ନୂଆଦିଲ୍ଲୀ: ଆସନ୍ତା ସୋମବାର ଠାରୁ ଦେଶରେ ରେଷ୍ଚୁରାଣ୍ଟ, ହୋଟେଲ ଏବଂ ଧାର୍ମିକସ୍ଥଳୀ ଖୋଲିବ। ଦୁଇ ମାସରୁ ଅଧିକ ଦିନ ବନ୍ଦ ରହିବା ପରେ ଏ ସବୁ ଖୋଲିବାକୁ ଯାଉଛି। ତେବେ ଏ ନେଇ କେନ୍ଦ୍ର ସରକାର ଗାଇଡ୍ ଲାଇନ୍ ଜାରି କରିଛନ୍ତି।
ଧାର୍ମିକସ୍ଥଳୀ ପାଇଁ ଗାଇଡ୍ ଲାଇନ୍
- ମନ୍ଦିରରେ ପ୍ରବେଶ କରିବା ବେଳେ ହାତ ବିଶୋଧୀକରଣ ଏବଂ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ରହିବ।
- ସୁସ୍ଥ ଲୋକଙ୍କୁ କେବଳ ପ୍ରବେଶ ପାଇଁ ଅନୁମତି ଦିଆଯିବ।
- ସମସ୍ତ ବ୍ୟକ୍ତି ଫେସ୍ କଭର / ମାସ୍କ ବ୍ୟବହାର କରିବେ।
- ଧାର୍ମିକସ୍ଥଳୀ ଆଗରେ କରୋନା ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କିତ ପୋଷ୍ଟର ପ୍ରଦର୍ଶିତ ହେବ।
- ପ୍ରତିଷେଧକ ବ୍ୟବସ୍ଥା ଉପରେ ସଚେତନତା ସୃଷ୍ଟି କରିବାକୁ ଅଡିଓ ଏବଂ ଭିଡିଓ କ୍ଲିପ୍ ଗୁଡିକ ନିୟମିତ ଭାବରେ ଚାଲୁ କରାଯିବ।
- ଜୋତାକୁ ଷ୍ଟାଣ୍ଡର ନରଖି ଗାଡ଼ିରେ ରଖିବେ।
- ଯଦି ଆବଶ୍ୟକ ହୁଏ, ପୃଥକ ସ୍ଲଟରେ ଜୋତା ରଖିବାକୁ ହେବ।
- ପାର୍କିଂ ସ୍ଥାନଗୁଡ଼ିକରେ ଏବଂ ପରିସର ବାହାରେ ସାମାଜିକ ଦୂରତା ନିୟମ ପାଳନ ହେବ।
- ଦୋକାନ, ଷ୍ଟଲ୍, କାଫେଟେରିଆ ଥିଲେ ସାମାଜିକ ଦୂରତା ନିୟମ ପାଳନ କରିବାକୁ ହେବ।
- ଭ୍ରମଣକାରୀଙ୍କ ପାଇଁ ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ରହିବ।
- ପ୍ରବେଶ ବେଳେ ଧାଡ଼ି ବାନ୍ଧିବା ସମୟରେ ସର୍ବନିମ୍ନ ୬ ଫୁଟର ଶାରୀରିକ ଦୂରତା ବଜାୟ ରହିବ।
- ଏୟାର କଣ୍ଡିସନର / ଭେଣ୍ଟିଲେସନ୍ ପାଇଁ, CPWD ର ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ। ଏୟାର କଣ୍ଡିସନର ତାପମାତ୍ରା ସେଟିଂ 24-30 ଡିଗ୍ରୀ ସେଲସିୟସ ମଧ୍ୟରେ ରହିବା ଉଚିତ। ଖୋଲା ପବନ ପାଇଁ ଯଥା ସମ୍ଭବ ବାଟ ରହିବା ଉଚିତ୍। କ୍ରସ୍ ଭେଣ୍ଟିଲେସନ୍ ଯଥେଷ୍ଟ ହେବା ଆବଶ୍ୟକ।
