ଉତ୍ତର-ପୂର୍ବ ଗ୍ୟାସ୍‌ ଗ୍ରୀଡ୍‌ ପାଇଁ ମଞ୍ଜୁର ହେଲା ୫,୫୫୯ କୋଟି

ନୂଆଦିଲ୍ଲୀ: ଆଜି କ୍ୟାବିନେଟ୍‌ କମିଟି ଅନ୍‌ ଇକୋନୋମିକ୍‌ ଆଫେୟାର୍ସ (ସିସିଇଏ) ବୁଧବାର ୫,୫୫୯ କୋଟି ଟଙ୍କା ନିବେଶରେ ଉତ୍ତର-ପୂର୍ବ ଗ୍ୟାସ୍‌ ଗ୍ରୀଡ୍‌ ସ୍ଥାପନା ପାଇଁ ଅନୁମତି ଦେଇଛି। ଏ ବାବଦରେ କେନ୍ଦ୍ର ପେଟ୍ରୋଲିଅମ୍‌ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦ୍ୱିତୀୟ ଥର ଭାବେ ସରକାର ଏଭଳି ସିଧାସଳଖ ଗ୍ୟାସ୍‌ ପାଇପ୍‌ଲାଇନ୍‌ରେ ନିବେଶ କରିଛନ୍ତି। ଏହି ପ୍ରସ୍ତାବିତ ପ୍ରକଳ୍ପରେ ୧,୬୫୬ କିମି ଦୀର୍ଘ ଗ୍ରୀଡ୍‌ ନିର୍ମିତ ହେବ। […]

dharmendra

Subrat Kumar Nayak
  • Published: Wednesday, 08 January 2020
  • , Updated: 08 January 2020, 06:27 PM IST

ନୂଆଦିଲ୍ଲୀ: ଆଜି କ୍ୟାବିନେଟ୍‌ କମିଟି ଅନ୍‌ ଇକୋନୋମିକ୍‌ ଆଫେୟାର୍ସ (ସିସିଇଏ) ବୁଧବାର ୫,୫୫୯ କୋଟି ଟଙ୍କା ନିବେଶରେ ଉତ୍ତର-ପୂର୍ବ ଗ୍ୟାସ୍‌ ଗ୍ରୀଡ୍‌ ସ୍ଥାପନା ପାଇଁ ଅନୁମତି ଦେଇଛି। ଏ ବାବଦରେ କେନ୍ଦ୍ର ପେଟ୍ରୋଲିଅମ୍‌ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ସେ କହିଛନ୍ତି ଦ୍ୱିତୀୟ ଥର ଭାବେ ସରକାର ଏଭଳି ସିଧାସଳଖ ଗ୍ୟାସ୍‌ ପାଇପ୍‌ଲାଇନ୍‌ରେ ନିବେଶ କରିଛନ୍ତି।

ଏହି ପ୍ରସ୍ତାବିତ ପ୍ରକଳ୍ପରେ ୧,୬୫୬ କିମି ଦୀର୍ଘ ଗ୍ରୀଡ୍‌ ନିର୍ମିତ ହେବ। ଏହା ଆସାମର ଗୁଆହାଟୀକୁ ଇଟାନଗର, ଦିମାପୁର, କୋହିମା, ଇମ୍ଫାଲ, ଆଇଜଲ, ଅଗରତାଲା, ଶିଲଂ, ସିଲଚର, ଗ୍ୟାଙ୍ଗଟକ୍‌ ଏବଂ ନୁମାଲିଗଡ଼ ଆଦି ସହରକୁ ଯୋଡ଼ିବ। ଏହା ପାଇପ୍‌ ଯୋଗେ ରୋଷେଇରେ ବ୍ୟବହୃତ ହେଉଥିବା ଇନ୍ଧନ ସହ ଅଟୋମୋବାଇଲ୍‌କୁ ସିଏନ୍‌ଜି ଯୋଗାଇବ। ଆଜି ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରକଳ୍ପର ୬୦ ପ୍ରତିଶତ ଅର୍ଥ ପାଇଁ ଅନୁମୋଦନ ମିଳିଛି। ଏହା ପୂର୍ବରୁ ସରକାର ଜଗଦଲପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରକଳ୍ପ ପାଇଁ ୫,୧୭୬ କୋଟି ନିବେଶ କରିଥିଲେ। ଏହାକୁ ଗେଲ କାର୍ଯ୍ୟକାରୀ କରୁଛି।

ଉତ୍ତର-ପୂର୍ବ ପାଇପ୍‌ ଲାଇନ୍‌ ଗ୍ରୀଡ୍‌ ଇନ୍ଦ୍ରଧନୁଷ ଗ୍ୟାସ୍‌ ଗ୍ରୀଡ୍‌ ଲାଗୁ କରିବ। ଏହା ଗେଲ ଇଣ୍ଡିଆ, ଆଇଓସି, ଓଏନ୍‌ଜିସି, ଓଆଇଏଏଲ୍‌ ଏବଂ ଏନ୍‌ଆରଏଲ୍ ନିବେଶରେ ଏକ ମିଳିତ କମ୍ପାନୀ। କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ଏହା ଉତ୍ତର ପୂର୍ବ ହାଇଡ୍ରୋକାର୍ବନ୍‌ ଭିଜନ୍‌ ୨୦୩୦ ଦିଗରେ ସହାୟକ ହେବ। ସ୍ୱଚ୍ଛ ଇନ୍ଧନ ଯୋଗାଣ ଏବଂ ଅଭିବୃଦ୍ଧିରେ ଏହା ସହାୟକ ହେବ।

Related story