ସଚ୍ଚୋଟ ଟିକସଦାତାଙ୍କୁ ମିଳିବ ପୁରସ୍କାର, ସ୍ୱତନ୍ତ୍ର ସୁବିଧା ଏବଂ ସମ୍ମାନ

ନୂଆଦିଲ୍ଲୀ:ଏନ୍‌ଡିଏ ସରକାର ସମୟରେ ସବୁଠାରୁ ଅଧିକ ଟିକସଦାତା ଟିକସ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଏବଂ ସମ୍ମାନିତ କରିବା ପାଇଁ ସରକାର ଖୁବ୍‌ ଶୀଘ୍ର ଏକ ନୂତନ ସ୍କିମ୍‌ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହ ଚା’ ପିଇବାର ସୁଯୋଗ ପାଇବା ସହ ସେମାନଙ୍କ ପିଲାମାନଙ୍କ ସ୍କୁଲ ଆଡମିଶନ୍‌ରେ ପ୍ରାଥମିକତା ମିଳିବ। ଆଉ ବଜେଟ୍‌ରେ ଏହି ଉଦ୍ଦେଶ୍ୟରେ ଏକ ସ୍କିମ୍‌ […]

tax-payers

Subrat Kumar Nayak
  • Published: Thursday, 06 June 2019
  • , Updated: 06 June 2019, 08:36 PM IST

ନୂଆଦିଲ୍ଲୀ:ଏନ୍‌ଡିଏ ସରକାର ସମୟରେ ସବୁଠାରୁ ଅଧିକ ଟିକସଦାତା ଟିକସ ଦେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ସେମାନଙ୍କ ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଥିବାରୁ ସେମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଏବଂ ସମ୍ମାନିତ କରିବା ପାଇଁ ସରକାର ଖୁବ୍‌ ଶୀଘ୍ର ଏକ ନୂତନ ସ୍କିମ୍‌ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି। ସେମାନେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହ ଚା' ପିଇବାର ସୁଯୋଗ ପାଇବା ସହ ସେମାନଙ୍କ ପିଲାମାନଙ୍କ ସ୍କୁଲ ଆଡମିଶନ୍‌ରେ ପ୍ରାଥମିକତା ମିଳିବ। ଆଉ ବଜେଟ୍‌ରେ ଏହି ଉଦ୍ଦେଶ୍ୟରେ ଏକ ସ୍କିମ୍‌ ଘୋଷଣା ହେବାର ସମ୍ଭାବନା ରହିଛି।

ସଚ୍ଚୋଟତାକୁ ମିଳିବ ଏସବୁ ସମ୍ମାନ

ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ସହ ଚା ପିଆର ସୁଯୋଗ, ପିଲାମାନଙ୍କ ସ୍କୁଲ ଆଡମିଶନ୍‌ରେ ପ୍ରାଥମିକତା, ବିମାନବନ୍ଦରରେ ସ୍ୱତନ୍ତ୍ର ପ୍ରବେଶ ଦ୍ୱାର, ବିମାନବନ୍ଦରରେ ବିନା କୌଣସି ଖର୍ଚ୍ଚରେ ଭିଆଇପି ସୁବିଧା, ଟୋଲ ପ୍ଲାଜାରେ ସ୍ୱତନ୍ତ୍ର ଲେନ୍‌ ଆଦି

ଲାଗୁ ହେବ ଏସବୁ ସର୍ତ୍ତ

ଏଥିପାଇଁ ସେହିସବୁ ଟିକସଦାତା ଯୋଗ୍ୟ ବିବେଚିତ ହେବେ ଯେଉଁମାନେ ନିୟମିତ ଟିକସ ରିଟର୍ଣ୍ଣ ଫାଇଲ କରୁଥିବେ। ଯେଉଁମାନେ ଆୟକର ବିଭାଗକୁ କେବେ ମଧ୍ୟ ଜୋରିମାନା ଦେଇନଥିବେ କିମ୍ବା ଯାହା ଉପରେ କେବେ ବି ଆୟକର ଚଢ଼ଉ ହୋଇନଥିବ।

ସରକାରଙ୍କୁ କ’ଣ ଫାଇଦା

ଏହି ସ୍କିମ୍‌ ଆସିବା ଫଳରେ ଟିକସ ଚୋରି ବନ୍ଦ ହେବ। ଏଥିରେ ଆର୍ଥିକ ଫାଇଦା ଦିଆଯାଉନଥିବାରୁ ସରକାରଙ୍କ ଉପରେ ବି ବୋଝ ପଡ଼ିବାର ନାହିଁ। ଏହାଫଳରେ ସେମାନଙ୍କୁ ସଚ୍ଚୋଟତାର ପ୍ରମାଣପତ୍ର ମିଳିପାରିବ। ଯଦିଓ ପୂର୍ବରୁ ସେମାନଙ୍କୁ ସମ୍ମାନିତ କରିବାର ବ୍ୟବସ୍ଥା ରହିଥିଲା, ୨୦୦୪ରେ ଏହା ବନ୍ଦ ହୋଇଯାଇଥିଲା। ତେବେ ଗତ ବର୍ଷଠାରୁ ସିବିଡିଟି ପୁଣିଥରେ ଏକ କମିଟି ଗଠନ କରି ଏହି ବ୍ୟବସ୍ଥା ଆରମ୍ଭ କରିବାର ପ୍ରୟାସ କରୁଛି।

ବିଦେଶରେ ମଧ୍ୟ ରହିଛି ଏପରି ବ୍ୟବସ୍ଥା

ଜାପାନରେ ସଚ୍ଚୋଟ ଟିକସଦାତାଙ୍କୁ ରାଷ୍ଟ୍ରମୁଖ୍ୟଙ୍କ ସହ ଫଟୋ ଉଠାଇବାର ସୁଯୋଗ ମିଳିଥାଏ। ଦକ୍ଷିଣ କୋରିଆରେ ଏୟାରପୋର୍ଟରେ ଭିଆଇପି ସୁବିଧା ମିଳିଥାଏ। ପାକିସ୍ତାନରେ ମଧ୍ୟ ସେଭଳି ବ୍ୟବସ୍ଥା ରହିଛି।

Related story