- ମୂର୍ତ୍ତି / ପ୍ରତିମା / ପବିତ୍ର ପୁସ୍ତକ ଇତ୍ୟାଦି ଛୁଇଁବାକୁ ଅନୁମତି ଦିଆଯିବ ନାହିଁ।
- ମନ୍ଦିରର ପରିସରରେ ଧାର୍ମିକ ଆୟୋଜନ ପାଇଁ ଅନୁମତି ନାହିଁ। ରେକର୍ଡିଂ ବଜାଇ ପାରିବେ।
- ଧାର୍ମିକ ସ୍ଥାନ ଭିତରେ ପ୍ରସାଦ ବଣ୍ଟନ କିମ୍ବା ପବିତ୍ର ଜଳ ଛିଞ୍ଚିବା ପାଇଁ ଅନୁମତି ନାହିଁ।
- ଧାର୍ମିକ ସ୍ଥାନରେ କମ୍ୟୁନିଟି ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ ଏବଂ ବଣ୍ଟନ ବେଳେ ସାମାଜିକ ଦୂରତା ନୀତି ଅନୁସରଣ କରିବା ଉଚିତ୍।
ହୋଟେଲ ପାଇଁ ଗାଇଡ୍ ଲାଇନ୍
- ହୋଟେଲରେ ପ୍ରବେଶ କରିବା ବେଳେ ହାତ ବିଶୋଧୀକରଣ ହେବ ଏବଂ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା ରହିବ।
- କେବଳ ଅତିଥିମାନଙ୍କୁ ଅନୁମତି ଦିଆଯିବ।
- ସମସ୍ତ କର୍ମଚାରୀ ଏବଂ ଅତିଥିମାନଙ୍କୁ କେବଳ ଫେସ୍ କଭର / ମାସ୍କ ବ୍ୟବହାର କଲେ ପ୍ରବେଶ ପାଇଁ ଅନୁମତି।
- ହୋଟେଲ ଭିତରେ ସବୁବେଳେ ଫେସ୍ କଭର / ମାସ୍କ ପିନ୍ଧିବାକୁ ପଡିବ।
- ସାମାଜିକ ଦୂରତା ନିୟମ ସୁନିଶ୍ଚିତ କରିବା ପାଇଁ ହୋଟେଲ ମ୍ୟାନେଜମେଣ୍ଟ ଦ୍ୱାରା ପର୍ଯ୍ୟାପ୍ତ କର୍ମଚାରୀ ନିୟୋଜିତ ହେବେ।
- କର୍ମଚାରୀ ଗ୍ଲୋଭସ୍ ପିନ୍ଧିବା ଉଚିତ ଏବଂ ଅନ୍ୟାନ୍ୟ ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଚିତ୍।
- ଅସୁସ୍ଥ ବ୍ୟକ୍ତି ହୋଟେଲକୁ ନଆସିବା ଭଲ।
- ହୋଟେଲରେ ପାର୍କିଂ ବେଳେ ସାମାଜିକ ଦୂରତା ନିୟମ ସହିତ ଭିଡ ଯେମିତି ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ହେବ।
- ବଡ଼ ସଭା ହୋଇପାରିବ ନାହିଁ।
- ଗାଡି ଗୁଡିକର ଷ୍ଟିଅରିଂ, କବାଟ ହ୍ୟାଣ୍ଡେଲ, ଚାବି ଇତ୍ୟାଦିର ସଠିକ୍ ବିଶୋଧିକରଣ ହେବ।
- ଅତିଥି, କର୍ମଚାରୀ ଏବଂ ସାମଗ୍ରୀ ଯୋଗାଣ ପାଇଁ ପୃଥକ ପୃଥକ ପ୍ରବେଶ ଏବଂ ପ୍ରସ୍ଥାନ ବ୍ୟବସ୍ଥା ରହିବ।
- ଲିଫ୍ଟରେ ଲୋକଙ୍କ ସଂଖ୍ୟା ସୀମିତ ରହିବ, ସାମାଜିକ ଦୂରତା ପାଳନ ହେବ।
