ଲକ୍ଷ୍ନୌ: କରୋନା ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ରାତି ୧୦ରୁ ଜୁଲାଇ ୧୩ ସକାଳ ୫ଟା ଯାଏ ଲକଡାଉନ୍ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ଗୁରୁବାର ଏ ନେଇ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିଓ୍ୱାରୀ ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି।
https://twitter.com/ANINewsUP/status/1281257050861760513
ଏହି ସମୟରେ ହାଟ, ବଜାର, ଅଫିସ ଆଦି ବନ୍ଦ ରହିବ। ହେଲେ ଜରୁରୀକାଳୀନ ସେବା ମିଳିବ। ରେଳଯାତ୍ରା ବ୍ୟାହାତ ହେବ ନାହିଁ ବୋଲି ଉତ୍ତର ପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି।