ଜମ୍ମୁ-କଶ୍ମୀର ପାଇଁ ୮୦ ହଜାର କୋଟିର ପ୍ୟାକେଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପାଇଁ ବଡ଼ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବା ପରେ ଆଜି ମୋଦି ସରକାର ଏହାର ବିକାଶ ପାଇଁ ୮୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଭାରତ ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀରକୁ ଭାଗ କରି ଦୁଇ […]

uy

Hemant Lenka
  • Published: Wednesday, 22 January 2020
  • , Updated: 22 January 2020, 09:31 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ପାଇଁ ବଡ଼ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବା ପରେ ଆଜି ମୋଦି ସରକାର ଏହାର ବିକାଶ ପାଇଁ ୮୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି।

ଭାରତ ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀରକୁ ଭାଗ କରି ଦୁଇ ଖଣ୍ଡ କରିଥିଲେ। ଜମ୍ମୁ-କଶ୍ମୀର ଓ ଲଦାଖ ଏବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣତି ହେଉଛନ୍ତି। ଆଜି ଜମ୍ମୁ-କଶ୍ମୀର ପାଇଁ ୮୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଥିଲେ ହେଁ ଲଦାଖ ପାଇଁ କୌଣସି ଆର୍ଥିକ ସହାୟତା ଘୋଷଣା ହୋଇନାହିଁ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ଏହି ବଡ଼ ଆର୍ଥିକ ପ୍ୟାକେଜକୁ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ବିକାଶ ପ୍ୟାକେଜ ଯୋଜନା ଅଧୀନରେ ଏଭଳି ଆର୍ଥିକ ସହାୟତା ଘୋଷଣା ହୋଇଛି।

ଏବେ ଜମ୍ମୁ-କଶ୍ମୀରରେ ନୂଆ ଆଇଆଇଟି, ଏମସ ଓ ଆଇଆଇଏମ ଖୋଲିବ। ଆଜି ଘୋଷଣା ହୋଇଥିବା ଅର୍ଥରେ ଜାତୀୟ ରାଜପଥ, ବିଜୁଳି ଉତ୍ପାଦନ ଓ ଜଳ ସେଚନ ପ୍ରୋଜେକ୍ଟର ବିକାଶ କରାଯିବ।

କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, “ନୂଆ କରି ଗଠନ ହୋଇଥିବା କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ୨୦୨୧ ମାର୍ଚ୍ଚ ସୁଦ୍ଧା ୨୫ ହଜାର କୋଟି ଟଙ୍କା ଖର୍ଚ୍ଚରେ ୨୫ଟି ପ୍ରକଳ୍ପ ଆରମ୍ଭ ହେବ।”

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ହୋଇଥିବା ‘ଅଟଳ ଜଳ ମିଶନ ଯୋଜନା’ ପାଇଁ ମଧ୍ୟ କ୍ୟାବିନେଟ ୬ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛି। ସେହିପରି ଅଟଳ ଶୃଢ଼ଙ୍ଗ ପାଇଁ କେନ୍ଦ୍ର କ୍ୟାବିନେଟ ୪ ହଜାର କୋଟି ଟଙ୍କାର ପ୍ୟାକେଜକୁ ମଞ୍ଜୁରୀ ଦେଇଛି।

Related story