- ହୋଟେଲ ଆଗରେ ଅଡିଓ ଭିଡିଓ ଜରିଆରେ କରୋନା ସଚେତନତା ହେବା ଜରୁରୀ।
- ଉଭୟ ଚେକ୍ ଇନ୍ ଏବଂ ଚେକ୍ ଆଉଟ୍ ପାଇଁ ହୋଟେଲଗୁଡିକ QR କୋଡ୍, ଅନଲାଇନ୍ ଫର୍ମ, ଇ-ୱାଲେଟ୍ ପରି ଡିଜିଟାଲ୍ ପେମେଣ୍ଟ ଇତ୍ୟାଦି ରହିବା ଜରୁରୀ।
- କୋଠରୀକୁ ଲଗେଜ୍ ପଠାଇବା ପୂର୍ବରୁ ଲଗେଜ୍ ବିଶୋଧନ ହେବା ଉଚିତ୍।
- ଅଧିକ ବିପଦ ଥିବା ଅତିଥିମାନେ ଅର୍ଥାତ୍ ବୟସ୍କ, ଗର୍ଭବତୀ କିମ୍ବା ଯେଉଁମାନଙ୍କର ଚିକିତ୍ସା ଅବସ୍ଥା ଅଛି, ସେମାନଙ୍କୁ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
- କଣ୍ଟେନ୍ମେଣ୍ଟ ଜୋନ୍ ମଧ୍ୟରେ ଥିବା ହୋଟେଲଗୁଡ଼ିକୁ ଯିବା ପାଇଁ ଅନୁମତି ନାହିଁ।
ରେଷ୍ଟୁରାଣ୍ଟ ପାଇଁ ଗାଇଡ୍ ଲାଇନ୍
- ପ୍ରବେଶ ବେଳେ ସାନିଟାଇଜର ବ୍ୟବସ୍ଥା ରହିବା ଦରକାର।
- ଛୋଟିଆ ମେନୁ ଅର୍ଡର ବ୍ୟବହାର କରିବାକୁ ଅନୁମତି।
- କପଡ଼ା ବଦଳରେ ବ୍ୟବହାର କରି ଫିଙ୍ଗି ହେଉଥିବା ଟିସୁ ପେପର ବ୍ୟବହାର କରିବାକୁ ପରାମର୍ଶ।
- ବଫେଟ ସେବାକୁ ଗୁରୁତ୍ୱ ଦିଆଯିବା ଦରକାର।
- ହୋମ୍ ଡେଲିଭରୀ ପାଇଁ ନିୟୋଜିତ ଥିବା କର୍ମଚାରୀ ହୋମ୍ ଡେଲିଭରୀ ଅନୁମତି ଦେବା ପୂର୍ବରୁ ହୋଟେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ଥର୍ମାଲି ସ୍କ୍ରିନିଂ କରାଯିବ।
- ରୁମ୍ ସେବା ପାଇଁ, ଅତିଥି ଏବଂ ଭିତର କର୍ମଚାରୀଙ୍କ ମଧ୍ୟରେ ଇଣ୍ଟରକମ୍ / ମୋବାଇଲ୍ ଫୋନ୍ ମାଧ୍ୟମରେ କଥା ହେବା ଉଚିତ।
- ପିଲାମାନଙ୍କ ଖେଳିବା ସ୍ଥାନ ବନ୍ଦ ରହିବ।
- ଏୟାର କଣ୍ଡିସନର / ଭେଣ୍ଟିଲେସନ୍ ପାଇଁ, CPWD ର ନିର୍ଦ୍ଦେଶାବଳୀ ଅନୁସରଣ କରାଯିବ। ପରିସର ମଧ୍ୟରେ ପରିମଳ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦିଆଯିବ।
- ଜଣେ ଅତିଥି ଯିବାପରେ ରୁମ୍ ଏବଂ ଅନ୍ୟାନ୍ୟ ସେବା କ୍ଷେତ୍ରଗୁଡିକ ବିଶୋଧନ କରାଯିବ।
- କର୍ମକ୍ଷେତ୍ରରେ ସାମାଜିକ ଦୂରତା ନୀତି ଅନୁସରଣ କରିବା ଉଚିତ୍।
- ନିୟମିତ ବ୍ୟବଧାନରେ ରୋଷେଇ ଘର ପରିମଳ ହେବା ଜରୁରୀ।