଷିକ ୪% ସୁଧ ହ।ରରେ ଋଣ ପରିଶୋଧ ଲ।ଗି ଅତିରିକ୍ତ ସମୟ ପାଇପାରିବେ। ଏଥିପ।ଇଁ ସେମାନଙ୍କୁ କୌଣସି ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ନାହିଁ।
ବର୍ତ୍ତମାନ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ୨% ସୁଧ ରିହ।ତି ସୁବିଧା ଦିଆଯ।ଉଛି। ଏହାଛଡ଼ା ନିର୍ଦ୍ଧ।ରିତ ସମୟରେ ଋଣ ପଇଠ ଉପରେ ଚ।ଷୀଙ୍କୁ ୩% ଅତିରିକ୍ତ ରିହାତି ଦିଆଯାଉଛି। ଫଳରେ ଚ।ଷୀମାନେ ୪% ବ।ର୍ଷିକ ସୁଧ ହାରରେ ସ୍ୱଳ୍ପକାଳୀନ କ୍ଷୁଦ୍ରଋଣ ପାଇବାରେ ସକ୍ଷମ ହେଉଛନ୍ତି।