କରୋନା: ୧.୫ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିପାରନ୍ତି ମୋଦି, ସିଧା ଲୋକଙ୍କ ଖାତାକୁ ଯିବ

ନୂଆଦିଲ୍ଲୀ: କରୋନା ଭାଇରସ ବିରୋଧରେ ଲଢ଼େଇ କରିବା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହାର ସିଧାସଳଖ ପ୍ରଭାବ ଦେଶର ଆର୍ଥିକ ବ୍ୟବସ୍ଥା ଓ ଲୋକଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏହି ସମସ୍ୟାକୁ ଦୂର କରିବା ଓ ଲୋକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମୋଦି ସରକାର ଖୁବଶୀଘ୍ର ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବେ ବୋଲି ନିର୍ଭର ଯୋଗ୍ୟ […]

bn

Hemant Lenka
  • Published: Wednesday, 25 March 2020
  • , Updated: 25 March 2020, 09:31 PM IST

ନୂଆଦିଲ୍ଲୀ: କରୋନା ଭାଇରସ ବିରୋଧରେ ଲଢ଼େଇ କରିବା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି। ଏହାର ସିଧାସଳଖ ପ୍ରଭାବ ଦେଶର ଆର୍ଥିକ ବ୍ୟବସ୍ଥା ଓ ଲୋକଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଏହି ସମସ୍ୟାକୁ ଦୂର କରିବା ଓ ଲୋକଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦେବା ପାଇଁ ମୋଦି ସରକାର ଖୁବଶୀଘ୍ର ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବେ ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ମିଳିଛି।

ଏଭଳି ଘୋଷଣା ସହ ଜଡ଼ିତ ଦୁଇ ଜଣ ଅଧିକାରୀ ଏହି ସୂଚନା ଦେଇଛନ୍ତି। ନିଜର ନାଁ ଗୋପନ ରଖି ଅଧିକାରୀ ଦ୍ୱୟ କହିଛନ୍ତି ଯେ ସରକାର ଏବେ ପ୍ୟାକେଜ ଉପରେ ନିଜର ଅନ୍ତିମ ନିଷ୍ପତ୍ତି ନେଇ ନାହାନ୍ତି। ତଥାପି ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଜୋରଦାର ଆଲୋଚନା ଚାଲିଛି।

ଜଣେ ଅଧିକାରୀ ଆହୁରି କହିଛନ୍ତି, ଏହି ଆର୍ଥିକ ପ୍ରୋତ୍ସାହନ ରାଶି ସମ୍ଭବତଃ ୨.୩ ଟ୍ରିଲିୟନ ବା ୨.୩ ଲକ୍ଷ କୋଟି ଟଙ୍କା ଯାଏ ବୃଦ୍ଧି ପାଇପାରେ। ତଥାପି ଶେଷ ସଂଖ୍ୟାକୁ ନେଇ ବିଚାରବିମର୍ଶ ଜାରି ରହିଛି। ଯାହା ଆଲୋଚନା ଚାଲିଛି, ଚଳିତ ସପ୍ତାହରେ ହିଁ ଆର୍ଥିକ ପ୍ୟାକେଜ ସମ୍ପର୍କରେ ଘୋଷଣା ହୋଇପାରେ।

ଏହି ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜର ଅର୍ଥକୁ ୧୦ କୋଟି ଭାରତୀୟଙ୍କ ଖାତାକୁ ସିଧା ଟ୍ରାନ୍ସଫର କରାଯିବ। ସେହିପରି ଲକଡାଉନ ଦ୍ୱାରା ପ୍ରଭାବିତ ହୋଇଥିବା ବ୍ୟବସାୟୀଙ୍କୁ ମଧ୍ୟ ଏହି ଅର୍ଥ ଦ୍ୱାରା ଭାରତ ସରକାର ସହଯୋଗର ହାତ ବଢ଼ାଇବେ।

ଉଭୟ ସୂତ୍ର କହିଛନ୍ତି ଯେ ସରକାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଋଣ ପରିମାଣକୁ ବୃଦ୍ଧି କରିପାରନ୍ତି। ଆସନ୍ତା ଆର୍ଥିକ ବର୍ଷ ପାଇଁ ସରକାର ୭.୮ ଲକ୍ଷ କୋଟି ଟଙ୍କା ଋଣ ନେବାକୁ ଯୋଜନା କରିଛନ୍ତି।

Related story