ବେଙ୍ଗଲ: କୋଭିଡ ମୃତକଙ୍କ ଅନ୍ତିମ ସଂସ୍କାରର ୪ ଦିନ ପରେ ଜାଣିଲେ ପରିବାର ଲୋକ

ନୂଆଦିଲ୍ଲୀ: କରୋନା ତଥ୍ୟକୁ ପଶ୍ଚିମବଙ୍ଗ ସରକାର କେମିତି ହେରଫେର କରୁଛନ୍ତି, ତା’ର ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। ପୂର୍ବରୁ ଦେଶବାସୀଙ୍କ ଠାରୁ କରୋନା ତଥ୍ୟ ଲୁଚାଉଥିବା ପଶ୍ଚିମବଙ୍ଗ ସରକାର ଏବେ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ କରି ଦେଇଛନ୍ତି। ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାର ୪ ଦିନ ପରେ ପରିବାର ଲୋକ ଏହି ଖବର ପାଇ ସ୍ତବ୍ଧ ହୋଇଯାଇଛନ୍ତି। ୭୦ […]

fe

fe

Hemant Lenka
  • Published: Wednesday, 13 May 2020
  • Updated: 13 May 2020, 08:44 PM IST

Sports

Latest News

ନୂଆଦିଲ୍ଲୀ: କରୋନା ତଥ୍ୟକୁ ପଶ୍ଚିମବଙ୍ଗ ସରକାର କେମିତି ହେରଫେର କରୁଛନ୍ତି, ତା’ର ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି। ପୂର୍ବରୁ ଦେଶବାସୀଙ୍କ ଠାରୁ କରୋନା ତଥ୍ୟ ଲୁଚାଉଥିବା ପଶ୍ଚିମବଙ୍ଗ ସରକାର ଏବେ କୋଭିଡରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ କରି ଦେଇଛନ୍ତି।

ସରକାରୀ ହସ୍ପିଟାଲ କର୍ତ୍ତୃପକ୍ଷ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାର ୪ ଦିନ ପରେ ପରିବାର ଲୋକ ଏହି ଖବର ପାଇ ସ୍ତବ୍ଧ ହୋଇଯାଇଛନ୍ତି। ୭୦ ବର୍ଷୀୟ ହରିନାଥ ସେନ କରୋନାରେ ଆକ୍ରାନ୍ତ ହୋଇ ଏମଆର ବାଙ୍ଗୁର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ନିୟମ ଅନୁଯାୟୀ, ପରିବାର ଲୋକଙ୍କୁ ତାଙ୍କ ପାଖକୁ ଛଡ଼ା ଯାଉ ନଥିଲା।

ଚିକିତ୍ସିତ ହେଉଥିବା ହରିନାଥଙ୍କ ସମ୍ପର୍କରେ ଜାଣିବା ପାଇଁ ପରିବାର ଲୋକ ମେ’ ୫ ତାରିଖରେ ହସ୍ପିଟାଲକୁ ଆସିଥିଲେ। ହେଲେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ସମ୍ପର୍କରେ କୌଣସି ତଥ୍ୟ ଦେଇ ନଥିଲେ। ମେ’ ୬ରେ ପରିବାର ଲୋକଙ୍କୁ ପୁଣି ଡକରା ଆସିଥିଲା। ଏହି ସମୟରେ ହରିନାଥ ମେ’ ୨ ପ୍ରାଣ ହରାଇଥିବା ସୂଚନା ଦିଆଯାଇଥିଲା।

ଖାଲି ସେତିକି ନୁହେଁ, ହସ୍ପିଟାଲ ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରି ଦିଆଯାଇଥିବା ପରିବାର ଲୋକଙ୍କୁ ଅବଗତ କରାଯାଇଥିଲା। ଏହା ଶୁଣି ପରିବାର ଲୋକ ସ୍ତବ୍ଧ ହୋଇଯାଇଥିଲେ। ହରିନାଥଙ୍କ ମୃତ୍ୟୁ ଓ ଅନ୍ତିମ ସଂସ୍କାର ସମ୍ପର୍କରେ ପରିବାର ଲୋକଙ୍କୁ କାହିଁକି ଖବର ଦିଆଯାଇ ନଥିଲା ବୋଲି ସେମାନେ ପ୍ରଶ୍ନ କରିଥିଲେ।

ହରିନାଥଙ୍କ ପୁଅ ଅରଜିତ କହିଛନ୍ତି, “ଆମକୁ ହସ୍ପିଟାଲ ପକ୍ଷରୁ ମେ’ ୧ରେ ଫୋନ କରି ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା କୁହାଯାଇଥିଲା। କିନ୍ତୁ ତା’ ପରଠାରୁ ବାପାଙ୍କ ମୃତ୍ୟୁ କିମ୍ବା ଅନ୍ତିମ ସଂସ୍କାର ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନଥିଲା। ବାପାଙ୍କ ଚିକିତ୍ସା ଚାଲିଥିବା ବେଳେ ଆମ ମାନଙ୍କୁ ସରକାରଙ୍କ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ବେଙ୍ଗଲର ସ୍ୱାସ୍ଥ୍ୟ ବିଭାଗ ପାଖରେ ମଧ୍ୟ ମୋ ବାପାଙ୍କ ସମ୍ପର୍କରେ କିଛି ବି ତଥ୍ୟ ନାହିଁ।”

ଏପ୍ରିଲ ୨୯ରେ ହରିନାଥ କୋଭିଡ-୧୯ରେ ପଜିଟିଭ ଥିବା ଜଣାପଡ଼ିଥିଲା। ଏହାପରେ ତାଙ୍କୁ ଏନଆରଏସ ମେଡିକାଲ କଲେଜ ହସ୍ପିଟାଲରୁ ଏମଆର ବାଙ୍ଗୁର ହସ୍ପିଟାଲକୁ ସ୍ଥାନାନ୍ତୀ କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos